ଉଭୟ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କଲେ, ଯାହାକି ଆଜି ୫ ବର୍ଷ ପୂରଣ କରିଛି
ଉପପ୍ରଧାନମନ୍ତ୍ରୀ ମାର୍ଲେସ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଅଷ୍ଟ୍ରେଲିଆର ସମର୍ଥନକୁ ଦୋହରାଇଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଫେଡେରାଲ୍ ନିର୍ବାଚନରେ ଅଷ୍ଟ୍ରେଲୀୟ ଲେବର ପାର୍ଟିର ଐତିହାସିକ ବିଜୟ ପାଇଁ ଉପ-ପ୍ରଧାନମନ୍ତ୍ରୀ ମାର୍ଲେସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ମାନନୀୟ ରିଚାର୍ଡ ମାର୍ଲେସ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଫେଡେରାଲ୍ ନିର୍ବାଚନରେ ଅଷ୍ଟ୍ରେଲୀୟ ଲେବର ପାର୍ଟିର ଐତିହାସିକ ବିଜୟ ପାଇଁ ଉପ-ପ୍ରଧାନମନ୍ତ୍ରୀ ମାର୍ଲେସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଦୁଇ ନେତା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି, ଯାହାକି ଆଜି ପାଞ୍ଚ ବର୍ଷ ପୂରଣ କରିଛି। ସେମାନେ ପ୍ରତିରକ୍ଷା ଶିଳ୍ପ ସହଯୋଗିତା, ସ୍ଥିର ଯୋଗାଣ ଶୃଙ୍ଖଳ, କ୍ରିଟିକାଲ ମିନେରାଲ୍ସ,, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ପୁଣିଥରେ ଦୋହରାଇଥିଲେ ଯେ ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଏକ ସମାନ ଦୃଷ୍ଟିକୋଣ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ନେଇଯିବ। ଉପ-ପ୍ରଧାନମନ୍ତ୍ରୀ ମାର୍ଲେସ୍ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଅଷ୍ଟ୍ରେଲିଆର ସମର୍ଥନକୁ ପୁନର୍ବାର ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜଙ୍କୁ ନିମନ୍ତ୍ରଣ କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s manufacturing to rise 2.8x to $1.5 trn by 2035: Morgan Stanley

Media Coverage

India’s manufacturing to rise 2.8x to $1.5 trn by 2035: Morgan Stanley
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Andhra Pradesh meets the Prime Minister
July 22, 2026

The Chief Minister of Andhra Pradesh, Shri N. Chandrababu Naidu, today met Prime Minister Shri Narendra Modi.

In a post on X, the Prime Minister shared:

"Chief Minister of Andhra Pradesh, Shri @ncbn met Prime Minister @narendramodi.

@AndhraPradeshCM"