ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ ସଂକ୍ରାନ୍ତରେ ଗଠିତ ବିଭିନ୍ନ କ୍ଷମତାପ୍ରାପ୍ତ ଗୋଷ୍ଠୀର କାର୍ଯ୍ୟ ପରିଚାଳନା ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଭଳି ଯୋଜନା ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆର୍ଥିକ ଏବଂ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଉପସ୍ଥାପନା ମାଧ୍ୟମରେ ତଥ୍ୟ ଦେଇଥିଲେ। ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କାରଣରୁ ରାସନ କାର୍ଡର ପୋର୍ଟେବଲିଟି ସୁନିଶ୍ଚିତ ହୋଇଛି ଯାହାକି ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଲାଭ ପହଞ୍ଚାଇଛି ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଅଗ୍ରଣୀ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ବୀମା ଯୋଜନା ଆହୁରି 6 ମାସ ପାଇଁ ବୃଦ୍ଧି କରାଯାଇଛି। ଗରିବ ଲୋକମାନେ ଯେପରି ଭାବେ କୌଣସି ସମସ୍ୟା ବିନା ସହଜରେ ରାସନ ସାମଗ୍ରୀ ପାଇପାରିବେ ତାହା ରାଜ୍ୟଗୁଡ଼ିକ ସହିତ ସମନ୍ବୟ ସ୍ଥାପନ ଜରିଆରେ କେନ୍ଦ୍ର ସରକାର ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ ପଡ଼ି ରହିଥିବା ବୀମା ଦାବିଗୁଡ଼ିକର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ଯାହାଫଳରେ ମୃତକଙ୍କ ଆତ୍ମୀୟ ସ୍ବଜନମାନେ ଠିକ୍ ସମୟରେ ସୁବିଧାର ଲାଭ ପାଇପାରିବେ।

ମହାମାରୀକୁ ପ୍ରତିହତ କରିବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତ ବିଭିନ୍ନ ମାର୍ଗଦର୍ଶିକାର କାର୍ଯ୍ୟକାରିତା ସଂକ୍ରାନ୍ତରେ ଯୋଗାଣ ଶୃଙ୍ଖଳ ଓ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ଏକ ଉପସ୍ଥାପନା ମାଧ୍ୟମରେ ତଥ୍ୟ ରଖିଥିଲେ। ବିଭିନ୍ନ ସାମଗ୍ରୀର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ସକାଶେ ସାମଗ୍ରିକ ଭାବେ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହାଫଳରେ ଯୋଗାଣ ଶୃଙ୍ଖଳରେ ଦେଖାଦେଉଥିବା ବାଧାକୁ ଦୂର କରାଯାଇପାରିବ।

ଘରୋଇ କ୍ଷେତ୍ର, ଏନଜିଓ ଏବଂ ଅନ୍ତର୍ଜାତୀୟ ସଂଗଠନ ସହ ସମନ୍ବୟ ସ୍ଥାପନ ଲାଗି ଗଠନ କରାଯାଇଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇ ସରକାର କିଭଳି ଭାବେ ଘରୋଇ କ୍ଷେତ୍ର, ଏନଜିଓ ଓ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ସହିତ ସକ୍ରିୟ ସହଭାଗିତା ସ୍ଥାପନ କରି କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ କହିଥିଲେ। ଅଣ-ବିଶେଷଜ୍ଞ କାର୍ଯ୍ୟ ପ୍ରଦାନ କରିବା ମାଧ୍ୟମରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଚାପକୁ ହ୍ରାସ କରିବା ଲାଗି କିଭଳି ଭାବେ ନାଗରିକ ସମାଜର ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇପାରିବ ସେହି ସମ୍ଭାବନା ଉଜାଗର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀ, ସେମାନଙ୍କ ଆତ୍ମୀୟ ଓ ସ୍ବାସ୍ଥ୍ୟସେବା କର୍ମୀମାନଙ୍କ ମଧ୍ୟରେ ଯୋଗାଯୋଗ ମାର୍ଗ ପ୍ରତିଷ୍ଠା ଓ ବଜାୟ ରଖିବା କ୍ଷେତ୍ରରେ ଏନଜିଓମାନେ କିପରି ଭାବେ ସହାୟତା କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ହୋମ କ୍ବାରେଣ୍ଟାଇନରେ ଥିବା ଲୋକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ଲାଗି କଲ ସେଣ୍ଟର ପରିଚାଳନା ଦାୟିତ୍ବ ଗ୍ରହଣ କରିବା ନିମନ୍ତେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 4, 2026
April 04, 2026

Real Change on the Ground: PM Modi’s Reforms Simplifying Life, Supercharging Economy & Securing India’s Future