ମାନ୍ୟବର,

ଆପଣମାନେ ଦେଇଥିବା ମୂଲ୍ୟବାନ ପରାମର୍ଶ ଏବଂ ବ୍ୟକ୍ତ କରିଥିବା ସକାରାତ୍ମକ ଚିନ୍ତାଧାରା ମୁଁ ସ୍ୱାଗତ କରୁଛି । ଭାରତର ପ୍ରସ୍ତାବ ସହ ମୋର ଟିମ ଆପଣଙ୍କ ସହିତ ସମସ୍ତ ବିବରଣୀ ବାଣ୍ଟିବ ଏବଂ ଆମେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିଷୟ ଉପରେ ଆଗକୁ ବଢ଼ିବା ।

ମାନ୍ୟବର,

ଭାରତ ଏବଂ କାରିକମ୍ ଦେଶ ମଧ୍ୟରେ ସମ୍ପର୍କ ଆମର ଅତୀତର ସହଭାଗୀ ଅନୁଭୂତି, ଆମ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ଆମର ସହଭାଗୀ ଆକାଂକ୍ଷା ଉପରେ ଆଧାରିତ ।

ଏହି ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମର ସମସ୍ତ ପ୍ରୟାସରେ, ଆମେ ଗ୍ଲୋବାଲ୍ ସାଉଥର ଚିନ୍ତା ଏବଂ ଏହାର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ।

ଭାରତର ଅଧ୍ୟକ୍ଷତାରେ ଗତ ବର୍ଷ ଅନୁଷ୍ଠିତ ଜି-୨୦ ଗ୍ଲୋବାଲ୍ ସାଉଥର ସ୍ୱର ଭାବରେ ଉଭା ହୋଇଥିଲା । ଗତକାଲି, ବ୍ରାଜିଲରେ ମଧ୍ୟ ମୁଁ ବିଶ୍ୱ ସମୁଦାୟକୁ ଗ୍ଲୋବାଲ୍ ସାଉଥର ଦେଶଗୁଡିକୁ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲି ।

ମୁଁ ଖୁସି ଯେ ଭାରତ ଏବଂ ଆମର ସମସ୍ତ କାରିକମ୍ ବନ୍ଧୁମାନେ ସହମତ ଅଛନ୍ତି ଯେ ବିଶ୍ୱ ଅନୁଷ୍ଠାନରେ ସଂସ୍କାର ଆବଶ୍ୟକ ।

ସେମାନେ ଆଜିର ଦୁନିଆ ଏବଂ ଆଜିର ସମାଜ ଅନୁଯାୟୀ ନିଜକୁ ଗଢ଼ିବାର ଆବଶ୍ୟକତା ରହିଛି। ଏହା ହେଉଛି ସମୟର ଆବଶ୍ୟକତା । ଏହାକୁ ଏକ ବାସ୍ତବତାରେ ପରିଣତ କରିବାକୁ, କାରିକମ୍‌ର ସମର୍ଥନ ସହିତ ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମାନ୍ୟବର,

ଆଜି ଆମର ବୈଠକରେ ନିଆଯାଇଥିବା ନିଷ୍ପତ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆମ ସହଯୋଗରେ ନୂତନ ଦିଗ ସଂଯୋଗ କରିବ । ଏହାକୁ କାର୍ଯ୍ୟକାରୀ କରିବାରେ ଭାରତ-କାରିକମ୍ ଯୁଗ୍ମ ଆୟୋଗ ଏବଂ ମିଳିତ କାର୍ଯ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଆମର ସକାରାତ୍ମକ ସହଯୋଗକୁ ଆଗକୁ ନେବାକୁ, ତୃତୀୟ କାରିକମ୍ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଇଛି ।

ମୁଁ ପୁଣି ଥରେ ରାଷ୍ଟ୍ରପତି ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ୍‌, କାରିକମ୍ ସଚିବାଳୟ ଓ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Commendable performance of India’s marine exports amid uncertain times

Media Coverage

Commendable performance of India’s marine exports amid uncertain times
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog
May 02, 2026

Prime Minister Shri Narendra Modi has congratulated Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog.

The Prime Minister noted that their rich experience and deep understanding of various issues will greatly strengthen policymaking. Shri Modi expressed confidence that their contributions will help drive innovation and growth across sectors. He also wished them a very productive and impactful tenure ahead.

The Prime Minister posted on X:

"Congratulations to Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog. Their rich experience and deep understanding of various issues will greatly strengthen policy making. I am confident their contributions will help drive innovation and growth across sectors. Wishing them a very productive and impactful tenure ahead."