ମାନ୍ୟବର,

ଆପଣମାନେ ଦେଇଥିବା ମୂଲ୍ୟବାନ ପରାମର୍ଶ ଏବଂ ବ୍ୟକ୍ତ କରିଥିବା ସକାରାତ୍ମକ ଚିନ୍ତାଧାରା ମୁଁ ସ୍ୱାଗତ କରୁଛି । ଭାରତର ପ୍ରସ୍ତାବ ସହ ମୋର ଟିମ ଆପଣଙ୍କ ସହିତ ସମସ୍ତ ବିବରଣୀ ବାଣ୍ଟିବ ଏବଂ ଆମେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିଷୟ ଉପରେ ଆଗକୁ ବଢ଼ିବା ।

ମାନ୍ୟବର,

ଭାରତ ଏବଂ କାରିକମ୍ ଦେଶ ମଧ୍ୟରେ ସମ୍ପର୍କ ଆମର ଅତୀତର ସହଭାଗୀ ଅନୁଭୂତି, ଆମ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ଆମର ସହଭାଗୀ ଆକାଂକ୍ଷା ଉପରେ ଆଧାରିତ ।

ଏହି ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମର ସମସ୍ତ ପ୍ରୟାସରେ, ଆମେ ଗ୍ଲୋବାଲ୍ ସାଉଥର ଚିନ୍ତା ଏବଂ ଏହାର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ।

ଭାରତର ଅଧ୍ୟକ୍ଷତାରେ ଗତ ବର୍ଷ ଅନୁଷ୍ଠିତ ଜି-୨୦ ଗ୍ଲୋବାଲ୍ ସାଉଥର ସ୍ୱର ଭାବରେ ଉଭା ହୋଇଥିଲା । ଗତକାଲି, ବ୍ରାଜିଲରେ ମଧ୍ୟ ମୁଁ ବିଶ୍ୱ ସମୁଦାୟକୁ ଗ୍ଲୋବାଲ୍ ସାଉଥର ଦେଶଗୁଡିକୁ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲି ।

ମୁଁ ଖୁସି ଯେ ଭାରତ ଏବଂ ଆମର ସମସ୍ତ କାରିକମ୍ ବନ୍ଧୁମାନେ ସହମତ ଅଛନ୍ତି ଯେ ବିଶ୍ୱ ଅନୁଷ୍ଠାନରେ ସଂସ୍କାର ଆବଶ୍ୟକ ।

ସେମାନେ ଆଜିର ଦୁନିଆ ଏବଂ ଆଜିର ସମାଜ ଅନୁଯାୟୀ ନିଜକୁ ଗଢ଼ିବାର ଆବଶ୍ୟକତା ରହିଛି। ଏହା ହେଉଛି ସମୟର ଆବଶ୍ୟକତା । ଏହାକୁ ଏକ ବାସ୍ତବତାରେ ପରିଣତ କରିବାକୁ, କାରିକମ୍‌ର ସମର୍ଥନ ସହିତ ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମାନ୍ୟବର,

ଆଜି ଆମର ବୈଠକରେ ନିଆଯାଇଥିବା ନିଷ୍ପତ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆମ ସହଯୋଗରେ ନୂତନ ଦିଗ ସଂଯୋଗ କରିବ । ଏହାକୁ କାର୍ଯ୍ୟକାରୀ କରିବାରେ ଭାରତ-କାରିକମ୍ ଯୁଗ୍ମ ଆୟୋଗ ଏବଂ ମିଳିତ କାର୍ଯ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଆମର ସକାରାତ୍ମକ ସହଯୋଗକୁ ଆଗକୁ ନେବାକୁ, ତୃତୀୟ କାରିକମ୍ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଇଛି ।

ମୁଁ ପୁଣି ଥରେ ରାଷ୍ଟ୍ରପତି ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ୍‌, କାରିକମ୍ ସଚିବାଳୟ ଓ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The quiet foundations for India’s next growth phase

Media Coverage

The quiet foundations for India’s next growth phase
NM on the go

Nm on the go

Always be the first to hear from the PM. Get the App Now!
...
PM Modi expresses concern over reports on Russian President’s Residence
December 30, 2025

Prime Minister Shri Narendra Modi today expressed deep concern over reports regarding the targeting of the residence of the President of the Russian Federation.

Shri Modi underscored that ongoing diplomatic efforts remain the most viable path toward ending hostilities and achieving lasting peace. He urged all concerned parties to remain focused on these efforts and to avoid any actions that could undermine them.

Shri Modi in a post on X wrote:

“Deeply concerned by reports of the targeting of the residence of the President of the Russian Federation. Ongoing diplomatic efforts offer the most viable path toward ending hostilities and achieving peace. We urge all concerned to remain focused on these efforts and to avoid any actions that could undermine them.

@KremlinRussia_E”