World is optimistic about India’s growing economy and technological advancements: PM Modi
A vast market like India presents several opportunities: PM Modi
Young innovators have the potential to make the country a $5 trillion economy: PM

କିର୍ଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମି.ଜୀନବେକୋବ

ସମ୍ମାନନୀୟ ନିବେଶ ପ୍ରସାରଣ ଏଜେନ୍ସି ନିର୍ଦ୍ଦେଶକ ମି. ଆଦିଲବେକ ଅଲୁ ସୁମକାରବେକ

ଫିକ୍କି ସଭାପତି ଶ୍ରୀ ସନ୍ଦୀପ ସୋମାନୀ

ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟ, ଶିଳ୍ପ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରର ବିଶିଷ୍ଟ ଅଂଶଗ୍ରହଣକାରୀ ।

ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟିକ ସମୁଦାୟ ମଧ୍ୟରେ ଏହି ବ୍ୟବସାୟିକ ଫୋରମର ଆୟୋଜନ ଅତ୍ୟନ୍ତ ଆନନ୍ଦର ବିଷୟ । ଏହା ମଧ୍ୟ ମହତ୍ୱପୂର୍ଣ୍ଣ ଯେ ମୋର ବିଶକେକ ଯାତ୍ରା ଦ୍ୱିପାକ୍ଷିକ ଚରଣର ଆରମ୍ଭ ଏହି ବ୍ୟବସାୟିକ ଫୋରମରୁ ହେଉଛି । ଏହା ଆମର ଭାଗିଦାରୀ ଭିତ୍ତିକ ପ୍ରାଥମିକତାର ସୂଚକ । ଭାରତ ଓ କିର୍ଗିଜସ୍ତାନ ମଧ୍ୟରେ ପ୍ରାଚୀନ କାଳରୁ ନିବିଡ ସାଂସ୍କୃତିକ ଏବଂ ଆର୍ଥିକ ସମ୍ବନ୍ଧ ରହିଛି । ଏହି ଐତିହାସିକ ଭାଗିଦାରିତାକୁ ଆଧୁନିକ ସମୟର ଅନୁରୂପ ବୃଦ୍ଧି କରିବାର ଅପାର ସମ୍ଭାବନା ରହିଛି । ରାଷ୍ଟ୍ରପତି ଜୀନବେକୋବ ବିଭିନ୍ନ କ୍ଷେତ୍ରରେ ଭାରତ-କିର୍ଗିଜ ସମ୍ବନ୍ଧର ବିସ୍ତାର କରିବାକୁ ଚାହିଁବେ । ଏବଂ ବିଶେଷ କରି ବ୍ୟବସାୟିକ ଓ ନିବେଶ କ୍ଷେତ୍ରରେ ଏହାକୁ ଅଧିକ ମଜଭୁତ କରିବାକୁ ଚାହିଁବେ । ରାଷ୍ଟ୍ରପତି ଏହି ଫୋରମକୁ ନିଜର ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ଏବଂ ବ୍ୟକ୍ତିଗତ ଭାବେ ଏଥିରେ ଭାଗ ନେଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ବିଶ୍ୱର ଅର୍ଥବ୍ୟବସ୍ଥାରେ ଦ୍ରୂତଗତିରେ ପରିବର୍ତ୍ତନ ଆସୁଛି । ଏପରି ସ୍ଥଳେ ଭାରତ ପରି ବଡ ଅର୍ଥବ୍ୟବସ୍ଥାର ଆର୍ଥିକ ବୃଦ୍ଧି ଏବଂ ବୈଷୟିକ ବିକାଶ ବିଶ୍ୱରେ ସ୍ଥାୟୀତ୍ୱ ଏବଂ ଆଶାର ପ୍ରମୁଖ କାରକ । ଭାରତ ଏକ ବିଶାଳ ବଜାର । ଆମ ଦେଶର ଯୁବ ପ୍ରତିଭା ଏବଂ ଉତ୍ସାହୀ ଉନ୍ମେଷକ 5 ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ପରିଣତ ହେବାରେ ଆମ ଲକ୍ଷ୍ୟ ହାସଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

ବନ୍ଧୁଗଣ

ଏହା ସ୍ପଷ୍ଟ ଯେ ସମ୍ପ୍ରତି ଆମର ଦ୍ୱିପାକ୍ଷିକ ବ୍ୟବସାୟ ଓ ଆର୍ଥିକ ଭାଗିଦାରିତା ସମ୍ଭାବନାଠାରୁ ଅନେକ କମ । ଏଥିପାଇଁ ବ୍ୟବସାୟିକ ଫୋରମର ଏହି ପଦକ୍ଷେପ ଉପଯୁକ୍ତ ସମୟରେ କରାଯାଉଛି । ମୋ ବିଚାରରେ ବ୍ୟବସାୟ ଏବଂ ନିବେଶକୁ ବୃଦ୍ଧି କରିବା ପାଇଁ 3 ଉତପ୍ରେରକ ରହିଛନ୍ତି-ଉପଯୁକ୍ତ ପରିବେଶ, ଯୋଗାଯୋଗ ଏବଂ ବ୍ୟବସାୟରୁ ବ୍ୟବସାୟ ଅର୍ଥାତ B2B ଆଦାନ ପ୍ରଦାନ । ମୁଁ କହିବାକୁ ଚାହିଁବି କି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଆମେ ଦ୍ଵେତ କର ପରିହାର ରାଜିନାମାକୁ  ଅନ୍ତିମ ରୂପ ପ୍ରଦାନ କରିଛୁ । ଏଥିସହିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତିକୁ ନେଇ ଆମେ ସକ୍ରିୟ ଭାବେ ଆଲୋଚନା କରୁଛୁ । ଏହାଦ୍ୱାରା ନିବେଶ ପାଇଁ ମଜଭୁତ ଆଧାର ମିଳିବ । ଆମେ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପଞ୍ଚବାର୍ଷିକ ରୋଡମ୍ୟାପ ପ୍ରସ୍ତୁତ କରିଛୁ । କିର୍ଗିଜ ସାଧାରଣତନ୍ତ୍ର, ୟୁରୋସିଅନ ଅର୍ଥନୈତିକ ୟୁନିଅନର ସଦସ୍ୟ । ଆମେ ୟୁରୋସିଅନ ଅର୍ଥନୈତିକ ୟୁନିଅନ ସହିତ ବ୍ୟବସାୟକୁ ବୃଦ୍ଧି କରାଇବା ପାଇଁ ଉନ୍ନତ ବାଣିଜ୍ୟିକ ରାଜିନାମା ଉପରେ ବି କାମ କରୁଛୁ ।

ବ୍ୟବସାୟକୁ ସୁଗମ କରିବାରେ ଉନ୍ନତ ଯୋଗାଯୋଗ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଚାବାହାର ବନ୍ଦର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କର ଏକ ନୂତନ ଜରିଆ ଭାବେ ଉଭା ହୋଇଛି । ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ସଂଯୋଗ ବ୍ୟବସ୍ଥାର ଉନ୍ନତ ବିକଳ୍ପ ନିର୍ମାଣ କରିବାରେ ଆମକୁ ଅଧିକ ଧ୍ୟାନ ଦେବାକୁ ହେବ ।B2B ଆଦାନ ପ୍ରଦାନରେ ବୃଦ୍ଧି କରିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଚଳିତ ବର୍ଷ ବିଶକେକରେ “ନମସ୍କାର ୟୁରୋସିଆ” ଟ୍ରେଡ ଶୋ’ର ଆୟୋଜନ କରାଯିବ । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ରର ବିଭିନ୍ନ ଉତ୍ପାଦ ବ୍ୟବସାୟରେ ପରସ୍ପରର ପୁରକ । ଆମକୁ ଏହି ସମସ୍ତ ଅବସରର ଫାଇଦା ଉଠାଇବା ଆବଶ୍ୟକ । କିର୍ଗିଜ ଅର୍ଗାନିକ ଉତ୍ପାଦମାନଙ୍କର ବଜାରରେ ଅନେକ ଚାହିଦା ରହିଛି । ଏଠାକାର ବନଜାତ ଦ୍ରବ୍ୟ, ଅଖରୋଟ ଏବଂ ଡାୟରୀ ଉତ୍ପାଦ ଇକୋଲୋଜିକାଲ ଭାବେ ଶୁଦ୍ଧତା ଏବଂ ପ୍ରାକୃତିକ-ପ୍ରକ୍ରିୟାକରଣ ପାଇଁ ବିଖ୍ୟାତ । ସେହିପରି ଭାରତର ବ୍ୟବସାୟୀ ଏବଂ ନିବେଶକମାନଙ୍କ ପାଇଁ ଔଷଧ, ବସ୍ତ୍ର,ରେଳବାଇ, ଜଳଜ ଶକ୍ତି, ଖଣି ଏବଂ ଖଣିଜ ତଥା ପର୍ଯ୍ୟଟନ କ୍ଷେତ୍ରରେ କିର୍ଗିଜ ସାଧାରଣତନ୍ତ୍ରରେ ଅଧିକ ଅବସର ମହଜୁଦ ରହିଛି ।

 

ବନ୍ଧୁଗଣ,

ମୁଁ କାମନା କରୁଛି ଯେ ଆପଣଙ୍କ ସମସ୍ତ ଆଲୋଚନା ସାର୍ଥକ ହେଉ । ମୁଁ କିର୍ଗିଜ ବ୍ୟବସାୟିକ ଜଗତର ନେତାମାନଙ୍କୁ ଭାରତୀୟ ଉଦ୍ୟମୀମାନଙ୍କ ସହିତ କାମ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।

ଆପଣମାନଙ୍କୁ ସମସ୍ତଙ୍କୁ ଭାରତରେ ସେହିପରି ସ୍ୱାଗତ । ଏବଂ ଭାରତର ଲୋକମାନଙ୍କୁ  ବିମାନବନ୍ଦରରେ ଓହ୍ଲାଇବା ମାତ୍ରେ ଶୁଣାଯାଉଥିବ ଯେ ଆମେ ଅତି ନିକଟତାର ସହ ପରସ୍ପର ସହିତ ଜଡିତ । ମଣିଷ ଶୁଣିବାକୁ ଲାଗିଥାଏ ଯେ ଆମେ ଦୁନିଆର ପୁରୁଣା ଜିନିଷ ସହିତ ଜଡିତ । ଏପରି ନିଜର ଭାବ ରହିଛି । ଯଦି ଭାଷା ଉପରେ କିଛି ଧ୍ୟାନ ଦେବା ତେବେ ଅନେକ ଶବ୍ଦ ସମାନ ମିଳିବ । ଆପଣଙ୍କୁ ଏତେ ନିକଟତା ମିଳିବ ତ ଆପଣାପଣର ଭାବ ଅତି ସହଜ । ଏହାର ଲାଭ ଦୁଇ ପକ୍ଷ ଉଠାନ୍ତୁ ଏବଂ ଦୁଇ ଦେଶର ବିକାଶରେ ଉଦ୍ୟୋଗ ଜଗତ ଓ ବ୍ୟବସାୟ ଜଗତର ମିତ୍ରମାନଙ୍କର ଯୋଗଦାନ ବଢ଼ୁ । ଏହି ଆଶା ସହିତ ଆପଣମାନଙ୍କୁ ସମସ୍ତଙ୍କୁ  ଅନେକ ଅନେକ ଶୁଭକାମନା ।

ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation