‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଆରଏଏମପି ଯୋଜନାକୁ ମଞ୍ଜୁରି ମିଳିଛି । ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ ।

ଯୋଜନାରେ ନିହିତ ବ୍ୟୟ:

ଏହି ଯୋଜନାରେ ମୋଟ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏଥିମଧ୍ୟରୁ ୩୭୫୦ କୋଟି ଟଙ୍କା ବା ୫୦୦ ନିୟୁତ ଆମେରିକୀୟ ଡଲାର ବିଶ୍ବ ବ୍ୟାଙ୍କରୁ ଋଣ ଆକାରରେ ନିଆଯିବ ଏବଂ ଅବଶିଷ୍ଟ ୨୩୧୨.୪୫ କୋଟି ଟଙ୍କା ବା ୩୦୮ ନିୟୁତ ଆମେରିକୀୟ ଡଲାର ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବେ ।

ବିନ୍ଦୁ ୱାରୀ ବିବରଣୀ :

‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ କାର୍ଯ୍ୟକ୍ରମ ବିଶ୍ବ ବ୍ୟାଙ୍କ ସହାୟତାପ୍ରାପ୍ତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଓଏମଏସଏମଇ)ର ବିଭିନ୍ନ କରୋନା ଭୂତାଣୁ ରୋଗ ୨୦୧୯ (କୋଭିଡ) ସହନଶୀଳ ଏବଂ ସୁଧାର ହସ୍ତକ୍ଷେପ ସହାୟତା ଯୋଗାଇ ଦିଆଯିବ ।

ବଜାର ଏବଂ ଋଣ ସୁବିଧା ପ୍ରଦାନରେ ସୁଧାର, କେନ୍ଦ୍ର ଏବଂ ରାଜ୍ୟରେ ସଂସ୍ଥାଗତ ଏବଂ ପ୍ରଶାସନିକ ଦୃଢ଼ତା, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସହଭାଗିତାରେ ସୁଧାର ଆଣିବା, ବିଳମ୍ବିତ ପଇଠ ଏବଂ ଗ୍ରିନିଂ ଭଳି ସମସ୍ୟାର ସମାଧାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଏହାଛଡ଼ା ଜାତୀୟ ସ୍ତରରେ ଏମଏସଏମଇ ମନ୍ତ୍ରଣାଳୟର କ୍ଷମତା ନିର୍ମାଣ କରିବା ସହିତ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରିତା କ୍ଷମତା ବୃଦ୍ଧି ଏବଂ ରାଜ୍ୟରେ ଏମଏସଏମଇ କଭରେଜ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ନିଯୁକ୍ତି ସୁଯୋଗ ବୃଦ୍ଧି ସମ୍ଭାବନା ଏବଂ ହିତାଧିକାରୀଙ୍କ ସଂଖ୍ୟା ସମେତ ବୃହତ ପ୍ରଭାବ

ବର୍ତ୍ତମାନର ଏମଏସଏମଇ ଯୋଜନାର ପ୍ରଭାବ ବିସ୍ତାର ମାଧ୍ୟମରେ ଏମଏସଏମଇ କ୍ଷେତ୍ରରେ ରହିଥିବା କୋଭିଡ ଏବଂ ସାଧାରଣ ସମସ୍ୟାଗୁଡ଼ିକ ସମାଧାନ ପାଇଁ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯିବ । ବିଶେଷ କରି ପ୍ରତିଯୋଗିତାମୂଳକ କ୍ଷମତା ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ । ଆହୁରି, ଏହି କାର୍ଯ୍ୟକ୍ରମ ଜରିଆରେ ଅପହଞ୍ଚ କ୍ଷେତ୍ର ବିଶେଷ କରି କ୍ଷମତା ନିର୍ମାଣ, ହ୍ୟାଣ୍ଡ ହୋଲ୍ଡିଂ, କୌଶଳ ବିକାଶ, ଗୁଣବତ୍ତା ସମୃଦ୍ଧି, ବୈଷୟିକ ଉନ୍ନତିକରଣ, ଡିଜିଟାଲକରଣ, ଜନସମ୍ପର୍କ ଏବଂ ମାର୍କେଟିଂ ପ୍ରୋତ୍ସାହନ ଆଦି ଅନ୍ୟାନ୍ୟ ଆବଶ୍ୟକତା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ ।

ରାଜ୍ୟମାନଙ୍କ ସହିତ ବିସ୍ତୃତ ସହଯୋଗ ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବଜାର ଆଗକୁ ବଢ଼ାଇବ, ଆର୍ଥିକ ସୁବିଧା ପ୍ରଦାନ କରିବ ଏବଂ ଦୁର୍ବଳ ବର୍ଗ ତଥା ସବୁଜ ପ୍ରୟାସକୁ ସମର୍ଥନ ଯୋଗାଇ ଦେବା କ୍ଷେତ୍ରରେ ପ୍ରଭାବୀ ସାବ୍ୟସ୍ତ ହେବ ।

ଯେଉଁସବୁ ରାଜ୍ୟରେ ଏମଏସଏମଇର ଉପସ୍ଥିତି କମ ରହିଛି, ଆରଏଏମପି ଅଧୀନରେ କଭର କରାଯାଉଥିବା ଯୋଜନାର ଉଚ୍ଚ ପ୍ରଭାବ ଫଳରେ, ଅଧିକ ସଂଖ୍ୟାରେ ଔପଚାରିକ ଏମଏସଏମଇ ଉଦ୍ୟୋଗ ଆରମ୍ଭ ହେବ । ଏକ ଉନ୍ନତ ଏମଏସଏମଇ କ୍ଷେତ୍ରର ବିକାଶ ଲାଗି ଏସବୁ ରାଜ୍ୟ ପକ୍ଷରୁ ବିକଶିତ ଏସଆଇପି, ରୋଡମ୍ୟାପ ଆକାରରେ କାର୍ଯ୍ୟ କରିବେ ।

ଉଦ୍ୟୋଗ ମାପଦଣ୍ଡ, କାର୍ଯ୍ୟ ପଦ୍ଧତିରେ ନବସୃଜନ ଏବଂ ବୃଦ୍ଧିକୁ ପ୍ରୋତ୍ସାହନ ଦେବା ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ମିଶନକୁ ସମର୍ଥନ ଯୋଗାଇ ଦେବ ତଥା ଏମଏସଏମଇ କ୍ଷେତ୍ରକୁ ପ୍ରତିଯୋଗିତାମୂଳକ ତଥା ଆତ୍ମନିର୍ଭରଶୀଳ କରିବ । ରପ୍ତାନି ବୃଦ୍ଧି କରିବା, ଆମଦାନୀ ହ୍ରାସ କରିବା ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ ବୈଷୟିକ ଇନପୁଟ୍‌ ପ୍ରଦାନ କରିବ ।

 

ଆରଏଏମପି ଯୋଜନାର ଲାଭ

  • ପ୍ରତିଦ୍ବନ୍ଦ୍ବିତା ଏବଂ ବ୍ୟବସାୟିକ ସ୍ଥିରତାର ସ୍ଥିତିକୁ ଉନ୍ନତ କରିବା ଲାଗି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସହ ଜଡ଼ିତ ଅଧିକ ପ୍ରଭାବୀ ଏବଂ ଦୀର୍ଘସ୍ଥାୟୀ ଉପାୟଗୁଡ଼ିକର ବିତରଣ ସମ୍ଭବ କରିବା ଉଦ୍ଦେଶ୍ୟରେ ସାକ୍ଷ୍ୟ ଆଧାରିତ ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ବର୍ଦ୍ଧିତ କ୍ଷମତା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଏକ ‘‘ନୀତି ନିର୍ମାତା’’ ସାବ୍ୟସ୍ତ ହେବ ।
  • ଅନ୍ତର୍ଜାତୀୟ ଅଭିଜ୍ଞତାର ଲାଭ ଉଠାଇ ମାନକ ନିର୍ଦ୍ଧାରିତ କରିବା, ସର୍ବୋତ୍ତମ ପ୍ରଚଳନ/ସଫଳତା କାହାଣୀ ଶେୟାର କରିବା ଏବଂ ଏହାର ପ୍ରଦର୍ଶନ କରିବା ମାଧ୍ୟମରେ ଏକ ‘‘ଜ୍ଞାନ ପ୍ରଦାତା’’ ସାବ୍ୟସ୍ତ ହେବ । ଏବଂ
  • ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ (ଆଇଓଟି), ମେସିନ ଲର୍ଣ୍ଣିଂ ଆଦି ଉଚ୍ଚତମ ସ୍ତରର ପ୍ରଯୁକ୍ତି ମାଧ୍ୟମରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଡିଜିଟାଲ ଏବଂ ବୈଷୟିକ ରୂପାନ୍ତରଣ ହୋଇଥାଏ। ତେଣୁ ଏହି ପ୍ରଯୁକ୍ତିର ଲାଭ ପାଇବା ଲାଗି କାର୍ଯ୍ୟକ୍ରମ ଏକ ‘‘ପ୍ରଯୁକ୍ତି ପ୍ରଦାନକାରୀ’’ ସାବ୍ୟସ୍ତ ହେବ ।

ସାରା ଦେଶରେ ନିଜର ପ୍ରଭାବ ସହିତ ଆରଏଏମପି ଯୋଜନା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେସବୁ ୬୩ ନିୟୁତ ଉଦ୍ୟୋଗକୁ ଲାଭାନ୍ବିତ କରିବ ଯେଉଁ ଉଦ୍ୟୋଗଗୁଡ଼ିକ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର  ଯୋଗ୍ୟତା ଲାଭ କରିଛନ୍ତି ।

ତେବେ ମୋଟ ୫,୫୫,୦୦୦ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ସକ୍ଷମ କରିବା ଲାଗି ଏହି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଛି । ଏହାବ୍ୟତୀତ, ଏହି ଯୋଜନା ଅଧୀନରେ ସେବା କ୍ଷେତ୍ରକୁ ସାମିଲ କରିବା ଲାଗି ନିର୍ଦ୍ଦିଷ୍ଟ ଲକ୍ଷିତ ବଜାରକୁ ସମ୍ପ୍ରସାରିତ କରିବା ଏବଂ ପାଖାପାଖି ୭୦,୫୦୦ ମହିଳା ଏମଏସଏମଇ ବୃଦ୍ଧି କରିବା ପାଇଁ ପରିକଳ୍ପନା କରାଯାଇଛି  ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ପ୍ରାରମ୍ଭିକ ମିଶନ ଏବଂ ଅଧ୍ୟୟନ ପରେ କାର୍ଯ୍ୟକ୍ରମ ଦୁଇଟି ପରିଣାମ କ୍ଷେତ୍ର ଚିହ୍ନଟ କରିଛି : (୧) ଏମଏସଏମଇ କାର୍ଯ୍ୟକ୍ରମର ସଂସ୍ଥାନ ଏବଂ ପ୍ରଶାସନକୁ ସୁଦୃଢ଼ କରିବା ଏବଂ (୨) ବଜାର ପହଞ୍ଚ, କମ୍ପାନୀର କ୍ଷମତା ଏବଂ ପୁଞ୍ଜି ଉପଲବ୍ଧତା ଯୋଗାଇ ଦେବା ନିମନ୍ତେ ସହଯୋଗ କରିବା ।

ବଜାର ପ୍ରସାର ଏବଂ ପ୍ରତିଯୋଗିତାରେ ସୁଧାର ଉପରେ ଧ୍ୟାନ କେନ୍ଦ୍ରିତ କରି, ଏମଏସଏମଇ ମନ୍ତ୍ରଣାଳୟର ବର୍ତ୍ତମାନର କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରିବା ଲାଗି ଅର୍ଥ ପଇଠ ସହ ଜଡ଼ିତ ସଙ୍କେତକ (ଡିଏଲଆଇ)ରୁ ପୃଥକ ଅନ୍ୟ ମନ୍ତ୍ରଣାଳୟର ବଜେଟରେ ଆରଏଏମପି ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯିବ ।

ବିଶ୍ବ ବ୍ୟାଙ୍କରୁ ଆରଏଏମପି ଯୋଜନାକୁ ପାଣ୍ଠି ଯୋଗାଣ ନିମ୍ନୋକ୍ତ ବିତରଣ ଆଧାରିତ ସଙ୍କେତକ ଉପରେ କରାଯିବ :

  1. ଜାତୀୟ ଏମଏସଏମଇ ସୁଧାର ଏଜେଣ୍ଡାକୁ ଲାଗୁ କରିବା
  2. ଏମଏସଏମଇ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ତ୍ବରାନ୍ବିତ କରିବା
  3. ପ୍ରଯୁକ୍ତି ଉନ୍ନୟନ ଯୋଜନା (ସିଏଲସିଏସ-ଟିୟୁଏସ)ର ପ୍ରଭାବକୁ ବଢ଼ାଇବା
  4. ଏମଏସଏମଇ ପାଇଁ ପ୍ରାପ୍ୟ ଅର୍ଥ ପୋଷଣ ବଜାରକୁ ମଜବୁତ କରିବା
  5. ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ (ସିଜିଟିଏମଏସଇ) ଏବଂ ‘‘ଗ୍ରିନିଂ ଏଣ୍ଡ ଜେଣ୍ଡର’’ ଡିଲିଭରୀ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଟ୍ରଷ୍ଟର ପ୍ରଭାବକୁ ବଢ଼ାଇବା
  6. ବିଳମ୍ବରେ ଅର୍ଥ ପଇଠ ମାମଲା ହ୍ରାସ କରିବା

 

ରଣନୈତିକ ନିବେଶ ଯୋଜନା (ଏସଆଇପି) ପ୍ରସ୍ତୁତ କରିବା ଆରଏଏମପିର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ, ଏଥିରେ ସବୁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଆମନ୍ତ୍ରିତ କରାଯିବ ।

ଆରଏଏମପି ଅଧୀନରେ ଏମଏସଏମଇର ଚିହ୍ନଟ ଏବଂ ଉନ୍ନତିକରଣ ପାଇଁ ଏକ ପ୍ରଚାରପ୍ରସାର ଯୋଜନା, ପ୍ରମୁଖ ବାଧା ଏବଂ ବ୍ୟବଧାନକୁ ଚିହ୍ନଟ କରିବା, ବିଶେଷ ଉପଲବ୍ଧି ଏବଂ ପ୍ରକଳ୍ପର ନିର୍ଦ୍ଧାରଣ ଏବଂ ଅକ୍ଷୟ ଶକ୍ତି, ଗ୍ରାମୀଣ ଏବଂ ଅଣ-କୃଷି ବ୍ୟବସାୟ, ପାଇକାରୀ ଏବଂ ଖୁଚୁରା ବ୍ୟବସାୟ, ଗ୍ରାମୀଣ ଏବଂ କୁଟୀର ଶିଳ୍ପ, ମହିଳା ଉଦ୍ୟୋଗ ଆଦି ସମେତ ପ୍ରାଥମିକତା କ୍ଷେତ୍ରରେ ପ୍ରୟାସ ପାଇଁ ଆବଶ୍ୟକ ବଜେଟ୍‌ ଉପସ୍ଥାପନ କରିବା ଆଦି ଏସଆଇପିରେ ସାମିଲ ରହିଛି ।

ଏକ ଶୀର୍ଷ ଜାତୀୟ ଏମଏସଏମଇ ପରିଷଦ ମାଧ୍ୟମରେ ଆରଏଏମପିର ସାମଗ୍ରିକ ନିରୀକ୍ଷଣ ଏବଂ ନୀତିର ଅବଲୋକନ କରାଯିବ, ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କ ସହିତ ଏମଏସଏମଇ ମନ୍ତ୍ରୀ ସାମିଲ ରହିବେ । ଏହାକୁ ସମର୍ଥନ ଯୋଗାଇ ଦେବା ପାଇଁ ଏକ ସଚିବାଳୟ ରହିବ । ଆରଏଏମପି କାର୍ଯ୍ୟକ୍ରମ କମିଟି ଏମଏସଏମଇ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବ ଯାହାକି ଆରଏଏମପି ଯୋଜନାର ନିର୍ଦ୍ଦିଷ୍ଟ ବିତରଣଯୋଗ୍ୟ ଦିଗକୁ ଅନୁଧ୍ୟାନ କରିବ । ଆହୁରି ଦୈନନ୍ଦିନ କାର୍ଯ୍ୟକାରିତା ପାଇଁ ଜାତୀୟସ୍ତରରେ ଏବଂ ରାଜ୍ୟସ୍ତରରେ ଏକ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍‌ ରହିବ । ଏଥିରେ ଆରଏଏମପି କାର୍ଯ୍ୟକ୍ରମର କାର୍ଯ୍ୟକାରିତା, ଅନୁଧ୍ୟାନ ଏବଂ ମୂଲ୍ୟାଙ୍କନ ପାଇଁ ଏମଏସଏମଇ ମନ୍ତ୍ରଣାଳୟ ଏବଂ ରାଜ୍ୟମାନଙ୍କୁ ସମର୍ଥନ ଯୋଗାଇ ଦେବା ନିମନ୍ତେ ଶିଳ୍ପ ବିଶେଷଜ୍ଞମାନେ ରହିବେ ।

କେଉଁ ରାଜ୍ୟ/ଜିଲ୍ଲା ଯୋଜନା ପରିଧିରେ ରହିବେ

ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ଏସଆଇପି ପ୍ରସ୍ତୁତ କରିବା ଲାଗି ଆମନ୍ତ୍ରଣ କରାଯିବ ତଥା ଏସଆଇପି ଅଧୀନରେ ଦିଆଯିବାକୁ ଥିବା ପ୍ରସ୍ତାବକୁ ସେଗୁଡ଼ିକର ମୂଲ୍ୟାଙ୍କନ ଆଧାରରେ ପାଣ୍ଠି ଯୋଗାଇ ଦିଆଯିବ ।

ଅର୍ଥ ପୋଷଣ ବସ୍ତୁନିଷ୍ଠ ଚୟନ ମାନଦଣ୍ଡ ଉପରେ ଆଧାରିତ ହେବ ଏବଂ ଏସଆଇପିର ମୂଲ୍ୟାଙ୍କନ ଏବଂ ଏହାର ମଞ୍ଜୁରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ପ୍ରତିଷ୍ଠିତ କଠୋର ପ୍ରକ୍ରିୟା ଜରିଆରେ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.