ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରବି ଋତୁ 2025-26 (01.10.2025 ରୁ 31.03.2026) ପାଇଁ ଏହି ସବସିଡି ଲାଗୁ ହେବ। ରବି ଋତୁ 2025-26 ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକତା ପାଖାପାଖି 37,952.29 କୋଟି ଟଙ୍କା ହେବ। । ଏହା ଖରିଫ ଋତୁ 2025 ପାଇଁ ବଜେଟ ଆବଶ୍ୟକତା ଠାରୁ 736 କୋଟି ଟଙ୍କା ଅଧିକ।
ଡାଇ ଆମୋନିୟମ ଫସଫେଟ୍ (ଡିଏପି) ଏବଂ ଏନପିକେଏସ (ନାଇଟ୍ରୋଜେନ, ଫସଫରସ, ପଟାସ, ସଲଫର) ଗ୍ରେଡ୍ ସମେତ ପିଏଣ୍ଡକେ ସାର ଉପରେ ସବସିଡି ଦର 2025-26 ରବି ଋତୁ (01.10.2025 ରୁ 31.03.2026 ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦରରେ ଲାଗୁ ହେବ। ଏହାଫଳରେ ଚାଷୀମାନେ ଶସ୍ତା ଦରରେ ସହଜରେ ଏହି ସାର ପାଇପାରିବେ।
ଲାଭ:
- ଚାଷୀମାନଙ୍କୁ ସବସିଡିଯୁକ୍ତ, ସୁଲଭ ଏବଂ ଯୁକ୍ତିଯୁକ୍ତ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ କରାଯିବ।
- ସାର ଏବଂ କୃଷି ଇନପୁଟର ଅନ୍ତର୍ଜାତୀୟ ଦରର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଏଣ୍ଡକେ ଉପରେ ସବସିଡିକୁ ଯୁକ୍ତିସଂଗତ କରାଯାଇପାରିବ।
हम देशभर के अपने किसान भाई-बहनों के कल्याण के लिए प्रतिबद्ध हैं। इसी दिशा में हमारी सरकार ने एक बड़ा कदम उठाते हुए 2025-26 के रबी सीजन के लिए फॉस्फोरस और पोटाश उर्वरकों पर सब्सिडी को मंजूरी दी है। इससे जहां अन्नदाताओं को किफायती दर पर उर्वरक उपलब्ध हो सकेंगे, वहीं उनकी कमाई भी…
— Narendra Modi (@narendramodi) October 28, 2025


