ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି।

 

  1. ଡିଜିଟାଲ କୃଷି ମିଶନ : ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଢାଞ୍ଚା ଉପରେ ଆଧାରିତ, ଡିଜିଟାଲ କୃଷି ମିଶନ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ। ଏହି ମିଶନ ପାଇଁ ମୋଟ ୨,୮୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦୁଇଟି ମୂଳଦୁଆ ଉପରେ ଆଧାରିତ
  1. କୃଷି ଷ୍ଟାକ୍‌
  2. ଚାଷୀ ରେଜିଷ୍ଟ୍ରୀ
  3. ଗାଁ ଜମି ମାନଚିତ୍ର ରେଜିଷ୍ଟ୍ରୀ
  4. ଫସଲ ବୁଣା ରେଜିଷ୍ଟ୍ରୀ
  5. କୃଷି ନିର୍ଣ୍ଣୟ ସହାୟତା ପ୍ରଣାଳୀ
  6. ଭୂସ୍ଥାନିକ ତଥ୍ୟ
  7. ମରୁଡ଼ି/ବନ୍ୟା ନିରୀକ୍ଷଣ
  8. ପାଣିପାଗ/ଉପଗ୍ରହ ତଥ୍ୟ
  9. ଭୂତଳ ଜଳ/ଜଳ ଉପଲବ୍ଧତା ତଥ୍ୟ
  10. ଫସଲ ଉତ୍ପାଦନ ଏବଂ ବୀମା ପାଇଁ ମଡେଲିଂ

ଏହି ମିଶନରେ ନିମ୍ନ ବ୍ୟବସ୍ଥା ରହିଛି

  • ମୃତ୍ତିକା ପ୍ରୋଫାଇଲ୍
  • ଡିଜିଟାଲ ଫସଲ ଆକଳନ
  • ଡିଜିଟାଲ ଅମଳ ମଡେଲିଂ
  • ଫସଲ ଋଣ ପାଇଁ ଯୋଗାଯୋଗ
  • ଏଆଇ ଏବଂ ବିଗ୍ ଡାଟା ଭଳି ଆଧୁନିକ ଜ୍ଞାନକୌଶଳ
  • କ୍ରେତାଙ୍କ ସହ ଯୋଗାଯୋଗ
  • ମୋବାଇଲ ଫୋନରେ ନୂଆ ଜ୍ଞାନ
  1. ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଫସଲ ବିଜ୍ଞାନ: ମୋଟ ୩,୯୭୯ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ପଦକ୍ଷେପ କୃଷକମାନଙ୍କୁ ଜଳବାୟୁ ମୁକାବିଲା ପାଇଁ ପ୍ରସ୍ତୁତ କରିବ ଏବଂ ୨୦୪୭ ସୁଦ୍ଧା ଖାଦ୍ୟ ନିରାପତ୍ତା ପ୍ରଦାନ କରିବ । ଏହାର ସାତଟି ସ୍ତମ୍ଭ ରହିଛି ଯଥା:
  1. ଗବେଷଣା ଓ ଶିକ୍ଷା
  2. ଉଦ୍ଭିଦ ଆନୁବଂଶିକ ସମ୍ବଳ ପରିଚାଳନା
  • III. ଖାଦ୍ୟ ଏବଂ ଗୋଖାଦ୍ୟ ଫସଲ ପାଇଁ ଆନୁବଂଶିକ ସୁଧାର
  1. ଡାଲି ଓ ତୈଳବୀଜ ଫସଲ ଉନ୍ନତି
  2. ବାଣିଜ୍ୟିକ ଫସଲରେ ସୁଧାର
  3. କୀଟପତଙ୍ଗ, ଜୀବାଣୁ, ପରାଗୀକରଣ ଇତ୍ୟାଦି ଉପରେ ଗବେଷଣା।

 

  1. କୃଷି ଶିକ୍ଷାପରିଚାଳନା ଏବଂ ସାମାଜିକ ବିଜ୍ଞାନ ସୁଦୃଢ଼ୀକରଣ : ମୋଟ ୨,୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପଦକ୍ଷେପ କୃଷି ଛାତ୍ର ଏବଂ ଗବେଷକମାନଙ୍କୁ ସାମ୍ପ୍ରତିକ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ ଏବଂ ଏଥିରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ
  1. ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନରେ
  2. କୃଷି ଗବେଷଣା ଓ ଶିକ୍ଷାର ଆଧୁନିକୀକରଣ
  • III. ନୂତନ ଶିକ୍ଷା ନୀତି ୨୦୨୦ର ଅନୁସରଣ
  1. ଅତ୍ୟାଧୁନିକ ଜ୍ଞାନକୌଶଳ... ଡିଜିଟାଲ ଡିପିଆଇ, ଏଆଇ, ବିଗ୍ ଡାଟା, ରିମୋଟ୍ ଇତ୍ୟାଦିର ବ୍ୟବହାର
  2. ପ୍ରାକୃତିକ ଚାଷ ଏବଂ ଜଳବାୟୁ ସହନଶୀଳତା ସାମିଲ କରିବା

 

4. ଦୀର୍ଘସ୍ଥାୟୀ ଗୃହପାଳିତ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦନ : ମୋଟ ୧୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ନିମ୍ନଲିଖିତ ରହିଛି

  1. ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା ଓ ପ୍ରାଣୀ ଚିକିତ୍ସା ଶିକ୍ଷା
  2. ଦୁଗ୍ଧ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ବିକାଶ
  • III. ପ୍ରାଣୀ ଆନୁବଂଶିକ ସମ୍ବଳ ପରିଚାଳନା, ଉତ୍ପାଦନ ଓ ଉନ୍ନତି
  1. ପ୍ରାଣୀ ପୋଷଣ ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ଓ ବିକାଶ

5. ଉଦ୍ୟାନ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ: ମୋଟ ୮୬୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଏହି ପଦକ୍ଷେପ ଉଦ୍ୟାନ କୃଷି ଉଦ୍ଭିଦରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ନିମ୍ନଲିଖିତ ବିଷୟକୁ ନେଇ ଗଠିତ

  1. ଗ୍ରୀଷ୍ମମଣ୍ଡଳୀୟ, ଉପ-ଗ୍ରୀଷ୍ମମଣ୍ଡଳୀୟ ଏବଂ ସମଶୀତୋଷ୍ଣ ଉଦ୍ୟାନ କୃଷି ଫସଲ
  2. ମୂଳ, କନ୍ଦ, କନ୍ଦ ଜାତୀୟ ଓ ଶୁଷ୍କ ଫସଲ
  • III. ପନିପରିବା, ଫୁଲ ଓ ଛତୁ ଜାତୀୟ ଫସଲ
  1. ବଗିଚା, ମସଲା, ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଭିଦ

6. ୧୨୦୨ କୋଟି ଟଙ୍କାର ବ୍ୟୟବରାଦ ସହିତ କୃଷି ବିଜ୍ଞାନ କେନ୍ଦ୍ରର ସୁଦୃଢ଼ିକରଣ

7. ୧,୧୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ସହିତ ପ୍ରାକୃତିକ ସମ୍ବଳ ପରିଚାଳନା

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future