ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର୍ସ (ପିଡିଏଓଏସ୍‌) ଦ୍ୱାରା ସର୍ବସାଧାରଣ ୱାଇଫାଇ ନେଟୱାର୍କ ବ୍ୟବସ୍ଥା ସ୍ଥାପନ କରିବାକୁ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି । ଏହି ନେଟୱାର୍କ ବ୍ୟବସ୍ଥା ମାଧ୍ୟମରେ ପବ୍ଳିକ ଡାଟା ଅଫିସମାନ ସର୍ବସାଧାରଣଙ୍କୁ ସାରା ଦେଶରେ ୱାଇଫାଇ ସେବା ଯୋଗାଇବେ । ଦେଶରେ ସର୍ବସାଧରଣ ୱାଇଫାଇ ନେଟୱାର୍କ ମାଧ୍ୟମରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣକୁ ବ୍ୟାପକ ଏବଂ ତ୍ୱରାନ୍ୱିତ କରିବା ଉଦେଶ୍ୟରେ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି । ଏହି ସର୍ବସାଧାରଣ ୱାଇଫାଇ ନେଟୱାର୍କରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଲାଇସେନ୍ସ ଫି ଦେବାକୁ ପଡିବ ନାହିଁ ।

ଏହି ପ୍ରସ୍ତାବ ଦ୍ୱାରା ଦେଶରେ ପବ୍ଳିକ ୱାଇଫାଇ ନେଟୱାର୍କର ଅଭିବୃଦ୍ଧି ପ୍ରୋତ୍ସାହିତ ହେବ ଏବଂ ଏହାଦ୍ୱାରା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାର ପ୍ରସାର ବଢିବ । ଏହା ମଧ୍ୟ ନିଯୁକ୍ତି ସୃଷ୍ଟି, ଲୋକଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ।

ପ୍ରସ୍ତାବର ମୁଖ୍ୟାଂଶ

ଏହି ପବ୍ଲିକ ୱାଇଫାଇ ଆକ୍‌ସେସର ନାମ ରହିବ ‘ପିଏମ୍‌-ବାଣୀ’ । ଏହି ‘ପିଏମ୍‌-ବାଣୀ’ ବ୍ୟବସ୍ଥାଟି ବିଭିନ୍ନ ଅପରେଟରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ । ଯେଉଁମାନେ ଏହି ସେବା ଯୋଗାଇବେ ସେମାନଙ୍କର ତାଲିକା ତଳେ ଦିଆଯାଇଛି ।

  • ପବ୍ଲିକ ଡାଟା ଅଫିସ (ପିବିଓ)- ଏହା କେବଳ ‘ବାଣୀ’ ଅନୁକୂଳ ୱାଇଫାଇ ଆକ୍‌ସେସ ପଏଣ୍ଟ ପ୍ରତିଷ୍ଠା କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ଏବଂ ଉପଭୋକ୍ତାଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇଦେବ ।
  • ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର (ପିଡିଓଏ)- ପବ୍ଲିକ ଡାଟା ଅଫିସଗୁଡିକର ସମାହାରରେ ଏହି ପିଡିଓଏ ଗଠିତ ହେବ । ଏହା ଅନୁମତି ପ୍ରଦାନ ଓ ହିସାବପତ୍ର ରଖିବା କାର୍ଯ୍ୟ କରିବ ।
  • ଆପ୍‌ ପ୍ରୋଭାଇଡର- ଏହା ପଞ୍ଜୀକୃତ ବ୍ୟବହାରକାରୀଙ୍କ ପାଇଁ ଏକ ଆପ୍‌ ବିକଶିତ କରିବ ଏବଂ ଏହି ଆପ୍‌ ଆଖପାଖ ଅଞ୍ଚଳରେ ‘ବାଣୀ’ ଅନୁକୂଳ ୱାଇଫାଇ ହଟସ୍ପଟ୍‌କୁ ସଂଯୋଗ କରି ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସେବା ଯୋଗାଇଦେବ ।
  • ସେଣ୍ଟ୍ରାଲ ରେଜିଷ୍ଟ୍ରି- ଏହା ଆପ୍‌ ପ୍ରଦାନକାରୀ, ପିଡିଓଏ ଏବଂ ପିଡିଓମାନଙ୍କ ସବିଶେଷ ତଥ୍ୟ  ରଖିବ । ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ରୀୟ ରେଜିଷ୍ଟ୍ରି ସି-ଡଟ୍‌ ଦ୍ୱାରା ପରିଚାଳିତ ହେବ

ଲକ୍ଷ୍ୟ

ପିଡିଓ ଓ ପିଡିଓଏ ପାଇଁ ପଞ୍ଜୀକରଣର କୌଣସି ଆବଶ୍ୟକତା ନାହିଁ । ତେବେ ଆପ୍‌ ପ୍ରୋଭାଇଡରମାନଙ୍କୁ ଟେଲିକମ୍‌ ମନ୍ତ୍ରଣାଳୟରେ ପଞ୍ଜୀକୃତ ହେବାକୁ ପଡିବ । ଏଥିପାଇଁ ଏକ ଅନ୍‌ଲାଇନ ରେଜିଷ୍ଟ୍ରେସନ ପୋର୍ଟାଲ ଖୋଲାଯାଇଛି । ଏହାର ଠିକଣା ହେଲା- SARALSANCHAR; https://saralsanchar.gov.in । ଏହି ପଞ୍ଜୀକରଣ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଆବେଦନର 7ଦିନ ମଧ୍ୟରେ ଅନୁମତି ପ୍ରଦାନ କରାଯିବ ।

ବ୍ୟାପାର ବାଣିଜ୍ୟକୁ ସୁଗମ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ବ୍ୟବସାୟ ଅନୁକୂଳ ହେବ ବୋଲି ଆଶା କରାଯାଇଛି । କରୋନା ମହାମାରୀ କାଳରେ ଏକ ସ୍ଥିର ଓ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ (ଡାଟା) ସର୍ଭିସର ଆବଶ୍ୟକତା ବିଶେଷ ଅନୁଭୂତ ହୋଇଥିଲା । ଦେଶର ଯେଉଁସବୁ ସ୍ଥାନରେ 4ଜି ମୋବାଇଲ ସେବା ନ ଥିଲା,  ସେସବୁ ଅଞ୍ଚଳର ଲୋକେ ଏହି ବ୍ରଡବ୍ୟାଣ୍ଡ ସେବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ଏବେ ସେ ସବୁ ଅଞ୍ଚଳରେ ଆଉ ଅସୁବିଧା ରହିବ ନାହିଁ । ପବ୍ଳିକ ୱାଇଫାଇ ସେବା ଫଳରେ ସବୁ  ଅଞ୍ଚଳକୁ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ ।

ଦେଶରେ ସର୍ବସାଧାରଣ ୱାଇଫାଇ ବ୍ୟବସ୍ଥାରେ ବ୍ରଡବ୍ୟାଣ୍ଡ ସେବାର ସଂପ୍ରସାରଣ ପଦକ୍ଷେପ ପଛରେ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟପୂରଣ ଉଦ୍ଦେଶ୍ୟ ନିହିତ । ଏହାର ଲାଭ ସୁଦୂର ପ୍ରସାରୀ ହେବା ନିଶ୍ଚିତ । ପବ୍ଳିକ ୱାଇଫାଇ ହଟସ୍ପଟ ବ୍ୟବହାର କରି ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଲାଇସେନ୍ସ ଫି’ର ଆବଶ୍ୟକତା ନ ଥିବାରୁ ଦେଶରେ ଏହାର ପ୍ରସାର ତ୍ୱରିତ ଓ ବ୍ୟାପକ ହେବ । ଏହାଦ୍ୱାରା ଦେଶର କୋଣଅନୁକୋଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଉପଲବ୍ଧ ହୋଇପାରିବ । ବ୍ରଡବ୍ୟାଣ୍ଡର ଉପଲବ୍‌ଧତା ଓ ବ୍ୟବହାର ଫଳରେ ଲୋକଙ୍କ ଆୟ ବଢିବ, ନିଯୁକ୍ତି ସୁବିଧା ସୃଷ୍ଟି ଅଧିକ ହେବା ସହ ଲୋକଙ୍କ ଜୀବନର ମାନ ବୃଦ୍ଧି ପାଇବ ଏବଂ ସର୍ବୋପରି ଏହା ଇଜ୍‌ ଅଫ୍‌ ଡୁଇଂ ବିଜିନେସକୁ ସୁଗମ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
For transparent, inclusive public procurement, Government e Marketplace

Media Coverage

For transparent, inclusive public procurement, Government e Marketplace
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares a Sanskrit Subhashitam highlighting the eight essential qualities that enhance a person’s life and character
August 11, 2026

Prime Minister Shri Narendra Modi shared a Sanskrit Subhashitam today, highlighting the eight essential qualities that brighten a person's life and build character.

The Prime Minister wrote on X;

"अष्टौ गुणाः पुरुषं दीपयन्ति प्रज्ञा सुशीलत्वदमौ श्रुतं च।
पराक्रमश्च बहुभाषिता च दानं यथाशक्ति कृतज्ञता च।।"

These eight qualities brighten a person's life. Wisdom shows him the right path. Good conduct keeps his character pure, and self-control keeps him disciplined. Knowledge gives him understanding, courage helps him stand firm in difficult situations, and skillful speech earns him respect in society. Giving according to one's ability and being grateful for kindness make a person complete.