ଏହି ପଦକ୍ଷେପ ଯୋଗୁ ଚାଷୀମାନଙ୍କୁ ସବସିଡିଯୁକ୍ତ, ଶସ୍ତା ଏବଂ ସୁଲଭ ଦରରେ ସାର ମିଳିପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସାର ବିଭାଗ ପକ୍ଷରୁ ବିଭିନ୍ନ ପୋଷକ ତତ୍ତ୍ୱ ଯଥା ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ପାଇଁ ପୋଷକତତ୍ତ୍ୱ ଆଧାରିତ ସବସିଡି ଦରରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଆଧାର କରି ଫସଫେଟ ଓ ପଟାସ (ପି ଏଣ୍ଡ କେ) ସାର ଉପରେ ରବି ଋତୁ ୨୦୨୨-୨୩ (୦୧.୦୧.୨୦୨୩ ଠାରୁ ୩୧.୦୩.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ କରାଯାଇଛି ଏବଂ ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ କରାଯାଇଛି ।

ପି ଏଣ୍ଡ କେ ସାର ଉପରେ ସବସିଡି ଦର ୧ ଏପ୍ରିଲ ୨୦୧୦ ଠାରୁ ଏନବିଏସ ଯୋଜନା ଦ୍ୱାରା ପରିଚାଳିତ ହେଉଛି । ସରକାର ରବି ଋତୁ ୨୦୨୨-୨୩ ପାଇଁ ସଂଶୋଧିତ କରିଥିବା ଏନବିଏସ ଦର ୧ ଜାନୁଆରୀ ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପିଛିଲା ଭାବେ ଲାଗୁ ହେବ । ସେହିପରି ଖରିଫ ଋତୁ ୨୦୨୩ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଏନବିଏସ ଦର ୧ ଏପ୍ରିଲ ୨୦୨୩ ଠାରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଚାଷୀଙ୍କୁ ସବସିଡି ଦରରେ ୨୫ଟି ଗ୍ରେଡର ଫସଫେଟ ଏବଂ ପଟାସ (ପି ଏଣ୍ଡ କେ) ସାର ମିଳିବ ।

ଚାଷୀମାନଙ୍କୁ ଉନ୍ନତ ମାନର ପି ଏଣ୍ଡ କେ ସାର ସବସିଡି ଦରରେ ଯୋଗାଇ ଦେବା ଲାଗି ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ୨୦୨୩ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ସବସିଡି ରାଶି ଯୋଗାଇ ଦେବେ ।

କ୍ୟାବିନେଟଙ୍କ ଏହି ନିଷ୍ପତ୍ତିର ଦୁଇଟି ଲାଭ ମିଳିବ, ପ୍ରଥମତଃ : ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ସବସିଡିଯୁକ୍ତ, ଶସ୍ତା ଏବଂ ଯୁକ୍ତିସଂଗତ ଦରରେ ଡିଏପି ଏବଂ ଅନ୍ୟ ପି ଏଣ୍ଡ କେ ସାର ମିଳିପାରିବ । ଦ୍ୱିତୀୟତଃ ଏହା ପି ଏଣ୍ଡ କେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରିବ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi