ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସିଜିୟମ, ଗ୍ରାଫାଇଟ, ରୁବିଡିୟମ ଏବଂ ଜିରକୋନିୟମର ରୟାଲ୍ଟି ହାର ନିର୍ଦ୍ଦିଷ୍ଟ କରିବା/ସଂଶୋଧନକୁ ନିମ୍ନଲିଖିତ ପ୍ରକାରେ ମଞ୍ଜୁରୀ ଦିଆଯାଇଛି:

 

କେନ୍ଦ୍ର କ୍ୟାବିନେଟର ଉପରୋକ୍ତ ନିଷ୍ପତ୍ତି ସିଜିୟମ୍, ରୁବିଡିୟମ୍ ଏବଂ ଜିରକୋନିୟମ୍ ଥିବା ଖଣିଜ ବ୍ଲକଗୁଡ଼ିକର ନିଲାମକୁ ପ୍ରୋତ୍ସାହିତ କରିବ। ଏହା କେବଳ ଏସବୁ ଖଣିଜ ପଦାର୍ଥ ନୁହେଁ ବରଂ ସେମାନଙ୍କ ସହିତ ମିଳୁଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯେପରିକି ଲିଥିୟମ୍, ଟଙ୍ଗଷ୍ଟନ୍, ଆରଇଇଏସ, ନିଓବିୟମ୍, ଇତ୍ୟାଦିର ସଂଗ୍ରହକୁ ସକ୍ଷମ କରିବ। ମୂଲ୍ୟ ଆଧାରରେ ଗ୍ରାଫାଇଟ୍ ରୟାଲିଟି ହାର ନିର୍ଣ୍ଣୟ କରିବା ଦ୍ୱାରା ସମସ୍ତ ଗ୍ରେଡ୍ ପାଇଁ ଖଣିଜ ପଦାର୍ଥର ମୂଲ୍ୟ ସମାନୁପାତିକ ଭାବରେ ପରିବର୍ତ୍ତନ ହେବ। ଦେଶ ମଧ୍ୟରେ ଏସବୁ ଖଣିଜ ପଦାର୍ଥର ଉତ୍ତୋଳନ ବୃଦ୍ଧି ଆମଦାନୀ ହ୍ରାସ କରିବ ଏବଂ ଯୋଗାଣ ଶୃଙ୍ଖଳ ଦୁର୍ବଳତାକୁ ଦୂର କରିବ ଏବଂ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଗ୍ରାଫାଇଟ୍, ସିଜିୟମ୍, ରୁବିଡିୟମ୍ ଏବଂ ଜିରକୋନିୟମ୍ ହେଉଛି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଓ ବିଭିନ୍ନ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସଂପନ୍ନ ପ୍ରୟୋଗରେ ଏଗୁଡ଼ିକର ବ୍ୟବହାର ହୋଇଥାଏ ।  ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ, ୧୯୫୭ (ଏମଏଣଡିଆର ଆଇନ) ରେ ତାଲିକାଭୁକ୍ତ ୨୪ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ ମଧ୍ୟରେ ଗ୍ରାଫାଇଟ୍ ଏବଂ ଜିରକୋନିୟମ୍ ମଧ୍ୟ ଅନ୍ତର୍ଭୁକ୍ତ।

ବୈଦ୍ୟୁତିକ ଯାନ (ଇଭି) ବ୍ୟାଟେରୀରେ ଗ୍ରାଫାଇଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହା ମୁଖ୍ୟତଃ ଏକ ଆନୋଡ୍ ସାମଗ୍ରୀ ଭାବରେ କାର୍ଯ୍ୟ କରେ, ଯାହା ଉଚ୍ଚ ପରିବାହକ ଏବଂ ଚାର୍ଜ କ୍ଷମତାକୁ ସକ୍ଷମ କରେ। ତଥାପି, ଭାରତ ଏହାର ଗ୍ରାଫାଇଟ୍ ଆବଶ୍ୟକତାର ୬୦ ପ୍ରତିଶତ ଆମଦାନୀ କରେ। ବର୍ତ୍ତମାନ ଦେଶରେ ନଅଟି ଗ୍ରାଫାଇଟ୍ ଖଣି କାର୍ଯ୍ୟକ୍ଷମ ଅଛି, ଏବଂ ୨୭ଟି ବ୍ଲକକୁ ସଫଳତାର ସହ ନିଲାମ କରାଯାଇଛି। ଏହା ବ୍ୟତୀତ, ଜିଏସଆଇ ଏବଂ ଏମଇସିଏଲ୍ ୨୦ରୁ ଅଧିକ ଗ୍ରାଫାଇଟ୍ ବ୍ଲକ ପ୍ରଦାନ କରିଛନ୍ତି, ଯେଉଁଗୁଡ଼ିକୁ ନିଲାମ କରାଯିବ । ଏହାଛଡ଼ା ପ୍ରାୟ ୨୬ଟି ବ୍ଲକର ଅନୁସନ୍ଧାନ ଚାଲିଛି।

ଜିରକୋନିୟମ୍ ଏକ ଗୁରୁତ୍ବପୂର୍ଣ୍ଣ ଧାତୁ ଏବଂ ଏହା ପରମାଣୁ ଶକ୍ତି, ମହାକାଶ, ସ୍ୱାସ୍ଥ୍ୟସେବା ଏବଂ ଉତ୍ପାଦନ ସମେତ ବିଭିନ୍ନ ଶିଳ୍ପରେ ବ୍ୟବହୃତ ହୁଏ। ସେହିପରି ସିଜିୟମ୍ ନିଜର ଅସାଧାରଣ କ୍ଷୟ ପ୍ରତିରୋଧ ଏବଂ ଉଚ୍ଚ-ତାପମାନ ସ୍ଥିରତା ଯୋଗୁଁ, ମୁଖ୍ୟତଃ ଉଚ୍ଚ-ପ୍ରଯୁକ୍ତି ଇଲେକ୍ଟ୍ରୋନିକ୍ସରେ ବ୍ୟବହୃତ ହୁଏ, ବିଶେଷକରି ପରମାଣୁ ଘଡ଼ି, ଜିପିଏସ୍ ସିଷ୍ଟମ, ଅନ୍ୟାନ୍ୟ ଉଚ୍ଚ-ସଠିକତା ଉପକରଣ, ଏବଂ କର୍କଟ ଚିକିତ୍ସା ସମେତ ଅନ୍ୟ କେତେକ ଚିକିତ୍ସା ଉପକରଣରେ। ରୁବିଡିୟମ୍ ଫାଇବର ଅପ୍ଟିକ୍ସ, ଦୂରସଂଚାର ପ୍ରଣାଳୀ ଏବଂ ନାଇଟ ଭିଜନ ଡିଭାଇସରେ ବ୍ୟବହୃତ ହୁଏ।

କେନ୍ଦ୍ର ସରକାର ୧୬ ସେପ୍ଟେମ୍ବର, ୨୦୨୫ରେ ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକଗୁଡ଼ିକର ଷଷ୍ଠ ପର୍ଯ୍ୟାୟ ନିଲାମ ପାଇଁ ଟେଣ୍ଡର ଆମନ୍ତ୍ରଣକାରୀ ନୋଟିସ୍ ଜାରି କରିଛନ୍ତି। ଏଥିରେ ପାଞ୍ଚଟି ଗ୍ରାଫାଇଟ୍ ବ୍ଲକ, ଦୁଇଟି ରୁବିଡିୟମ୍ ବ୍ଲକ ଏବଂ ଗୋଟିଏ ବ୍ଲକ୍ ସିଜିୟମ୍ ଏବଂ ଜିରକୋନିୟମ୍ (ବିବରଣୀ ସଂଲଗ୍ନ) ଅନ୍ତର୍ଭୁକ୍ତ। ଆଜି କେନ୍ଦ୍ର କ୍ୟାବିନେଟର ରୟାଲିଟି ହାର ଉପରେ ଅନୁମୋଦନ ନିଲାମରେ ବିଡରମାନଙ୍କୁ ଯୁକ୍ତିଯୁକ୍ତ ଭାବରେ ସେମାନଙ୍କର ଆର୍ଥିକ ବିଡ୍ ଦାଖଲ କରିବାରେ ସାହାଯ୍ୟ କରିବ।

ସେପ୍ଟେମ୍ବର ୧, ୨୦୧୪ ଠାରୁ, ଗ୍ରାଫାଇଟ୍ ପାଇଁ ରୟାଲିଟି ହାର ଟନ୍ ପିଛା ଟଙ୍କା ନିର୍ଦ୍ଦିଷ୍ଟ କରାଯାଉଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ ତାଲିକାରେ ଏହା ଏକମାତ୍ର ଖଣିଜ ପଦାର୍ଥ ଯାହାର ରୟାଲିଟି ହାର ପ୍ରତି ଟନ୍ ଆଧାରରେ ନିର୍ଦ୍ଦିଷ୍ଟ କରାଯାଇଥିଲା। ଏହା ବ୍ୟତୀତ, ଗ୍ରେଡ୍ ଅନୁସାରେ ଗ୍ରାଫାଇଟ୍ ମୂଲ୍ୟରେ ପରିବର୍ତ୍ତନ ହେଉଥିବା ଦୃଷ୍ଟିରୁ, ଗ୍ରାଫାଇଟର ରୟାଲଟି ହାର ମୂଲ୍ୟ ଅନୁପାତ ଭିତ୍ତିରେ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହାକି ଗ୍ରେଡ ଅନୁସାରେ ଦର ପରିବର୍ତ୍ତନ ହେଲେ ରୟାଲଟି ହାର ସେହି ଅନୁସାରେ ନିର୍ଦ୍ଧାରିତ ହୋଇପାରିବ । ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ରୟାଲିଟି ହାର ଦୁଇ ପ୍ରତିଶତରୁ ଚାରି ପ୍ରତିଶତ ମଧ୍ୟରେ ନିର୍ଦ୍ଦିଷ୍ଟ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India