ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଖରିଫ ଋତୁ, ୨୦୨୪ (୦୧.୦୪.୨୦୨୪ରୁ ୩୦.୦୯.୨୦୨୪) ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ ଏବଂ ଏନବିଏସ ଯୋଜନା ଅଧୀନରେ ୩ଟି ନୂତନ ସାର ଗ୍ରେଡ୍ ଅନ୍ତର୍ଭୁକ୍ତ କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଖରିଫ ଋତୁ ୨୦୨୪ ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକତା ପ୍ରାୟ  ୨୪,୪୨୦ କୋଟି ଟଙ୍କା ।

ସୁବିଧା:

  1. ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।
  2. ସାର ଏବଂ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପି ଆଣ୍ଡ କେ ସାର ଉପରେ ସବସିଡିର ବ୍ୟବସ୍ଥା
  3. ଏନବିଏସରେ ତିନୋଟି ନୂତନ ଗ୍ରେଡ୍ ଅନ୍ତର୍ଭୁକ୍ତ କରିବା ଦ୍ୱାରା ସନ୍ତୁଳିତ ମୃତ୍ତିକା ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ଏବଂ ମାଟିର ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର ପୋଷକ ତତ୍ତ୍ୱ ଥିବା ସାର ଚୟନ କରିବା ପାଇଁ ଚାଷୀ ମାନଙ୍କୁ ବିକଳ୍ପ ପ୍ରଦାନ କରାଯିବ ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସୁରୁଖୁରୁରେ ଉପଲବ୍ଧ କରାଇବା ପାଇଁ ଖରିଫ ୨୦୨୪ (୦୧.୦୪.୨୦୨୪ରୁ ୩୦.୦୯.୨୦୨୪ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

ପୃଷ୍ଠଭୂମି:

ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ଜରିଆରେ ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ୨୫ ଗ୍ରେଡ୍ ର ପିଆଣ୍ଡକେ ସାର ଉପଲବ୍ଧ କରୁଛନ୍ତି। ପି ଆଣ୍ଡକେ ସାର ଉପରେ ସବସିଡି ଏନବିଏସ ଯୋଜନା ଦ୍ୱାରା ୦୧.୦୪.୨୦୧୦ ରୁ ନିୟନ୍ତ୍ରିତ ହୁଏ । କୃଷକ ଅନୁକୂଳ ଆଭିମୁଖ୍ୟ ଅନୁଯାୟୀ, କୃଷକମାନଙ୍କୁ ସୁଲଭ ମୂଲ୍ୟରେ ପିଆଣ୍ଡକେ ସାର ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସାର ଏବଂ ନିବେଶର ଆନ୍ତର୍ଜାତିକ ମୂଲ୍ୟ ଯଥା ୟୁରିଆ, ଡିଏପି, ଏମଓପି ଏବଂ ସଲ୍ଫରର ଆନ୍ତର୍ଜାତିକ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ସରକାର ଖରିଫ ୨୦୨୪ ପାଇଁ ଏନବିଏସ୍ ଦରକୁ ୦୧.୦୪.୨୪ ରୁ ୩୦.୦୯.୨୪ ପର୍ଯ୍ୟନ୍ତ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନବିଏସ ଯୋଜନାରେ ୩ଟି ନୂଆ ସାର ଗ୍ରେଡ୍ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନୁମୋଦିତ ଓ ବିଜ୍ଞାପିତ ଦର ଅନୁଯାୟୀ ସାର କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରାଯିବ, ଯାହାଦ୍ୱାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among top nations in quantum technology, says science minister Jitendra Singh

Media Coverage

India among top nations in quantum technology, says science minister Jitendra Singh
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares a Sanskrit Subhashitam highlighting the eight essential qualities that enhance a person’s life and character
August 11, 2026

Prime Minister Shri Narendra Modi shared a Sanskrit Subhashitam today, highlighting the eight essential qualities that brighten a person's life and build character.

The Prime Minister wrote on X;

"अष्टौ गुणाः पुरुषं दीपयन्ति प्रज्ञा सुशीलत्वदमौ श्रुतं च।
पराक्रमश्च बहुभाषिता च दानं यथाशक्ति कृतज्ञता च।।"

These eight qualities brighten a person's life. Wisdom shows him the right path. Good conduct keeps his character pure, and self-control keeps him disciplined. Knowledge gives him understanding, courage helps him stand firm in difficult situations, and skillful speech earns him respect in society. Giving according to one's ability and being grateful for kindness make a person complete.