ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ 2020 ପର୍ଯ୍ୟନ୍ତ 3000 କୋଟି ଟଙ୍କାର ଆର୍ଥିକ ଆବଂଟନ ସହିତ ଉତ୍ତର-ପୂର୍ବ ଶିଳ୍ପ ବିକାଶ ଯୋଜନା (ଏନଇଆଇଡିଏସ), 2017କୁ ଅନୁମୋଦନ କରାଯାଇଛି । ସରକାର ମାର୍ଚ୍ଚ 2020 ପୂର୍ବରୁ ମୂଲ୍ୟାଙ୍କନ ପରେ ଅବଶିଷ୍ଟ ଅବଧି ଲାଗି ଆବଶ୍ୟକ ପାଣ୍ଠି ଆବଂଟନ ଉପଲବ୍ଧ କରାଇବେ । ଏନଇଆଇଡିଏସ ଅଧିକ ଆବଂଟନ ସହିତ ପୂର୍ବର ଦୁଇଟି ଯୋଜନା ଅନ୍ତର୍ଗତ କଭର କରାଯାଇଥିବା ପ୍ରୋତ୍ସାହନର ସମ୍ମିଶ୍ରଣ ଅଟେ ।

ବିବରଣୀ : ସରକାର ଉତ୍ତର-ପୂର୍ବ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ଲାଗି ଏହି ଯୋଜନା ଜରିଆରେ ମୁଖ୍ୟତଃ ଏମଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାର ରୋଜଗାର ସୃଷ୍ଟି ଲାଗି ଏହି ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ।

ସମସ୍ତ ଯୋଗ୍ୟ ଶିଳ୍ପ ସଂସ୍ଥା ଯେଉଁମାନେ ଭାରତ ସରକାରଙ୍କ ଅନ୍ୟ ଯୋଜନାର ଗୋଟିଏ କିମ୍ବା ତା’ଠାରୁ ଅଧିକ ଉପାଦାନର ଲାଭ ଉଠାଉଛନ୍ତି ସେଥିପାଇଁ ମଧ୍ୟ ଏହି ଯୋଜନାର ଅନ୍ୟ ଉପାଦାନର ଲାଭ ଲାଗି ବିଚାର କରାଯିବ । ଯୋଜନା ଅନ୍ତର୍ଗତ ସିକ୍କିମ ସହିତ ଉତ୍ତର-ପୂର୍ବ ରାଜ୍ୟରେ ପ୍ରତିଷ୍ଠିତ ନୂଆ ଶିଳ୍ପ ସଂସ୍ଥାକୁ ନିମ୍ନଲିଖିତ ପ୍ରୋତ୍ସାହନ ଉପଲବ୍ଧ କରାଯିବ ।

 

ଋଣ ଉପଲବ୍ଧି ଲାଗି କେନ୍ଦ୍ରୀୟ ମୂଳଧନୀ ନିବେଶ ପ୍ରୋତ୍ସାହନ (ସିସିଆଇଆଇଏସି)

                               

ପ୍ରତ୍ୟେକ ସଂସ୍ଥାକୁ ପ୍ରୋତ୍ସାହନ ରାଶି ଉପରେ 5 କୋଟି ଟଙ୍କାର ଉର୍ଦ୍ଧ୍ଵ ସୀମା ସହିତ ପ୍ଳାଣ୍ଟ ଏବଂ ମେସିନାରୀରେ ନିବେଶର 30 ପ୍ରତିଶତ

କେନ୍ଦ୍ରୀୟ ସୁଧ ପ୍ରୋତ୍ସାହନ (ସିଆଇଆଇ)

 

ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ପ୍ରାରମ୍ଭ କରିବା ତାରିଖ ଠାରୁ ପ୍ରଥମ 5 ବର୍ଷ ଲାଗି ଯୋଗ୍ୟ ବ୍ୟାଙ୍କ/ଆର୍ଥିକ ସଂସ୍ଥାନ ଦ୍ୱାରା ଦିଆଯାଇଥିବା କାର୍ଯ୍ୟକାରୀ ପୁଞ୍ଜି ଋଣ ଉପରେ 3 ପ୍ରତିଶତ

କେନ୍ଦ୍ରୀୟ ବ୍ୟାପକ ବୀମା ପ୍ରୋତ୍ସାହନ (ସିସିଆଇଆଇ)

ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ପ୍ରାରମ୍ଭ କରିବାର ତାରିଖ ଠାରୁ 5 ବର୍ଷ ଲାଗି କୋଠା ଏବଂ ପ୍ଳାଣ୍ଟ ଏବଂ ମେସିନାରୀ ଉପରେ 100 ପ୍ରତିଶତ ବୀମା ପ୍ରିମିୟମ ଆଦାୟ

ବସ୍ତୁ ଓ ସେବା କର (ଜିଏସଟି) ଆଦାୟ

 

ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ପ୍ରାରମ୍ଭ କରିବା ତାରିଖ ଠାରୁ ପାଞ୍ଚ ବର୍ଷ ଲାଗି ସିଜିଏସଟି ଏବଂ ଆଇଜିଏସଟିର କେନ୍ଦ୍ର ସରକାରଙ୍କ ଭାଗ ପର୍ଯ୍ୟନ୍ତ ଆଦାୟ ।

ଆୟକର (ଆଇଟି) ଆଦାୟ

 

ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବାର ବର୍ଷ ସହିତ ପ୍ରଥମ ପାଞ୍ଚ ବର୍ଷ ଲାଗି ଆୟକରର କେନ୍ଦ୍ରୀୟ ଭାଗ ଆଦାୟ

ପରିବହନ ପ୍ରୋତ୍ସାହନ (ଟିଆଇ)

 

·       ପ୍ରସ୍ତୁତ ଉତ୍ପାଦର ନେବାଆଣିବା ଲାଗି ରେଳବାଇ/ରେଳବାଇର ସାର୍ବଜନିନ ପ୍ରତିଷ୍ଠାନ ଦ୍ୱାରା ଉପଲବ୍ଧ ବର୍ତ୍ତମାନର ସବସିଡି ସହିତ ପରିବହନ ବ୍ୟୟର 20 ପ୍ରତିଶତ ।

·       ଭାରତର ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରାଧିକରଣ ମାଧ୍ୟମରେ ପ୍ରସ୍ତୁତ ସାମଗ୍ରୀର ବିନିମୟ ଲାଗି ପରିବହନ ବ୍ୟୟର 20 ପ୍ରତିଶତ

·       ଦେଶର କୌଣସି ବିମାନ ବନ୍ଦର ନିକଟ ଉତ୍ପାଦନସ୍ଥଳ ଠାରୁ ବିମାନରେ ପଠାଯାଇଥିବା ନଷ୍ଟ ହୋଇଯାଇଥିବା ସାମଗ୍ରୀ (ଆଇଏଟିଏ ଦ୍ୱରା ପରିଭାଷିତ ରୂପରେ)ର ପରିବହନ ବ୍ୟୟର 33 ପ୍ରତିଶତ

 

ନିଯୁକ୍ତି ପ୍ରୋତ୍ସାହନ (ଇଆଇ)

 

ସରକାର କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ)ରେ ନିଯୁକ୍ତିଦାତାଙ୍କ ଯୋଗଦାନର 3.67ପ୍ରତିଶତ ପରିଶୋଧ କରିବେ, ଯାହା ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା (ପିଏମଆରପିୱାଇ)ରେ କର୍ମଚାରୀ ପେନସନ ଯୋଜନା (ଇପିଏସ)ପାଇଁ  ସରକାରଙ୍କ ଦ୍ୱାରା ବହନ କରାଯାଉଥିବା ନିଯୁକ୍ତିଦାତାଙ୍କ 8.33 ପ୍ରତିଶତ ଯୋଗଦାନ ବ୍ୟତୀତ ଅଟେ ।

 

ପ୍ରୋତ୍ସାହନର ସମସ୍ତ ଉପାଦାନ ଅନ୍ତର୍ଗତ ଲାଭର ମୋଟ ସୀମା ପ୍ରତି ସଂସ୍ଥା ପାଇଁ 200କୋଟି ଟଙ୍କା ହେବ ।

ନୂଆ ଯୋଜନା ଉତ୍ତର-ପୂର୍ବ ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତି ତଥା ଆୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi