ମୋଟ ୨୩୩୯ କିଲୋମିଟର ବିଶିଷ୍ଟ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ପ୍ରାୟ ୩୨,୫୦୦ କୋଟି ଟଙ୍କା
ବର୍ତ୍ତମାନର ଲାଇନ୍ କ୍ଷମତା ବୃଦ୍ଧି କରିବା ସହିତ ଟ୍ରେନ୍ ପରିଚାଳନାକୁ ସୁଗମ କରିବ, ଭିଡ଼ କମାଇବ ଏବଂ ଯାତ୍ରା ଓ ପରିବହନକୁ ସହଜ କରିବ
ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୭.୦୬ କୋଟି ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି । ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ। ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ ।  

ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ ।  ରାଜ୍ୟବାସୀଙ୍କୁ ୭.୦୬ କୋଟି ମାନବ ଦିବସର ନିଯୁକ୍ତି ପ୍ରଦାନ କରିବ।

 

ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

 

କ୍ରଂସଂ

ପ୍ରକଳ୍ପର ନାମ

ପ୍ରକଳ୍ପର ପ୍ରକୃତି

1

ଗୋରଖପୁର-କ୍ୟାଣ୍ଟ-ବାଲ୍ମିକୀ ନଗର

ବର୍ତ୍ତମାନର ଲାଇନର ଦୋହରୀକରଣ

2

ସୋନ ନଗର-ଅଣ୍ଡାଲ ମଲ୍ଟି ଟ୍ରାକିଂ ପ୍ରକଳ୍ପ

ରେଳଧାରଣାର ସଂଖ୍ୟା ବୃଦ୍ଧି

3

ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ୍-ବିଜୟନଗରମ୍

୩ ଲାଇନ ବିଶିଷ୍ଟ କରିବା

4

ମୁଦଖେଡ଼-ମେଦଚାଲ ଏବଂ ମହବୁବନଗର-ଧୋନେ

ବର୍ତ୍ତମାନର ଲାଇନର ଦୋହରୀକରଣ

5

ଗୁଣ୍ଟୁର-ବିବିନଗର

ବର୍ତ୍ତମାନର ଲାଇନର ଦୋହରୀକରଣ

6

ଚୋପାନ-ଚୁନୁର

ବର୍ତ୍ତମାନର ଲାଇନର ଦୋହରୀକରଣ

7

ସମାଖିଆଲି-ଗାନ୍ଧୀଧାମ

ଚାରି ଲାଇନ୍‌ ନିର୍ମାଣ

 

ଖାଦ୍ୟଶସ୍ୟ, ସାର, କୋଇଲା, ସିମେଣ୍ଟ, ଫ୍ଲାଇ-ଆଶ, ଲୁହା ଓ ପ୍ରସ୍ତୁତ ଇସ୍ପାତ, କ୍ଲିଙ୍କର, ଅଶୋଧିତ ତୈଳ, ଚୁନା ପଥର, ଖାଇବା ତେଲ ଇତ୍ୟାଦି ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ୨୦୦ ଏମଟିପିଏ (ବାର୍ଷିକ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସଂକଳ୍ପ ଅନୁଯାୟୀ ଯାହା ଏହି ଅଞ୍ଚଳରେ ବହୁମୁଖୀ କାର୍ଯ୍ୟ କରୁଥିବା ଶ୍ରମଶକ୍ତି ସୃଷ୍ଟି କରି ଏହି ଅଞ୍ଚଳର ଲୋକଙ୍କୁ "ଆତ୍ମନିର୍ଭରଶୀଳ" କରିବ ଏବଂ ସେମାନଙ୍କ ନିଯୁକ୍ତି/ ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ ।

ଏହି ପ୍ରକଳ୍ପଗୁଡ଼ିକ ପିଏମ-ଗତିଶକ୍ତି ବହୁମୁଖୀ ସଂଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's yuva shakti continues to make global impact: PM Modi

Media Coverage

India's yuva shakti continues to make global impact: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 19, 2026
July 19, 2026

Exports Booming, Skies Opening, Energy Transforming — PM Modi’s India in Full Flight