ବହୁ ରାଜ୍ୟ ସମବାୟ ସମିତି (ଏମ୍‍ଏସସିଏସ୍‍) ଅଧିନିୟମ, ୨୦୦୨ ଅନୁଯାୟୀ ପଞ୍ଜିକୃତ ହେବ
ପ୍ୟାକ୍ସ ରୁ ଆପେକ୍ସ: ପ୍ରାଥମିକ ଠାରୁ ଜାତୀୟ ସ୍ତରର ସମବାୟ ସମିତି ଯେଉଁଥିରେ ପ୍ରାଥମିକ ସମବାୟ ସମିତି, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରର ମହାସଂଘ ଏବଂ ବହୁମୁଖୀ ସମବାୟ ସମିତି ଏହାର ସଦସ୍ୟ ହୋଇପାରିବେ । ଏହି ସମସ୍ତ ସମବାୟ ସମିତିଗୁଡିକ ସେମାନଙ୍କର ନିୟମ ଅନୁଯାୟୀ ସମିତିର ବୋର୍ଡରେ ସେମାନଙ୍କର ର୍ନିବାଚିତ ପ୍ରତିନିଧୀ ରହିବେ ।
ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟର ସହଯୋଗରେ ଦେଶର ବିଭିନ୍ନ ସମବାୟ ସମିତି ଦ୍ୱାରା ଉତ୍ପାଦିତ ଅତିରିକ୍ତ ସାମଗ୍ରୀ / ସେବା ରପ୍ତାନି ପାଇଁ ଏକକ ସଂଗଠନ ଭାବରେ କାର୍ଯ୍ୟ କରିବ ।
ସମବାୟ ସମିତିର ଅନ୍ତର୍ଭୂକ୍ତି ଅଭିବୃଦ୍ଧି ମଡେଲ ମାଧ୍ୟମରେ “ସହକାର-ସେ-ସମୃଦ୍ଧି” ର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ, ବହୁ ରାଜ୍ୟ ସମବାୟ ସମିତି (ଏମଏସସିଏସ୍‌) ଅଧିନିୟମ, ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ବହୁମୁଖୀ ସମବାୟ ରପ୍ତାନି ସମାଜ ଗଠନ ତଥା ପ୍ରୋତ୍ସାହିତ କରିବାକୁ ଅନୁମୋଦନ କରିଛି । ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ବିଭାଗ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସେମାନଙ୍କର ରପ୍ତାନି ସମ୍ବନ୍ଧୀୟ ନୀତି, ଯୋଜନା ଏବଂ ସଂଗଠନ ମାଧ୍ୟମରେ ସମବାୟ ସମିତି ଏବଂ ଆନୁଷଙ୍ଗିକ ସଂସ୍ଥା ଦ୍ୱାରା ଉତ୍ପାଦିତ ସମସ୍ତ ସାମଗ୍ରୀ ଏବଂ ସେବା ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ' ଅନୁସରଣ କରି ରପ୍ତାନି କରିପାରିବେ ।

ପ୍ରସ୍ତାବିତ ସମିତି ରପ୍ତାନି କାର୍ଯ୍ୟ ତଥା ପ୍ରୋତ୍ସାହନ ପାଇଁ ଏକକ ସଂଗଠନ ଭାବରେ କାର୍ଯ୍ୟ କରି ସମବାୟ କ୍ଷେତ୍ରରୁ ରପ୍ତାନି ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିବ । ଏହା ବିଶ୍ୱ ବଜାରରେ ଭାରତୀୟ ସମବାୟ ସମିତିର ରପ୍ତାନି ସମ୍ଭାବନାକୁ ବୃଦ୍ଧିରେ ସାହାଯ୍ୟ କରିବ । ଏହି ପ୍ରସ୍ତାବିତ ସମିତି ମଧ୍ୟ ସମବାୟକୁ ବିଭିନ୍ନ ରପ୍ତାନି ସମ୍ବନ୍ଧୀୟ ଯୋଜନା ତଥା ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ନୀତିର ଲାଭ ପାଇବାରେ ସାହାଯ୍ୟ କରିବ । ଏହା ସହକାର-ସେ-ସମୃଦ୍ଧି ର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ । ଯଦିଓ ସମବାୟ ସମିତିର ଅନ୍ତର୍ଭୂକ୍ତି ଅଭିବୃଦ୍ଧି ମଡେଲ ଯେଉଁଠାରେ ସଦସ୍ୟମାନେ ସେମାନଙ୍କର ଦ୍ରବ୍ୟ ଏବଂ ସେବା ରପ୍ତାନି ମାଧ୍ୟମରେ ଉନ୍ନତ ମୂଲ୍ୟ ହୃଦୟଙ୍ଗମ କରିବେ ଏବଂ ସମିତି ଦ୍ୱରା ଅତିରିକ୍ତ ଆବଣ୍ଟନ ହୋଇଥିବା ଲାଭାଂଶ ଦ୍ୱାରା ଉପକୃତ ହେବେ। 

ପ୍ରସ୍ତାବିତ ସମିତି ମାଧ୍ୟମରେ ଅଧିକ ରପ୍ତାନି ବିଭିନ୍ନ ସ୍ତରରେ ସମବାୟ ସମିତି ଦ୍ୱାରା ଦ୍ରବ୍ୟ ଏବଂ ସେବା ଉତ୍ପାଦନ ବୃଦ୍ଧି କରିବ । ଯାହା ଦ୍ୱାରା ସମବାୟ କ୍ଷେତ୍ରରେ ଅଧିକ ନିଯୁକ୍ତି ମିଳିବ । ପ୍ରକ୍ରିୟାକରଣ ଖାଦ୍ୟ ଏବଂ ଆନ୍ତର୍ଜାତୀୟ ମାନକ ସହିତ ସେବାଗୁଡିକ ବୃଦ୍ଧି କରିବା ଦ୍ୱାରା ମଧ୍ୟ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ । ସମବାୟ ସାମଗ୍ରୀର ରପ୍ତାନି ବୃଦ୍ଧି, ମେକ୍ ଇନ୍ ଇଣ୍ଡିଆକୁ ମଧ୍ୟ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର ଭାରତକୁ ଆଗେଇ ନେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi