ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ, ବହୁ ରାଜ୍ୟ ସମବାୟ ସମିତି (ଏମଏସସିଏସ୍) ଅଧିନିୟମ, ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ବହୁମୁଖୀ ସମବାୟ ରପ୍ତାନି ସମାଜ ଗଠନ ତଥା ପ୍ରୋତ୍ସାହିତ କରିବାକୁ ଅନୁମୋଦନ କରିଛି । ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ବିଭାଗ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସେମାନଙ୍କର ରପ୍ତାନି ସମ୍ବନ୍ଧୀୟ ନୀତି, ଯୋଜନା ଏବଂ ସଂଗଠନ ମାଧ୍ୟମରେ ସମବାୟ ସମିତି ଏବଂ ଆନୁଷଙ୍ଗିକ ସଂସ୍ଥା ଦ୍ୱାରା ଉତ୍ପାଦିତ ସମସ୍ତ ସାମଗ୍ରୀ ଏବଂ ସେବା ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ' ଅନୁସରଣ କରି ରପ୍ତାନି କରିପାରିବେ ।
ପ୍ରସ୍ତାବିତ ସମିତି ରପ୍ତାନି କାର୍ଯ୍ୟ ତଥା ପ୍ରୋତ୍ସାହନ ପାଇଁ ଏକକ ସଂଗଠନ ଭାବରେ କାର୍ଯ୍ୟ କରି ସମବାୟ କ୍ଷେତ୍ରରୁ ରପ୍ତାନି ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିବ । ଏହା ବିଶ୍ୱ ବଜାରରେ ଭାରତୀୟ ସମବାୟ ସମିତିର ରପ୍ତାନି ସମ୍ଭାବନାକୁ ବୃଦ୍ଧିରେ ସାହାଯ୍ୟ କରିବ । ଏହି ପ୍ରସ୍ତାବିତ ସମିତି ମଧ୍ୟ ସମବାୟକୁ ବିଭିନ୍ନ ରପ୍ତାନି ସମ୍ବନ୍ଧୀୟ ଯୋଜନା ତଥା ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ନୀତିର ଲାଭ ପାଇବାରେ ସାହାଯ୍ୟ କରିବ । ଏହା ସହକାର-ସେ-ସମୃଦ୍ଧି ର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ । ଯଦିଓ ସମବାୟ ସମିତିର ଅନ୍ତର୍ଭୂକ୍ତି ଅଭିବୃଦ୍ଧି ମଡେଲ ଯେଉଁଠାରେ ସଦସ୍ୟମାନେ ସେମାନଙ୍କର ଦ୍ରବ୍ୟ ଏବଂ ସେବା ରପ୍ତାନି ମାଧ୍ୟମରେ ଉନ୍ନତ ମୂଲ୍ୟ ହୃଦୟଙ୍ଗମ କରିବେ ଏବଂ ସମିତି ଦ୍ୱରା ଅତିରିକ୍ତ ଆବଣ୍ଟନ ହୋଇଥିବା ଲାଭାଂଶ ଦ୍ୱାରା ଉପକୃତ ହେବେ।
ପ୍ରସ୍ତାବିତ ସମିତି ମାଧ୍ୟମରେ ଅଧିକ ରପ୍ତାନି ବିଭିନ୍ନ ସ୍ତରରେ ସମବାୟ ସମିତି ଦ୍ୱାରା ଦ୍ରବ୍ୟ ଏବଂ ସେବା ଉତ୍ପାଦନ ବୃଦ୍ଧି କରିବ । ଯାହା ଦ୍ୱାରା ସମବାୟ କ୍ଷେତ୍ରରେ ଅଧିକ ନିଯୁକ୍ତି ମିଳିବ । ପ୍ରକ୍ରିୟାକରଣ ଖାଦ୍ୟ ଏବଂ ଆନ୍ତର୍ଜାତୀୟ ମାନକ ସହିତ ସେବାଗୁଡିକ ବୃଦ୍ଧି କରିବା ଦ୍ୱାରା ମଧ୍ୟ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ । ସମବାୟ ସାମଗ୍ରୀର ରପ୍ତାନି ବୃଦ୍ଧି, ମେକ୍ ଇନ୍ ଇଣ୍ଡିଆକୁ ମଧ୍ୟ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର ଭାରତକୁ ଆଗେଇ ନେବ ।


