ମୋଟ ଆନୁମାନିକ ୧୨,୦୩୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯିବ ଏହି କରିଡର
୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଏହି ଯୋଜନା ସହାୟକ ହେବ
 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ନିମନ୍ତେ ସବୁଜ ଇନ୍ଧନ କରିଡର ପର୍ଯ୍ୟାୟ-୨କୁ ମଞ୍ଜୁର କରାଯାଇଛି। ଏ ଯୋଜନାରେ ପାଖାପାଖି ୧୦,୭୫୦ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିଶନ ଲାଇନ ଏବଂ ୨୭,୫୦୦ ମେଗା .ଭୋଲ୍ଟ-ଆମ୍ପିୟର (ଏମଭିଏ) କ୍ଷମତା ବିଶିଷ୍ଟ ସବଷ୍ଟେସନ ପ୍ରତିଷ୍ଠା କରାଯାଇ ଟ୍ରାନ୍ସଫର୍ମର କ୍ଷମତାରେ ଅତିରିକ୍ତ ବୃଦ୍ଧି କରାଯିବାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଫଳରେ ସାତଟି ରାଜ୍ୟ- ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶରେ ଗ୍ରୀଡ ଏକୀକରଣ ସମ୍ଭବ ହୋଇପାରିବ। ଏଥିସହିତ ପାଖାପାଖି ୨୦ ଗିଗାୱାଟ ଅକ୍ଷୟ ଶକ୍ତି ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପକୁ ସହାୟତା ମିଳିପାରିବ।

ଏହି ଯୋଜନା ପାଇଁ ଆନୁମାନିକ ମୋଟ ୧୨,୦୩୧.୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ କେନ୍ଦ୍ରୀୟ ଆର୍ଥିକ ସହାୟତା ବାବଦରେ ପ୍ରକଳ୍ପର ପାଖାପାଖି ୩୩ ପ୍ରତିଶତ ଅର୍ଥାତ୍‌ ୩୯୭୦.୩୪ କୋଟି ଟଙ୍କା ଯୋଗାଇ ଦିଆଯିବ। ଟ୍ରାନ୍ସମିଶନ ପ୍ରଣାଳୀକୁ ଆର୍ଥିକ ବର୍ଷ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ମଧ୍ୟରେ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଆର୍ଥିକ ସହାୟତା ବଳରେ ରାଜ୍ୟ ଅନ୍ତରୀଣ ଟ୍ରାନ୍ସମିଶନ ଶୁଳ୍କର ସମାଯୋଜନ ବା ଅଫସେଟିଂ କରିବାରେ ସହାୟତା ମିଳିବ। ଏହାଦ୍ବାରା ବିଦ୍ୟୁତ ମୂଲ୍ୟକୁ ମଧ୍ୟ କମ୍‌ ରଖାଯାଇପାରିବ। ତେଣୁ ବିଦ୍ୟୁତର ଅନ୍ତିମ ଉପଯୋଗକାରୀ- ଦେଶର ନାଗରିକମାନଙ୍କୁ ହିଁ ସରକାରୀ ସହଯୋଗର ଲାଭ ମିଳିପାରିବ।

ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବାରେ ସହାୟତା ମିଳିପାରିବ।

ଏହି ଯୋଜନା ଦେଶରେ ଦୀର୍ଘକାଳୀନ ଶକ୍ତି ସୁରକ୍ଷା କ୍ଷେତ୍ରରେ ଯୋଗଦାନ ଦେବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ସ୍ଥାୟୀ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବ। ଏହାଫଳରେ ବିଦ୍ୟୁତ ଏବଂ ଅନ୍ୟ ସମ୍ପୃକ୍ତ କ୍ଷେତ୍ରରେ କୁଶଳୀ ଓ ଅଣକୁଶଳୀ ଉଭୟ ପ୍ରକାର ଶ୍ରମିକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ପ୍ରଥମ ପର୍ଯ୍ୟାୟ ସବୁଜ ଇନ୍ଧନ କରିଡର ବ୍ୟତୀତ ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟ ଯୋଜନା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ପୂର୍ବରୁ କାର୍ଯ୍ୟକାରୀ ହେଉଛି। ଏହା ଚଳିତ ବର୍ଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ପ୍ରଥମ ପର୍ଯ୍ୟାୟ ଯୋଜନାରେ ଅତିରିକ୍ତ ୯,୭୦୦ ସର୍କିଟ୍‌ କିଲୋମିଟର ଅତିରିକ୍ତ ଟ୍ରାନ୍ସମିଶନ ଲାଇନ ବିଛାଯିବ ଏବଂ ସବଷ୍ଟେସନଗୁଡ଼ିକରେ ୨୨,୬୦୦ ମେଗାୱାଟ୍‌ କ୍ଷମତା ସୃଷ୍ଟି କରାଯିବ। ଏଥିପାଇଁ ୪୦୫୬.୬୭ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ମୋଟ ୧୦,୧୪୧.୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph