ରାଜ୍ୟମାନଙ୍କୁ 37,454 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ସମେତ ମୋଟ 93,068 କୋଟି ଟଙ୍କାର ଖର୍ଚ୍ଚ ଅଟକଳ
2.5 ଲକ୍ଷ ଏସସି ଏବଂ 2 ଲକ୍ଷ ଏସଟି ଚାଷୀଙ୍କ ସମେତ ଉପକୃତ ହେବେ ପ୍ରାୟ 22 ଲକ୍ଷ ଚାଷୀ
ଦୁଇଟି ଜାତୀୟ ପ୍ରକଳ୍ପ – ରେଣୁକାଜି (ହିମାଚଳ ପ୍ରଦେଶ) ଏବଂ ଲଖୱାର (ଉତ୍ତରାଖଣ୍ଡ)କୁ 90% ଅନୁଦାନ- ଦିଲ୍ଲୀ ସମେତ ଅନ୍ୟ ଅଂଶଗ୍ରହଣକାରୀ ରାଜ୍ୟ (ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ)ମାନଙ୍କୁ ଜଳଯୋଗାଣ ତଥା ଯମୁନା ନଦୀର ପୁନରୁଦ୍ଧାର ପାଇଁ ଗୁରୁତ୍ବପୂର୍ଣ୍ଣ
ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ଅଧୀନରେ 13.88 ଲକ୍ଷ ହେକ୍ଟରକୁ ଅତିରିକ୍ତ ଜଳଯୋଗାଣ ପାଇଁ ସୃଷ୍ଟି ହେବ ସମ୍ଭାବନା
ଏଆଇବିପି ଅଧୀନରେ ନୂତନ ପ୍ରକଳ୍ପମାନ ସାମିଲ, କାମ ଜାରି ରହିଥିବା 60ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଉପରେ ଗୁରୁତ୍ବାରୋପ
30.23 ଲକ୍ଷ ହେକ୍ଟର କମାଣ୍ଡ ଏରିଆ ବିକାଶ କାର୍ଯ୍ୟ
‘ହର୍‌ କ୍ଷେତ କୋ ପାନି’ ଅଧୀନରେ, କ୍ଷୁଦ୍ର ଜଳସେଚନ ଏବଂ ଜଳାଶୟର ପୁନରୁଦ୍ଧାର ଜରିଆରେ 4.5 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଏବଂ ଅନୁକୂଳ ବ୍ଲକରେ 1.52 ଲକ୍ଷ ହେକ୍ଟର ଜମିକୁ ଭୂତଳ ଜଳସେଚନ
49.5 ଲକ୍ଷ ହେକ୍ଟର ବର୍ଷା ଜଳସେଚିତ/ଅନୁର୍ବର ଜମି ସମ୍ବନ୍ଧୀୟ ଜଳଛାୟା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ, ଯାହାଫଳରେ ଅତିରିକ୍ତ 2.5 ଲକ୍ଷ ହେକ୍ଟର ଜମିକୁ ସଂରକ୍ଷିତ ଜଳସେଚନ ଅଧୀନକୁ ଅଣାଯାଇପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଜି 93,068 କୋଟି ଟଙ୍କା ବ୍ୟୟଅଟକଳ ସହିତ 2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି।

ରାଜ୍ୟମାନଙ୍କୁ 37,454 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଏବଂ 2016-21 ବର୍ଷ ପାଇଁ ଭାରତ ସରକାରଙ୍କ ଦ୍ବାରା ଉପଲବ୍ଧ କରାଯାଇଥିବା 20,434.56 କୋଟି ଟଙ୍କାର ଋଣ ସେବାକୁ ମଧ୍ୟ ସିସିଇଏ ମଞ୍ଜୁରି ମିଳିଛି।

2021-26 ଅବଧିରେ ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି), ହର ଖେତ କୋ ପାନି (ଏଚକେକେପି) ଏବଂ ଜଳଛାୟା ବିକାଶ ଉପାଦାନର କାର୍ଯ୍ୟକାରିତା ଜାରି ରଖିବାକୁ ମଧ୍ୟ ଅନୁମୋଦନ କରାଯାଇଛି।

ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ - ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଯାହାର ଉଦ୍ଦେଶ୍ୟ ହେଉଛି ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା। 2021-26 ଅବଧିରେ ଏଆଇବିପି ଅଧୀନରେ 13.88 ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି କରାଯିବ। 60ଟି ବର୍ତ୍ତମାନର ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବା ପ୍ରତି ଧ୍ୟାନ ଦିଆଯିବା ବ୍ୟତୀତ 30.23 ଲକ୍ଷ ହେକ୍ଟର କମାଣ୍ଡ ଏରିଆ ବିକାଶ, ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇପାରିବ। ଜନଜାତି ଏବଂ ମରୁଡ଼ି ପ୍ରବଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଯୋଜନାରେ ସାମିଲ କରାଯିବାର ସର୍ତ୍ତାବଳୀକୁ କୋହଳ କରାଯାଇଛି।

ଦୁଇଟି ଜାତୀୟ ପ୍ରକଳ୍ପ- ହିମାଚଳ ପ୍ରଦେଶର ରେଣୁକାଜି ନଦୀବନ୍ଧ ଏବଂ ଉତ୍ତରାଖଣ୍ଡର ଲଖୱାର ବହୁମୁଖି ପ୍ରକଳ୍ପ ପାଇଁ 90% କେନ୍ଦ୍ରୀୟ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଯମୁନା ବେସିନରେ ଭଣ୍ଡାରଣ ଆରମ୍ଭ କରିବ ଯାହା ଯମୁନା ନଦୀର ଉପର ମୁଣ୍ଡରେ ରହିଥିବା 6ଟି ରାଜ୍ୟକୁ ଲାଭାନ୍ବିତ କରିବ। ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା ଓ ରାଜସ୍ଥାନକୁ ଜଳଯୋଗାଣ ସୁବିଧା କରିବା ସହିତ ଯମୁନା ନଦୀର ପୁନରୁଦ୍ଧାର ଦିଗରେ ଏକ ବୃହତ ପଦକ୍ଷେପ ହେବ।

ହର କ୍ଷେତ କୋ ପାନି (ଏଚକେକେପି)ର ଲକ୍ଷ୍ୟ ହେଉଛି ଚାଷ ଜମିକୁ ଜଳସେଚନ ସୁବିଧା ବଢ଼ାଇବା ଏବଂ ଅଧିକ ଚାଷ ଜମିକୁ ସୁନିଶ୍ଚିତ ଜଳସେଚନ ପରିଧି ମଧ୍ୟକୁ ଆଣିବା। ଏଚକେକେପି ଅଧୀନରେ, ଭୂପୃଷ୍ଠ କ୍ଷୁଦ୍ର ଜଳସେଚନ ଏବଂ ପିଏମକେଏସୱାଇର ଜଳାଶୟ ଉପାଦାନର ମରାମତି-ପୁନରୁଦ୍ଧାର-ପୁନଃକାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା 4.5 ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବ।

ଜଳାଶୟ ପୁନରୁଦ୍ଧାରର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପାଣ୍ଠି ଯୋଗାଣରେ ପରିବର୍ତ୍ତନ ଆଣିବାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି। ଏଥିରେ ପ୍ରକଳ୍ପଗୁଡ଼ିକୁ ସାମିଲ କରିବାର ସର୍ତ୍ତାବଳୀରେ ଗୁରୁତ୍ବପୂର୍ଣ୍ଣ ସମ୍ପ୍ରସାରଣ କରାଯାଇଛି ଏବଂ ସାଧାରଣ କ୍ଷେତ୍ରରେ କେନ୍ଦ୍ରୀୟ ସହାୟତାକୁ 25%ରୁ 60% କରି ଦିଆଯାଇଛି। ଆହୁରି, ଏଚକେକେପିର ଭୂତଳ ଜଳ ଉପାଦାନକୁ 2021-22 ଆର୍ଥିକ ବର୍ଷ ପାଇଁ ଅନୁମୋଦନ କରାଯାଇଛି, ଏହା ମାଧ୍ୟମରେ 1.52 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ଜଳଛାୟା ବିକାଶ ଉପାଦାନରେ ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ ବର୍ଷା ଜଳସେଚିତ କ୍ଷେତ୍ରର ବିକାଶ, ଭୂତଳ ଜଳ ସୃଷ୍ଟି, ମାଟି ବୋହିଯିବାର ନିରାକରଣ ତଥା ଜଳ ସଂରକ୍ଷଣ ତଥା ପରିଚାଳନା ସମ୍ବନ୍ଧୀୟ ବିସ୍ତାର ଗତିବିଧିକୁ ପ୍ରୋତ୍ସାହିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜମି ସମ୍ବଳର ବିକାଶ ପାଇଁ ମଞ୍ଜୁରିପ୍ରାପ୍ତ ଜଳଛାୟା ବିକାଶ ଉପାଦାନରେ 2021-26 ବର୍ଷ ପାଇଁ ସଂରକ୍ଷିତ ଜଳସେଚନ ଅଧୀନରେ, ଅତିରିକ୍ତ 2.5 ଲକ୍ଷ ହେକ୍ଟର ଜମି ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। 49.5 ଲକ୍ଷ ହେକ୍ଟର ବର୍ଷା ଜଳସେଚିତ/ଅନୁର୍ବର ଜମିକୁ କଭର କରୁଥିବା ମଞ୍ଜୁରିପ୍ରାପ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଲାଗି ପରିକଳ୍ପନା କରାଯାଇଛି। ସ୍ମ୍ରିଙ୍ଗଶେଡ ବିକାଶ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଏହି କାର୍ଯ୍ୟକ୍ରମରେ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."