୧୦.୨୫% ମୌଳିକ ରିକଭରି ହାର ପାଇଁ ଆଖୁର ନିର୍ଦ୍ଧାରିତ ଏଫଆରପି କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା
ରିକଭରିରେ ୧୦.୨୫% ରୁ ଅଧିକ ପ୍ରତି ୦.୧ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ୩.୩୨ ଟଙ୍କା ପ୍ରିମିୟମ ପ୍ରଦାନ କରାଯାଇଛି
୯.୫% କିମ୍ବା ତା'ଠାରୁ କମ୍ ଆଦାୟ ହେଉଥିବା ଚିନି କାରଖାନାଗୁଡ଼ିକ ପାଇଁ ଫିକ୍ସଡ ଏଫଆରପି କ୍ୱିଣ୍ଟାଲ ପିଛା ୩୧୫.୧୦ ଟଙ୍କା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଚିନି ଋତୁ ୨୦୨୪-୨୫ ପାଇଁ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ (ଏଫଆରପି)କୁ ୧୦.୨୫% ଚିନି ରିକଭରି ହାର ସହିତ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା କୁ ଅନୁମୋଦନ କରିଛି । ଏହା ଆଖୁର ଐତିହାସିକ ମୂଲ୍ୟ ଯାହା ଚଳିତ ଋତୁ ୨୦୨୩-୨୪ ପାଇଁ ଆଖୁର ଏଫଆରପି ଠାରୁ ପ୍ରାୟ ୮% ଅଧିକ ଅଟେ । ସଂଶୋଧିତ ଏଫଆରପି ୧ ଅକ୍ଟୋବର ୨୦୨୪ରୁ ଲାଗୁ ହେବ ।

ଆଖୁର ଏ୨+ଏଫ୍ଏଲ୍ ମୂଲ୍ୟ ଠାରୁ ୧୦୭% ଅଧିକ ମୂଲ୍ୟରେ ନୂଆ ଏଫଆରପି ଆଖୁ ଚାଷୀଙ୍କ ସମୃଦ୍ଧି ସୁନିଶ୍ଚିତ କରିବ। ସୂଚନାଯୋଗ୍ୟ ଯେ ଭାରତ ବିଶ୍ୱରେ ସର୍ବାଧିକ ଆଖୁର ମୂଲ୍ୟ ଦେଇ ସାରିଥିବା ବେଳେ ଭାରତ ସରକାର ଭାରତର ଘରୋଇ ଉପଭୋକ୍ତାଙ୍କୁ ବିଶ୍ୱର ସବୁଠାରୁ ଶସ୍ତା ଚିନି ସୁନିଶ୍ଚିତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ୱାରା ୫ କୋଟିରୁ ଅଧିକ ଆଖୁ ଚାଷୀ (ପରିବାର ସଦସ୍ୟଙ୍କୁ ମିଶାଇ) ଏବଂ ଚିନି କ୍ଷେତ୍ର ସହ ଜଡିତ ଲକ୍ଷ ଲକ୍ଷ ଲୋକ ଉପକୃତ ହେବାକୁ ଯାଉଛନ୍ତି । କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ମୋଦି କି ଗ୍ୟାରେଣ୍ଟି କୁ ପୂରଣ କରିବା ପୁଣି ଥରେ ସୁନିଶ୍ଚିତ ହୋଇଛି ।

ଏହି ଅନୁମୋଦନ ପରେ ଚିନି କଳଗୁଡ଼ିକ ଆଖୁର ଏଫଆରପି କୁଇଣ୍ଟାଲ ପିଛା ୩୪୦ ଟଙ୍କା ହିସାବରେ ୧୦.୨୫% ଆଦାୟ କରିବେ। ପ୍ରତି ୦.୧% ବୃଦ୍ଧି ସହିତ କୃଷକମାନଙ୍କୁ ୩.୩୨ ଟଙ୍କା ଅତିରିକ୍ତ ମୂଲ୍ୟ ମିଳିବ ଏବଂ ରିକଭରି ୦.୧% ହ୍ରାସ କଲେ ସମାନ ରାଶି କଟାଯିବ । ତେବେ ଆଖୁର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୫.୧୦ ଟଙ୍କା ରହିଛି, ଯାହା କି ୯.୫% ଆଦାୟ ହେଉଛି। ଯଦିଓ ଚିନି ଆଦାୟ କମ୍ ହୁଏ, ତେବେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୫.୧୦ ଟଙ୍କା ରେ ଏଫଆରପି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ବିଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାର ସୁନିଶ୍ଚିତ କରିଛନ୍ତି ଯେ କୃଷକମାନେ ସେମାନଙ୍କ ଫସଲର ସଠିକ ମୂଲ୍ୟ ଠିକ୍ ସମୟରେ ପାଇପାରିବେ । ପୂର୍ବ ଚିନି ଋତୁ ୨୦୨୨-୨୩ ର ୯୯.୫% ଏବଂ ଅନ୍ୟ ସମସ୍ତ ଚିନି ଋତୁର ୯୯.୯% ଆଖୁ ବକେୟା ଚାଷୀଙ୍କୁ ପ୍ରଦାନ କରାଯାଇଛି ଯାହା ଚିନି କ୍ଷେତ୍ର ଇତିହାସରେ ସର୍ବନିମ୍ନ ଆଖୁ ବକେୟା ରହିଛି। ସରକାରଙ୍କ ସମୟୋଚିତ ନୀତିଗତ ହସ୍ତକ୍ଷେପ ଯୋଗୁଁ ଚିନି କଳ ଗୁଡ଼ିକ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଏବଂ ୨୦୨୧-୨୨ ପରଠାରୁ ସରକାର ସେମାନଙ୍କୁ କୌଣସି ଆର୍ଥିକ ସହାୟତା ଦେଉ ନାହାନ୍ତି। ତଥାପି କେନ୍ଦ୍ର ସରକାର କୃଷକମାନଙ୍କୁ ଆଖୁର 'ନିଶ୍ଚିତ ଏଫଆରପି ଏବଂ ନିଶ୍ଚିତ କ୍ରୟ' ସୁନିଶ୍ଚିତ କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect