ଲାଇନ କ୍ଷମତା ବୃଦ୍ଧି ସହ ଯାତ୍ରୀ ଏବଂ ସାମଗ୍ରୀ ଉଭୟଙ୍କର ନିରବଚ୍ଛିନ୍ନ ଓ ଦ୍ରୁତ ପରିବହନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚାରୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରିଛି ଭାରତୀୟ ରେଳବାଇ
ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାରେ ଉନ୍ନତି ଆଣିବ, ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବ, ତୈଳ ଆମଦାନୀ ହ୍ରାସ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ଯୋଗଦାନ କରିବ ଏବଂ ସ୍ଥାୟୀ ଓ ଦକ୍ଷ ରେଳ ପରିଚାଳନାକୁ ସମର୍ଥନ କରିବ
ଏହି ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ପ୍ରମୁଖ ମାର୍ଗରେ ଲାଇନ କ୍ଷମତା ବୃଦ୍ଧି କରି ଲଜିଷ୍ଟିକ ଦକ୍ଷତା ବୃଦ୍ଧି କରିବ, ଯୋଗାଣ ଶୃଙ୍ଖଳକୁ ସୁବ୍ୟବସ୍ଥିତ କରିବ, ଯାହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୮,୬୫୮ କୋଟି ଟଙ୍କା । ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ ଭଳି ୩ଟି ରାଜ୍ୟର ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଏହି ଚାରୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପାଖାପାଖି ୧୨୪୭ କିଲୋମିଟର ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି :

  1. ସମ୍ବଲପୁର-ଜରପଡା ୩ୟ ଏବଂ ୪ର୍ଥ ଲାଇନ
  2. ଝାରସୁଗୁଡା-ସାସନ୍ ୩ୟ ଏବଂ ୪ର୍ଥ ଲାଇନ୍‍
  3. ଖରସିଆ-ନୟା ରାୟପୁର-ପରମଲକସା ୫ମ ଏବଂ ୬ଷ୍ଠ ଲାଇନ
  4. ଗୋଣ୍ଡିଆ-ବଲହାରଶାହ ଦୋହରୀକରଣ

ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାରେ ଉନ୍ନତି ଆଣିବ, ଭାରତୀୟ ରେଳବାଇ ପାଇଁ ବର୍ଦ୍ଧିତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ। ଏହି ମଲ୍ଟିଟ୍ରାକିଂ ପ୍ରସ୍ତାବଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ, ଯାହା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ବିଭାଗରେ ବହୁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ପରିକଳ୍ପନା ଅନୁରୂପ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ "ଆତ୍ମନିର୍ଭର" କରିବ ଓ ସେମାନଙ୍କ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ମଲ୍ଟି-ମୋଡାଲ ସଂଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ସାମଗ୍ରୀ ଏବଂ ସେବାର ଗତିବିଧି ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୧୯ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ, ଯାହା ଦ୍ୱାରା ଦୁଇଟି ଆକାଂକ୍ଷୀ ଜିଲ୍ଲା (ଗଡଚିରୋଲି ଏବଂ ରାଜନନ୍ଦଗାଓଁ) ସହିତ ସଂଯୋଗ ବୃଦ୍ଧି ପାଇବ। ବହୁମୁଖୀ ପ୍ରକଳ୍ପ ୩୩୫୦ ଗ୍ରାମ ଏବଂ ପାଖାପାଖି ୪୭.୨୫ ଲକ୍ଷ ଜନସଂଖ୍ୟାକୁ ସଂଯୋଗ କରିବ ।

ଖରସିଆ-ନୟା ରାୟପୁର-ପରମଲକାସା ବାଲୋଦା ବଜାର ଭଳି ନୂତନ କ୍ଷେତ୍ରକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ଏହା ଏହି ଅଞ୍ଚଳରେ ସିମେଣ୍ଟ ପ୍ଲାଣ୍ଟ ସମେତ ନୂତନ ଶିଳ୍ପ ୟୁନିଟ୍ ସ୍ଥାପନ ପାଇଁ ସମ୍ଭାବନା ସୃଷ୍ଟି କରିବ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀର ପରିବହନ ପାଇଁ ଏଗୁଡ଼ିକ ହେଉଛି ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ଅତିରିକ୍ତ ମାଲ ପରିବହନ ପରିମାଣ ୮୮.୭୭ ଏମଟିପିଏ (ବାର୍ଷିକ ମିଲିୟନ ଟନ) ବୃଦ୍ଧି ପାଇବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ସଂରକ୍ଷଣ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବା ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା, ତୈଳ ଆମଦାନୀ ହ୍ରାସ କରିବା (୯୫ କୋଟି ଲିଟର) ଏବଂ ସିଓ୨ ନିର୍ଗମନ ହ୍ରାସ କରିବା (୪୭୭ କୋଟି କିଲୋଗ୍ରାମ), ଯାହା ୧୯ କୋଟି ବୃକ୍ଷରୋପଣ ସହିତ ସମାନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw

Media Coverage

Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership