୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ; ୧୦୧ଟି ଅଟଳ ଇନକ୍ୟୁବେସନ ସେଣ୍ଟର; ୫୦ ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର ପ୍ରତିଷ୍ଠା କରାଯିବ
ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍କୁ ସହାୟତା ପ୍ରଦାନ କରାଯିବ
୨୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ । ଏଆଇଏମ ଦ୍ବାରା ଏହି କାର୍ଯ୍ୟ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ ।

ଏଆଇଏମ ମାଧ୍ୟମରେ ନିମ୍ନ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯିବ :

  • ୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ (ଏଟିଏଲ) ପ୍ରତିଷ୍ଠା କରିବା,
  • ୧୦୧ ଅଟଳ ଇନକ୍ୟୁବେସନ ସେଣ୍ଟର (ଏଆଇସି) ପ୍ରତିଷ୍ଠା କରିବା,
  • ୫୦ଟି ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର (ଏସିଆଇସି) ପ୍ରତିଷ୍ଠା କରିବା

ଏବଂ

  • ଅଟଳ ନ୍ୟୁ ଇଣ୍ଡିଆ ଚାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍‌କୁ ସହାୟତା ପ୍ରଦାନ କରିବା ।

 

ଉପରୋକ୍ତ ସେଣ୍ଟର ପ୍ରତିଷ୍ଠା କରିବା ଏବଂ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବାର ଏହି ପ୍ରକ୍ରିୟାରେ ମୋଟ୍‌ ୨,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବଜେଟ୍‌ ବ୍ୟୟ କରାଯିବ ।

ମାନନୀୟ ଅର୍ଥ ମନ୍ତ୍ରୀ ୨୦୧୫ ବଜେଟ୍‌ ଅଭିଭାଷଣରେ କରିଥିବା ଘୋଷଣା ଅନୁଯାୟୀ, ନୀତି ଆୟୋଗଙ୍କ ଦ୍ବାରା ଅଟଳ ଇନୋଭେସନ ମିଶନ ପ୍ରତିଷ୍ଠା କରାଯାଇଛି । ଏଆଇଏମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଦ୍ୟୋଗମାନଙ୍କ ସ୍ତରରେ ବିଭିନ୍ନ ଉପାୟ ମାଧ୍ୟମରେ ସାରା ଦେଶରେ ନବସୃଜନ ଏବଂ ଉଦ୍ୟମିତାର ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଓ ଏହାକୁ ପ୍ରୋତ୍ସାହିତ କରିବା । ଏଆଇଏମ ମୌଳିକ ଭିତ୍ତିଭୂମି ନିର୍ମାଣ ଏବଂ ସଂସ୍ଥାନ ନିର୍ମାଣ, ଉଭୟ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିଛି । ନିମ୍ନରେ ଦିଆଯାଇଥିବା ଉଦାହରଣ ଅନୁରୂପ ଏହା ସ୍ପଷ୍ଟ ହୋଇଛି ଯେ ଏଆଇଏମ ଜାତୀୟ ଏବଂ ବିଶ୍ବ, ଉଭୟ ସ୍ତରରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମକୁ ସମନ୍ବିତ କରିବା ଦିଗରେ କାମ କରିଛି :

  • ଏଆଇଏମ ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ସମନ୍ବୟ ଆଧାରିତ ସହଯୋଗ ବିକଶିତ କରିବା ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସିମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା କରିଛି ଯେଉଁଥିରେ ରୁଷ୍‌ ସହିତ ଏଆଇଏମ–ଏସଆଇଆରଆଇୟୁଏସ ଛାତ୍ର ନବସୃଜନ ବିନିମୟ କାର୍ଯ୍ୟକ୍ରମ, ଡେନମାର୍କ ସହିତ ଏଆଇଏମ–ଆଇସିଡିକେ (ଇନୋଭେସନ ସେଣ୍ଟର ଡେନମାର୍କ) ୱାଟର ଚ୍ୟାଲେଞ୍ଜ ଏବଂ ଅଷ୍ଟ୍ରେଲିଆ ସହିତ ଆଇଏସିଇ (ଇଣ୍ଡିଆ ଅଷ୍ଟ୍ରେଲିୟାନ୍‌ ସର୍କୁଲାର ଇକୋନୋମି ହ୍ୟାକାଥନ) ସାମିଲ ରହିଛି ।
  • ଏଆଇଏମ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଆୟୋଜିତ ଏକ ଇନୋଭେସନ ଷ୍ଟାର୍ଟଅପ୍‌ ଶିଖର ସମ୍ମିଳନୀ–ଇନସ୍ପ୍ରେନର ସଫଳତା ପୂର୍ବକ ଆୟୋଜନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
  • ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ସହିତ କ୍ରୟକୁ ପ୍ରୋତ୍ସାହନ ଦେଉଥିବା ପ୍ରତିରକ୍ଷା ନବସୃଜନ ସଂଗଠନ ପ୍ରତିଷ୍ଠା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏଆଇଏମ ସହଭାଗିତା ସ୍ଥାପନ କରିଛି ।

ବିଗତ କିଛି ବର୍ଷ ମଧ୍ୟରେ, ଏଆଇଏମ ସାରା ଦେଶର ନବସୃଜନ ଗତିବିଧିକୁ ସମନ୍ବିତ କରିବା ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ପ୍ରଦାନ କରିବା ଲାଗି କାମ କରିଛି । ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଲକ୍ଷାଧିକ ସ୍କୁଲ ପିଲାମାନଙ୍କ ମଧ୍ୟରେ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିଛି । ଏଆଇଏମ ସମର୍ଥିତ ଷ୍ଟାର୍ଟଅପ୍‌ ସରକାରୀ ଏବଂ ଘରୋଇ ଇକ୍ୟୁଟି ନିବେଶକମାନଙ୍କ ଠାରୁ ୨ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ସଂଗ୍ରହ କରିବେ ଏବଂ ଅନେକ ହଜାର ରୋଜଗାର ସୁଯୋଗ ସୃଷ୍ଟି କରିଛି । ଏଆଇଏମ ଜାତୀୟ ହିତ ସହ ଜଡ଼ିତ ବିଭିନ୍ନ ବିଷୟରେ ନବସୃଜନ ଜନିତ ସମସ୍ୟାର ମଧ୍ୟ ସମାଧାନ କରିଛି । ଏଆଇଏମର କାର୍ଯ୍ୟକ୍ରମଗୁଡ଼ିକରେ ୩୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସାମିଲ କରାଯାଇଛି ।  ଏହା ମାଧ୍ୟମରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମରେ ଅଧିକରୁ ଅଧିକ ଭାଗିଦାରୀକୁ ପ୍ରୋତ୍ସାହିତ କରି ଭାରତର ଜନସାଂଖ୍ୟିକ ଲାଭାଂଶର ଫାଇଦା ନେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କ୍ୟାବିନେଟ ଦ୍ବାରା ଅବଧି ସମ୍ପ୍ରସାରଣ ମଞ୍ଜୁରି ମିଳିବା ପରେ ନବାସୃଜନ ସମ୍ବନ୍ଧୀୟ ଏକ ସମାବେଶୀ ଇକୋସିଷ୍ଟମ ବିକଶିତ କରିବାର ଦାୟିତ୍ବ ଏବେ ଏଆଇଏମ ଉପରକୁ ଆସିଯାଇଛି । ଫଳରେ ନବସୃଜନ ଏବଂ ଉଦ୍ୟମିତା କାର୍ଯ୍ୟକଳାପ ସହ ଯୋଡ଼ିହେବା ଲଗାତାର ଅଧିକ ସହଜ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2026
April 18, 2026

From Tap Water to 40,000 Manuscripts: Modi’s Vision Delivers Jobs, Clean Energy & Civilisational Pride