ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଏନଟିପିସି ଲିମିଟେଡକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କ୍ଷମତା ପ୍ରଦାନ ଲାଗି ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ, ଏହି କ୍ଷମତା ପ୍ରଦାନ କରାଯାଇଛି। ଏନଟିପିସି ଲିମିଟେଡ୍‌ ଏହି କ୍ଷମତା ବଳରେ ନିଜର ସହାୟକ କମ୍ପାନୀ ଏନଟିପିସି ସବୁଜ ଶକ୍ତି ଲିମିଟେଡ୍‌ (ଏନଜିଇଏଲ)ରେ ନିବେଶ କରିପାରିବ। ଏହା ପରେ ଏନଜିଇଏଲ ଦ୍ୱାରା ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ୍‌ (ଏନଆରଇଏଲ) ଓ ଏହାର ଯୌଥ/ସହାୟକ ଉଦ୍ୟୋଗରେ ନିବେଶ କରାଯାଇ ପାରିବ। ଏହି ନିବେଶ କ୍ଷମତା ୭,୫୦୦ କୋଟି ଟଙ୍କାରୁ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୂର୍ବ ଅନୁମୋଦିତ ସୀମା ଠାରୁ ଅଧିକ ହେବ। ଫଳରେ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲାଗି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ସମ୍ଭବ ହେବ।

ଏନଟିପିସି ଏବଂ ଏନଜିଇଏଲକୁ ଦିଆଯାଇଥିବା ବର୍ଦ୍ଧିତ କ୍ଷମତା ଦେଶରେ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ତ୍ୱରିତ ବିକାଶକୁ ସହଜ କରିବ। ଏହି ପଦକ୍ଷେପ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ। ଏହାସହିତ ସାରା ଦେଶରେ ଭରସାଯୋଗ୍ୟ ତଥା ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ଲାଗି ନିବେଶ ସୁନିଶ୍ଚିତ କରିବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ନିର୍ମାଣ, କାର୍ଯ୍ୟ ଓ ମରାମତି ପର୍ଯ୍ୟାୟରେ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସ୍ଥାନୀୟ ଯୋଗାଣକାରୀ, ସ୍ଥାନୀୟ ଉଦ୍ୟୋଗ / ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରିବ। ଏହାଛଡ଼ା ଦେଶର ନିଯୁକ୍ତି ଏବଂ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ଦେଶ ଭିତରେ ଉଦ୍ୟୋଗ ସୁଯୋଗକୁ ପ୍ରୋତ୍ସାହିତ କରିବ।

ଭାରତ ଏହାର ସବୁଜ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି। ଏହା ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦% ଲକ୍ଷ୍ୟ ହାସଲ କରିଛି। ପ୍ୟାରିସ ଚୁକ୍ତିନାମାରେ ଜାତୀୟସ୍ତରରେ ନିର୍ଦ୍ଧାରିତ ଯୋଗାଦାନ ଅନୁଯାୟୀ ଧାର୍ଯ୍ୟ ସମୟସୀମାଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଏହି ଲକ୍ଷ୍ୟ ହାସଲ କରିଛି । ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ ଏବଂ ଦେଶର ଅଗ୍ରଣୀ ବିଦ୍ୟୁତ୍ ଉପଯୋଗୀତା ସଂସ୍ଥା ଭାବରେ, ଏନଟିପିସି ୨୦୩୨ ସୁଦ୍ଧା ୬୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଯୋଡିବାକୁ ଲକ୍ଷ୍ୟ ରଖିଛି। ଏହା ଦେଶକୁ ଉପରୋକ୍ତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନର ବୃହତ ଲକ୍ଷ୍ୟ ଆଡକୁ ଅଗ୍ରସର ହେବ।

ସଂଗଠିତ ଏବଂ ଅସଂଗଠିତ ଅଭିବୃଦ୍ଧି ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ପାଇଁ ଏନଜିଇଏଲ ହେଉଛି ଏନଟିପିସି ଗ୍ରୁପର ଅଗ୍ରଣୀ ତାଲିକାଭୁକ୍ତ ସହାୟକ କମ୍ପାନୀ। ମୁଖ୍ୟତଃ ଏନଜିଇଏଲର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଏନଆରଇଏଲ ମାଧ୍ୟମରେ ଜୈବିକ ଅଭିବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏନଜିଇଏଲ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ପାଇଁ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସ୍ୱତନ୍ତ୍ର ସହଭାଗୀତା ମଧ୍ୟ ଗଠନ କରିଛି। ଏନଜିଇଏଲର ~୩୨ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ପୋର୍ଟଫୋଲିଓ ରହିଛି। ଏଥିରେ ~୬ ଗିଗାୱାଟ କାର୍ଯ୍ୟକ୍ଷମ କ୍ଷମତା, ~୧୭ ଗିଗାୱାଟ ଚୁକ୍ତିଭିତ୍ତିକ/ହସ୍ତାନ୍ତର କ୍ଷମତା ଏବଂ ~9 ଗିଗାୱାଟ ପାଇପଲାଇନ୍ କ୍ଷମତା ଅନ୍ତର୍ଭୁକ୍ତ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank