16.08.2024 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପଶ୍ଚିମବଙ୍ଗର ସିଲିଗୁଡିସ୍ଥିତ ବାଗଡୋଗ୍ରାମ ବିମାନବନ୍ଦରରେ ୧୫୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ନ୍ୟୁ ସିଭିଲ ଏନକ୍ଲେଭ୍ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି ।

ପ୍ରସ୍ତାବିତ ଟର୍ମିନାଲ ବିଲ୍ଡିଂ ୭୦,୩୯୦ ବର୍ଗ ମିଟର ପରିବ୍ୟାପ୍ତ ଏବଂ ୩୦୦୦ ପିକ୍ ଆୱାର ଯାତ୍ରୀ (ପିଏଚପି)ଙ୍କୁ ସ୍ଥାନ ଦେବା ପାଇଁ ଡିଜାଇନ୍ କରାଯାଇଛି, ଯାହାର ବାର୍ଷିକ କ୍ଷମତା ୧୦ ନିୟୁତ ଯାତ୍ରୀ ଙ୍କୁ ପରିଚାଳନା କରିବା । ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଏ-୩୨୧ ପ୍ରକାର ବିମାନ ପାଇଁ ଉପଯୁକ୍ତ ୧୦ଟି ପାର୍କିଂ ବେ'କୁ ରଖିବାରେ ସକ୍ଷମ ଏକ ଆପ୍ରନ୍ ନିର୍ମାଣ ସହିତ ଦୁଇଟି ଲିଙ୍କ୍ ଟ୍ୟାକ୍ସି ୱେ ଏବଂ ମଲ୍ଟି-ଲେଭେଲ୍ କାର୍ ପାର୍କିଂ। ପରିବେଶ ଦାୟିତ୍ବ ଉପରେ ଗୁରୁତ୍ୱ ଦେଇ ଟର୍ମିନାଲ ବିଲ୍ଡିଂ ଏକ ସବୁଜ ଭବନ ହେବ, ଯାହା ଅକ୍ଷୟ ଶକ୍ତି ଉତ୍ସ ଗୁଡ଼ିକୁ ସମନ୍ୱିତ କରିବ ଏବଂ ପରିବେଶଗତ ଫୁଟପ୍ରିଣ୍ଟକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଆଲୋକକୁ ସର୍ବାଧିକ କରିବ ।

ଏହି ବିକାଶ ବାଗଡୋଗ୍ରା ବିମାନବନ୍ଦରର ପରିଚାଳନା ଦକ୍ଷତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିମାନ ଯାତ୍ରା କେନ୍ଦ୍ର ଭାବରେ ଏହାର ଭୂମିକାକୁ ସୁଦୃଢ଼ କରିବ ।

 

This development is poised to significantly enhance Bagdogra Airport's operational efficiency and passenger experience, reinforcing its role as a pivotal air travel hub for the region.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win