ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଆୟୁଷ ମିଶନ (ଏନଏଏମ)କୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପରେ 1 ଏପ୍ରିଲ 2021 ଠାରୁ ମାର୍ଚ୍ଚ 2026 ପର୍ଯ୍ୟନ୍ତ ଜାରି ରଖିବାକୁ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ମୋଟ୍ 4607.30 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ କେନ୍ଦ୍ର ଭାଗ ଆକାରରେ 3000 କୋଟି ଟଙ୍କା ଏବଂ ରାଜ୍ୟ ଭାଗ ରୂପରେ 1607 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆୟୁଷ ମିଶନ 15 ସେପ୍ଟେମ୍ବର 2014ରେ ଆରମ୍ଭ କରାଯାଇଥିଲା।

ଭାରତ ନିକଟରେ ଆୟୁର୍ବେଦ, ସିଦ୍ଧ, ସୋଓ୍ବା-ରିଗ୍ପା, ୟୁନାନୀ ଓ ହୋମିଓପାଥୀ (ଏଏସୟୁ ଆଣ୍ଡ ଏଚ) ଭଳି ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରତିନିଧିତ୍ବ କରୁଥିବା ଏକ ଅଦ୍ବିତୀୟ ପରମ୍ପରା ରହିଛି ଯାହାକି ନିବାରଣ, ପ୍ରୋତ୍ସାହନ ଏବଂ ଉପଚାରଜନିତ ସ୍ବାସ୍ଥ୍ୟସେବା ପାଇଁ ଜ୍ଞାନର ଭଣ୍ଡାର ଅଟେ। ଭାରତୀୟ ଚିକିତ୍ସା ପଦ୍ଧତିର କେତେକ ବିଶେଷତ୍ବ ରହିଛି- ଏହା ବିବିଧ ତଥା ନମନୀୟ, ସୁଗମ, ସୁଲଭ, ଜନସାଧାରଣଙ୍କ ଦ୍ବାରା ବହୁଳ ଭାବେ ଗୃହୀତ, ତୁଳନାତ୍ମକ ଭାବେ କମ ଖର୍ଚ୍ଚ ଏବଂ ବର୍ଦ୍ଧିତ ଆର୍ଥିକ ମୂଲ୍ୟ ପ୍ରଦାନକାରୀ ଅଟେ। ଏଥିରେ ଏପରି ଏକ ସ୍ବାସ୍ଥ୍ୟସେବା ହେବାର ସମ୍ଭାବନା ରହିଛି ଯାହା ଆମର ଏକ ବଡ଼ ଜନସଂଖ୍ୟା ପାଇଁ ଅତି ଆବଶ୍ୟକ।

କେନ୍ଦ୍ର ପ୍ରାୟୋଜିତ ଯୋଜନା, ଜାତୀୟ ଆୟୁଷ ମିଶନକୁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଶସ୍ତା ଆୟୁଷ ସେବା ପ୍ରଦାନ କରିବା ଲାଗି ଲାଗୁ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଆୟୁଷ ଡାକ୍ତରଖାନା ଏବଂ ଔଷଧାଳୟର ଉନ୍ନତିକରଣ ମାଧ୍ୟମରେ ବ୍ୟାପକ ପ୍ରସାର ସହିତ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନା (ଡିଏଚ)ରେ ଆୟୁଷ ସୁବିଧା ଯୋଗାଇ ଦେବା। ଏଥିସହିତ ଆୟୁଷ ଶିକ୍ଷାଦାନ ସଂସ୍ଥାନଗୁଡ଼ିକର ଉନ୍ନତିକରଣ ମାଧ୍ୟମରେ ରାଜ୍ୟସ୍ତରରେ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା, 50 ଶଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ଡାକ୍ତଖାନା ପ୍ରତିଷ୍ଠା, ଆୟୁଷ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ 12,500 ଆୟୁଷ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ମଡେଲ ସେବା ପ୍ରଦାନ କରିବା। ଏହା ଫଳରେ ରୋଗର ବୋଝ ହ୍ରାସ କରାଯାଇପାରିବ ଏବଂ ଲୋକମାନଙ୍କର ସ୍ବାସ୍ଥ୍ୟଜନିତ ଆର୍ଥିକ ବ୍ୟୟ ହ୍ରାସ କରି “ସ୍ବ-ଯତ୍ନ” ଲାଗି ସେମାନଙ୍କୁ ସଶକ୍ତ କରାଯାଇପାରିବ।

ଏହି ମିଶନ ଦେଶରେ ବିଶେଷ କରି ପଛୁଆ ଏବଂ ଦୂରବର୍ତ୍ତୀ କ୍ଷେତ୍ରରେ ଆୟୁଷ ସ୍ବାସ୍ଥ୍ୟ ସେବା/ଶିକ୍ଷା ପ୍ରଦାନ କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କ ପ୍ରୟାସକୁ ସମର୍ଥନ କରିବା ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଦୁର୍ବଳତାକୁ ଦୂର କରୁଛି। ଏନଏଏମ ଅନ୍ତର୍ଗତ ଏପରି କ୍ଷେତ୍ରର ସ୍ବତନ୍ତ୍ର ଆବଶ୍ୟକତା ଏବଂ ସେଗୁଡ଼ିକର ବାର୍ଷିକ ଯୋଜନାରେ ଉଚ୍ଚ ସମ୍ବଳର ଆବଣ୍ଟନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ।

ମିଶନରୁ ନିମ୍ନଲିଖିତ ପରିଣାମ ମିଳିବ ବୋଲି ଆଶା କରାଯାଉଛି :

  1. ଆୟୁଷ ସେବା ଏବଂ ଔଷଧର ଉନ୍ନତ ଉପଲବ୍ଧତା ଏବଂ ପ୍ରଶିକ୍ଷିତ ଶ୍ରମଶକ୍ତି ପ୍ରଦାନ କରି ଉନ୍ନତ ସ୍ବାସ୍ଥ୍ୟ ସୁବିଧା ମାଧ୍ୟମରେ ଆୟୁଷ ସ୍ବାସ୍ଥ୍ୟ ସେବାର ଉନ୍ନତ ପ୍ରସାର ହେବ।
  2. ଉନ୍ନତ ସୁବିଧାଯୁକ୍ତ ଅନେକଗୁଡ଼ିଏ ଆୟୁଷ ଶିକ୍ଷାନୁଷ୍ଠାନଗୁଡ଼ିକ ମାଧ୍ୟମରେ ଆୟୁଷ ଶିକ୍ଷାରେ ସୁଧାର,
  3. ଆୟୁଷ ସ୍ବାସ୍ଥ୍ୟ ସେବା ପ୍ରଣାଳୀର ଉପଯୋଗ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗକୁ ହ୍ରାସ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସମ୍ଭବ ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect