ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଶାସ୍ତ୍ରୀୟ ଭାଷାଗୁଡିକ ଭାରତର ଗଭୀର ତଥା ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ଭାବରେ କାର୍ଯ୍ୟ କରେ, ଯାହା ପ୍ରତ୍ୟେକ ସମ୍ପ୍ରଦାୟର ଐତିହାସିକ ଏବଂ ସାଂସ୍କୃତିକ ମାଇଲ୍‌ଖୁଣ୍ଟ ଦର୍ଶାଇଥାଏ ।

ବିବରଣୀ ଏବଂ ପୃଷ୍ଠଭୂମି :

ଭାରତ ସରକାର ୧୨ ଅକ୍ଟୋବର ୨୦୦୨୪ ରେ “ଶାସ୍ତ୍ରୀୟ ଭାଷା” ଭାବରେ ଏକ ନୂତନ ବର୍ଗ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ତାମିଲ୍‌କୁ ଶାସ୍ତ୍ରୀୟ ଭାଷା ଘୋଷଣା କରାଯାଇଥିଲା ଏବଂ ଶାସ୍ତ୍ରୀୟ ଭାଷାର ପାଇଁ ନିମ୍ନଲିଖିତ ମାନଦଣ୍ଡ ନିର୍ଦ୍ଧାରିତ କରାଯାଇଥିଲା :

କ : ଏହାର ପ୍ରାଥମିକ ଗ୍ରନ୍ଥଗୁଗଡିକର ପ୍ରାଚୀନତା / ଏକ ହଜାର ବର୍ଷରୁ ଅଧିକ ରେକର୍ଡ ହୋଇଥିବା ଇତିହାସ ।

ଖ : ପ୍ରାଚୀନ ସାହିତ୍ୟ /  ଗ୍ରନ୍ଥଗୁଡିକର ଏକ ଶରୀର, ଯାହା ବକ୍ତାମାନଙ୍କ ଦ୍ୱାରା ଏକ ମୂଲ୍ୟବାନ ଐତିହ୍ୟ ଭାବରେ ବିବେଚନା କରାଯାଏ ।

ଗ : ସାହିତ୍ୟିକ ପରମ୍ପରା ମୌଳିକ ହେବା ଏବଂ ଅନ୍ୟ କୌଣସି ବକ୍ତବ୍ୟ ସମ୍ପ୍ରଦାୟରୁ ନିଆଯାଇ ନଥିବା ଆବଶ୍ୟକ ।

ଶାସ୍ତ୍ରୀୟ ଭାଷାର ସ୍ଥି୍‌ତି ପାଇଁ ପ୍ରସ୍ତାବିତ ଭାଷାଗୁଡିକୁ ପରୀକ୍ଷା କରିବା ପାଇଁ ନଭେମ୍ବର ୨୦୦୪ରେ ସାହିତ୍ୟ ଏକାଡେମୀ ଅଧିନରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏକ ଭାଷା ବିଶେଷଜ୍ଞ କମିଟି (ଏଲ୍‌ଇସି) ଗଠନ କରାଯାଇଥିଲା ।

ନଭେମ୍ବର ୨୦୦୫ରେ ଏହି ମାନଦଣ୍ଡକୁ ସଂଶୋଧନ କରାଯାଇଥିଲା ଏବଂ ସଂସ୍କୃତକୁ ଶାସ୍ତ୍ରୀୟ ଭାଷା ଭାବରେ ଘୋଷଣା କରାଯାଇଥିଲା :

୧ – ୧୫୦୦-୨୦୦୦ ବର୍ଷ ମଧ୍ୟରେ ଏହାର ପ୍ରାରମ୍ଭିକ ଗ୍ରନ୍ଥ /  ରେକର୍ଡ ହୋଇଥିବା ଇତିହାସର ଉଚ୍ଚ ପ୍ରାଚୀନତା ।

୨ - ପ୍ରାଚୀନ ସାହିତ୍ୟ /  ଗ୍ରନ୍ଥଗୁଡିକର ଏକ ସଂଗ୍ରହ, ଯାହା ବକ୍ତାମାନଙ୍କ ପିଢ଼ୀମାନଙ୍କ ଦ୍ୱାରା ଏକ ମୂଲ୍ୟବାନ ଐତିହ୍ୟ ଭାବରେ ବିବେଚନା କରାଯାଏ ।

୩ – ସାହିତ୍ୟିକ ପରମ୍ପରା ମୌଳିକ ହେବା ସହ ଅନ୍ୟ କୌଣସି ଭାଷା ସମୂଦାୟରୁ ନିଆଯାଇ ନଥିବା ଆବଶ୍ୟକ ।

୪ – ଶାସ୍ତ୍ରୀୟ ଭାଷା ଏବଂ ସାହିତ୍ୟ ଆଧୁନିକଠାରୁ ଭିନ୍ନ ହୋଇଥିବାରୁ ଶାସ୍ତ୍ରୀୟ ଭାଷା ଏବଂ ଏହାର ପରବର୍ତ୍ତୀ ରୂପ କିମ୍ବା ଏହାର ଶାଖା ମଧ୍ୟରେ ଏକ ବିଚ୍ଛିନ୍ନତା ମଧ୍ୟ ରହିପାରେ ।

 

ଭାରତ ସରକାର ବର୍ତ୍ତମାନ ସୁଦ୍ଧା ନିମ୍ନଲିଖିତ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି :

ଭାଷା                      ବିଜ୍ଞପ୍ତିର ତାରିଖ

ତାମିଲ                     ୧୨/୧୦/୨୦୦୪

ସଂସ୍କୃତ                    ୨୫/୧୧/୨୦୦୫

ତେଲୁଗୁ          ୩୧/୧୦/୨୦୦୮

କନ୍ନଡ                      ୩୧/୧୦/୨୦୦୮

ମlଲlୟାଲମ୍‌             ୦୮/୦୮/୨୦୧୩

ଓଡ଼ିଆ                     ୦୧/୦୩/୨୦୧୪

୨୦୧୩ରେ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମରାଠୀକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାକୁ ଅନୁରୋଧ କରାଯାଇ ଏଲ୍‌ଇସିକୁ ପଠାଯାଇଥିଲା । ଶାସ୍ତ୍ରୀୟ ଭାଷା ପାଇଁ ଏଲ୍‌ଇସି ମରାଠୀକୁ ସୁପାରିଶ କଲା । ମରାଠୀ ଭାଷାକୁ  ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ୨୦୧୭ରେ କ୍ୟାବିନେଟ୍ ପାଇଁ ଡ୍ରାଫ୍ଟ ନୋଟ୍ ଉପରେ ଆନ୍ତଃ ମନ୍ତ୍ରୀସ୍ତରୀୟ ପରାମର୍ଶ ସମୟରେ ଏମ୍‌ଏଚ୍‌ଏ ମାନଦଣ୍ଡକୁ ପୁନର୍ବିଚାର କରିବାକୁ ଏବଂ ଏହାକୁ କଠୋର କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ମନ୍ତବ୍ୟରେ ଦର୍ଶାଇଛି ଯେ ଅନ୍ୟ କେତୋଟି ଭାଷା ଯୋଗ୍ୟ ହେବାର ସମ୍ଭାବନା ଅଛି ତାହା ଜାଣିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଚାର କରାଯିବ ।

ଇତି ମଧ୍ୟରେ ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗାଳୀ ଆଦି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ପାଇଁ ବିହାର, ଆସାମ ଓ ପଶ୍ଚିମବଙ୍ଗରୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ତଦନୁସାରେ, ଭାଷାବିଜ୍ଞାନ ବିଶେଷଜ୍ଞ କମିଟି (ସାହିତ୍ୟ ଏକାଡେମୀ ଅଧିନରେ) ୨୫.୦୭.୨୦୨୪ରେ ଏକ ବୈଠକରେ ସର୍ବସମ୍ମତି କ୍ରମେ ନିମ୍ନମଲିଖିତ ମାନଦଣ୍ଡକୁ ସଂଶୋଧନ କରିଥିଲେ । ସାହିତ୍ୟ ଏକାଡେମୀକୁ ଏଲ୍‌ଇସି ପାଇଁ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି ।

କ) ଏହାର ଉଚ୍ଚ ପ୍ରାଚୀନତା ହେଉଛି ୧୫୦୦-୨୦୦୦ ବର୍ଷ ମଧ୍ୟରେ ପ୍ରାରମ୍ଭିକ ଲେଖା / ଅଭିଲିଖିତ ହୋଇଥିବା ଇତିହାସ ।

ଖ) ପ୍ରାଚୀନ ସାହିତ୍ୟ / ଗ୍ରନ୍ଥଗୁଡିକର ଏକ ସମୂହ, ଯାହା ବକ୍ତାମାନଙ୍କ ପିଢ଼ି ଦ୍ୱାରା ଏକ ଐତିହ୍ୟ ଭାବରେ ବିବେଚନା କରାଯାଏ ।

ଗ) ଜ୍ଞାନ ଗ୍ରନ୍ଥଗୁଡିକ, ବିଶେଷକରି ଗଦ୍ୟ ଗ୍ରନ୍ଥଗୁଡିକ ବ୍ୟତୀତ କବିତା, ଉତ୍କୀର୍ଣ୍ଣ ଏବଂ ଶିଳାଲେଖା ଲିପିବଦ୍ଧ ପ୍ରମାଣ ।

ଘ) ଶାସ୍ତ୍ରୀୟ ଭାଷା ଏବଂ ସାହିତ୍ୟ ଏହାର ସାମ୍ପ୍ରତିକ ରୂପଠାରୁ ଭିନ୍ନ ହୋଇପାରେ କିମ୍ବା ଏହାର ଅଫ୍‌ସୁଟ୍‌ର ପରବର୍ତ୍ତୀ ରୂପଠାରୁ ଅଲଗା ହୋଇପାରେ ।

ଏକ ଶାସ୍ତ୍ରୀୟ ଭାଷା ଭାବରେ ବିବେଚନା କରାଯିବାକୁ ସଂଶୋଧିତ ମାନଦଣ୍ଡ ପୂରଣ କରିବାକୁ କମିଟି ନିମ୍ନଲିଖିତ ଭାଷାଗୁଡିକୁ ମଧ୍ୟ ପରାମର୍ଶ ଦେଇଛି । ।

                   ୧ – ମରାଠୀ

                   ୨ - ପାଲି

                   ୩ - ପ୍ରାକୃତ

                   ୪ - ଅହମିୟା

                   ୫ -  ବଙ୍ଗାଳୀ

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ :

ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଛି । ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । । ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା । ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ଏବଂ ଉତ୍ସାହିତ କରିବା ପାଇଁ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଶାସ୍ତ୍ରୀୟ ଭାଷାକୁ ଦିଆଯାଉଥିବା ଲାଭରେ ଶାସ୍ତ୍ରୀୟ ଭାଷା ପାଇଁ ଜାତୀୟ ପୁରସ୍କାର, ବିଶ୍ୱବିଦ୍ୟାଳୟରେ ଚେୟାର ଏବଂ ଶାସ୍ତ୍ରୀୟ ଭାଷାର ପ୍ରଚାର ପାଇଁ କେନ୍ଦ୍ର ଅନ୍ତର୍ଭୁକ୍ତ ।

ରୋଜଗାର ସୃଷ୍ଟି ସହିତ ପ୍ରମୁଖ ପ୍ରଭାବ :

ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବା, ବିଶେଷକରି ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାଛଡା, ଏହି ଭାଷାଗୁଡିକର ପ୍ରାଚୀନ ଗ୍ରନ୍ଥଗୁଡିକର ସଂରକ୍ଷଣ, ଦସ୍ତାବୀଜକରଣ ଏବଂ ଡିଜିଟାଇଜେସନ୍ ଅଭିଲେଖାଗାର, ଅନୁବାଦ, ପ୍ରକାଶ ଏବଂ ଡିଜିଟାଲ୍ ମିଡିଆରେ ଚାକିରି ସୃଷ୍ଟି କରିବ ।

ଅନ୍ତର୍ଭୁକ୍ତ ହୋଇଥିବା ରାଜ୍ୟ / ଜିଲ୍ଲା :

ଏଥିରେ ଜଡିତ ପ୍ରାଥମିକ ରାଜ୍ୟଗୁଡିକ ହେଉଛି ମହରାଷ୍ଟ୍ର (ମରାଠୀ), ବିହାର, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ (ପାଲି ଏବଂ ପ୍ରାକୃତ), ପଶ୍ଚିମବଙ୍ଗ (ବଙ୍ଗାଳୀ) ଏବଂ ଆସାମ (ଅହମିୟା) । ଏହା ଦ୍ୱାରା ସାଂସ୍କୃତିକ ଏବଂ ଏକାଡେମିକ୍ ପ୍ରଭାବର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସାର ହେବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch