ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍‌ (ପିଏଲବି) ପ୍ରଦାନକୁ ଅନୁମୋଦନ ଓ ଘୋଷଣା କରିଛି ।

ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ଏକ୍ସସି କର୍ମଚାରୀଙ୍କ ଭଳି ରେଳ କର୍ମଚାରୀଙ୍କୁ ଏହି ରାଶି ପ୍ରଦାନ କରାଯିବ। ପିଏଲବିର ଦେୟ ରେଳବାଇର ପ୍ରଦର୍ଶନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ।

ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପ୍ରତିବର୍ଷ ଦୁର୍ଗାପୂଜା/ ଦଶହରା ଛୁଟି ପୂର୍ବରୁ ପିଏଲବି ପ୍ରଦାନ କରାଯାଏ । ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୭୨ ଲକ୍ଷ ଅଣଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ସହ ସମାନ ପିଏଲବି ରାଶି ପ୍ରଦାନ କରାଯାଉଛି।

ପ୍ରତି ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧/- ଟଙ୍କା ପର୍ଯ୍ୟନ୍ତ ୭୮ ଦିନର ବେତନ ଦିଆଯିବ। ଉପରୋକ୍ତ ରାଶି ରେଳ କର୍ମଚାରୀ ଯଥା ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ 'ସି' କର୍ମଚାରୀଙ୍କୁ ପ୍ରଦାନ କରାଯିବ।

୨୦୨୩-୨୦୨୪ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା। ରେଳବାଇ ୧୫୮୮ ନିୟୁତ ଟନ୍ ର ରେକର୍ଡ କାର୍ଗୋ ଲୋଡ୍ କରିଛି ଏବଂ ପାଖାପାଖି ୬.୭ ବିଲିୟନ ଯାତ୍ରୀ ପରିବହନ କରିଛି।

ଏହି ରେକର୍ଡ ପ୍ରଦର୍ଶନରେ ଅନେକ କାରଣ ଯୋଗଦାନ କରିଥିଲେ । ରେଳବାଇରେ ସରକାରଙ୍କ ଦ୍ୱାରା ରେକର୍ଡ କ୍ୟାପେକ୍ସ ପ୍ରୟୋଗ ଯୋଗୁଁ ଭିତ୍ତିଭୂମିରେ ଉନ୍ନତି, ପରିଚାଳନାରେ ଦକ୍ଷତା ଏବଂ ଉନ୍ନତ ଜ୍ଞାନକୌଶଳ ଇତ୍ୟାଦି ଅନ୍ତର୍ଭୁକ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen