ପ୍ରକଳ୍ପଗୁଡ଼ିକ ବିଭାଗଗୁଡ଼ିକର ବର୍ତ୍ତମାନର ଲାଇନ୍ କ୍ଷମତା ବୃଦ୍ଧି ଏବଂ ପରିବହନ ନେଟୱାର୍କକୁ ବୃଦ୍ଧି କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ଯାହାଫଳରେ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥିତ ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ
ତିନୋଟି ପ୍ରକଳ୍ପର ମୂଲ୍ୟ ୭୯୨୭ କୋଟି ଟଙ୍କା (ପାଖାପାଖି) ଏବଂ ଏହା ୪ ବର୍ଷ ମଧ୍ୟରେ ଶେଷ ହେବ
ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ପ୍ରାୟ ଲକ୍ଷେ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ରେଳ ମନ୍ତ୍ରଣାଳୟର ମୋଟ ୭୯୨୭ କୋଟି ଟଙ୍କା (ପାଖାପାଖି) ତିନୋଟି ପ୍ରକଳ୍ପକୁ ଅନୁମୋଦନ କରିଛି ।

ପ୍ରକଳ୍ପଗୁଡ଼ିକ ହେଲା:

  • . ଜଳଗାଓଁ – ମନମନ ୪ର୍ଥ ଲାଇନ (୧୬୦ କିଲୋମିଟର)

୨. ଭୁସାଓ୍ଵାଲ - ଖଣ୍ଡୱା ୩ୟ ଏବଂ ୪ର୍ଥ ଲାଇନ୍ (୧୩୧ କିଲୋମିଟର)

୩. ପ୍ରୟାଗରାଜ (ଇରାଦତଗଞ୍ଜ) – ମାଣିକପୁର ୩ୟ ଲାଇନ୍ (୮୪ କିମି)

 

ପ୍ରସ୍ତାବିତ ମଲ୍ଟି ଟ୍ରାକିଂ ପ୍ରକଳ୍ପ ଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ ଏବଂ ମୁମ୍ବାଇ ଏବଂ ପ୍ରୟାଗରାଜ ମଧ୍ୟରେ ବ୍ୟସ୍ତବହୁଳ ସେକ୍ସନରେ ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରିବ ।

 

ଏହି ପ୍ରକଳ୍ପଗୁଡ଼ିକ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ପରିକଳ୍ପନା ଅନୁଯାୟୀ ଅଟେ ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ "ଆତ୍ମନିର୍ଭରଶୀଳ" କରିବ ଯାହା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ ।

 

ଏହି ପ୍ରକଳ୍ପଗୁଡ଼ିକ ମଲ୍ଟି-ମୋଡାଲ୍ ସଂଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।

ତିନୋଟି ରାଜ୍ୟ ଯଥା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଏହି ତିନୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୬୩୯ କିଲୋମିଟର ବୃଦ୍ଧି କରିବ । ପ୍ରସ୍ତାବିତ ମଲ୍ଟି ଟ୍ରାକିଂ ପ୍ରକଳ୍ପ ଗୁଡ଼ିକ ପ୍ରାୟ ୧୩୧୯ଟି ଗାଁ ଓ ପ୍ରାୟ ୩୮ ଲକ୍ଷ ଜନସଂଖ୍ୟାକୁ ସେବା ଯୋଗାଇ ଦେଉଥିବା ଦୁଇ ଆକାଂକ୍ଷୀ ଜିଲ୍ଲା (ଖଣ୍ଡୱା ଓ ଚିତ୍ରକୁଟ)କୁ ଯୋଗାଯୋଗ ବୃଦ୍ଧି କରିବ।

 

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମୁମ୍ବାଇ-ପ୍ରୟାଗରାଜ-ବାରାଣସୀ ମାର୍ଗରେ ଯୋଗାଯୋଗ ବୃଦ୍ଧି କରିବ ଏବଂ ଅତିରିକ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ସକ୍ଷମ କରିବ, ନାସିକ୍ (ତ୍ରୟମ୍ବକେଶ୍ୱର), ଖଣ୍ଡୱା (ଓମକାରେଶ୍ୱର) ଏବଂ ବାରଣାସୀ (କାଶୀ ବିଶ୍ୱନାଥ)ର ଜ୍ୟୋତିର୍ଲିଙ୍ଗ ଯାତ୍ରା କରୁଥିବା ତୀର୍ଥଯାତ୍ରୀଏବଂ ପ୍ରୟାଗରାଜ, ଚିତ୍ରକୁଟ, ଗୟା ଏବଂ ଶିରିଡିର ଧାର୍ମିକ ସ୍ଥାନକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ଏହାବ୍ୟତୀତ ଖଜୁରାହୋ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ଅଜନ୍ତା ଓ ଏଲୋରା ଗୁମ୍ଫା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ଦେବଗିରି ଦୁର୍ଗ, ଅସିରଗଡ଼ ଦୁର୍ଗ, ରେୱା ଦୁର୍ଗ, ୟାଓ୍ଵାଲ ବନ୍ୟପ୍ରାଣୀ ଅଭୟାରଣ୍ୟ, କିଓଟି ଜଳପ୍ରପାତ ଓ ପୁରୱା ଜଳପ୍ରପାତ ଆଦି ବିଭିନ୍ନ ଆକର୍ଷଣରେ ଉନ୍ନତି ଆଣି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।

 

କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଇସ୍ପାତ, ସିମେଣ୍ଟ, କଣ୍ଟେନର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୫୧ ଏମଟିପିଏ (ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବାରେ ସହାୟକ ହେବ, କମ୍ CO2 ନିର୍ଗମନ (271 କୋଟି କିଲୋଗ୍ରାମ) ଯାହା କି 11 କୋଟି ବୃକ୍ଷରୋପଣ ସହିତ ସମାନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From the lens of FM Nirmala Sitharaman: Weaving a fabric of enterprise on the loom of traditional skills

Media Coverage

From the lens of FM Nirmala Sitharaman: Weaving a fabric of enterprise on the loom of traditional skills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।