India-ASEAN partnership may be just 25 years old. But, India’s ties with Southeast Asia stretch back more than two millennia: PM
India's free trade agreements in ASEAN region are its oldest and among the most ambitious anywhere, says the PM
Over six-million-strong Indian diaspora in ASEAN- rooted in diversity & steeped in dynamism - constitutes an extraordinary human bond: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ-ଭାରତ ଭାଗିଦାରୀ ସମ୍ପର୍କରେ “ଆସିଆନ-ଭାରତ : ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ” ଶୀର୍ଷକ ଲେଖାରେ  ନିଜର ଦୃଷ୍ଟିକୋଣକୁ ଅବଗତ କରାଇଛନ୍ତି । ଏହି ଲେଖା ଆସିଆନ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ଦୈନିକ ସମ୍ବାଦପତ୍ରର  ସମ୍ପାଦକୀୟ ପୃଷ୍ଠା ମଣ୍ଡନ କରିଛି । ଏହି ଲେଖାର ବିସ୍ତୃତ ପାଠ ନିମ୍ନରେ ପ୍ରଦତ୍ତ ହେଲା ।

ଆସିଆନ-ଭାରତ: ସମ୍ମିଳିତ ମୂଲ୍ୟବୋଧସମାନ ଭବିଷ୍ୟତ

ଲେଖକ : ଶ୍ରୀମାନ ନରେନ୍ଦ୍ର ମୋଦୀ

ଆଜି 125 କୋଟି ଭାରତୀୟଙ୍କୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଆସିଆନ ରାଷ୍ଟ୍ରର ନେତୃତ୍ୱ ନେଉଥିବା 10ଜଣ ବିଶିଷ୍ଟ ଅତିଥିଙ୍କୁ ସ୍ୱାଗତ କରିବାର ଗୌରବ ପ୍ରାପ୍ତ ହେବ ।

ଗୁରୁବାର, ମୋତେ ମଧ୍ୟ ଆସିଆନ ନେତାମାନଙ୍କୁ ଆସିଆନ-ଭାରତ ଭାଗିଦାରୀର 25ବର୍ଷ ପୂର୍ତିରେ ଆୟୋଜିତ ସ୍ମାରକୀ ଶିଖର ସମ୍ମିଳନୀରେ ସ୍ୱାଗତ କରିବାର ସୌଭାଗ୍ୟ ମିଳିଥିଲା । ସେମାନଙ୍କର ଆମ ସହ ଉପସ୍ଥିତି ମଧ୍ୟ ଆସିଆନ ରାଷ୍ଟ୍ରର ସଦିଚ୍ଛାର ଅଦ୍ୱିତୀୟ ଦିଗକୁ ଇଙ୍ଗିତ କରୁଛି । ଏହାର ପ୍ରତିକ୍ରିୟା ସ୍ୱରୂପ ଶୀତୁଆ ସକାଳରେ ଭାରତ ଆଜି ଉତ୍ସାହୀ ବନ୍ଧୁତ୍ୱର ପରିଚୟ ଦେଇ ସେମାନଙ୍କର ସମ୍ମାନପୂର୍ବକ ସ୍ୱାଗତ କରିଛି । ଏହା କୌଣସି ସାଧାରଣ ଆୟୋଜନ ନୁହେଁ । ଏହା ଉକ୍ତ ଉଲ୍ଲେଖନୀୟ ଯାତ୍ରାର ଏକ ଐତିହାସିକ ମାଇଲଖୁଣ୍ଟ ଯାହାକି ଭାରତ ଓ ଆସିଆନକୁ  ନିଜର 190 କୋଟି ଲୋକ ଅର୍ଥାତ ବିଶ୍ୱର ଏକଚତୁର୍ଥାଂଶ ଜନସଂଖ୍ୟାକୁ  ଅତ୍ୟନ୍ତ ପ୍ରମୁଖ ପ୍ରତିଶ୍ରୁତିପୂର୍ଣ୍ଣ ପାରସ୍ପରିକ ଭାଗିଦାରୀର ଗୋଟିଏ ସୂତ୍ରରେ ବାନ୍ଧି ଦେଇଛି ।

ଭାରତ-ଆସିଆନ ଭାଗିଦାରୀ ମାତ୍ର 25ବର୍ଷ ପୁରୁଣା ହୋଇପାରେ କିନ୍ତୁ ଦକ୍ଷିଣପୂର୍ବ ଏସିଆ ସହ ଭାରତର ସମ୍ବନ୍ଧ ଦୁଇ ହଜାର ବର୍ଷରୁ ଊଦ୍ଧ୍ୱର୍ ଓ ପ୍ରାଚୀନ । ଶାନ୍ତି ଓ ବନ୍ଧୁତ୍ୱ, ଧର୍ମ ଓ ସଂସ୍କୃତି, କଳା ଓ ବାଣିଜ୍ୟ, ଭାଷା ଓ ସାହିତ୍ୟ କ୍ଷେତ୍ରରେ ସ୍ଥାୟୀ ସମ୍ପର୍କ ଏବେ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ଚମତ୍କାର ବିବିଧତାର ପ୍ରତ୍ୟେକ ଦିଗରେ ମହଜୁଦ ରହିଛି । ଯାହାକି ଆମ ଲୋକ ମାନଙ୍କୁ  ସହଜତା ଓ ଆପଣାର କରିବାର ଏକ ଅଭିନବ ଆବରଣ ଉପଲବ୍ଧ କରାଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଭାରତ ବ୍ୟାପକ ପରିବର୍ତ୍ତନ ସହ ବିଶ୍ୱ ପାଇଁ ନିଜର ଦ୍ୱାର ଉନ୍ମୁକ୍ତ କରିଥିଲା । ଓ ବିଗତ ଶତାବ୍ଦୀଗୁଡ଼ିକରେ ବିକଶିତ ସହଜ ଆକର୍ଷଣରେ ପ୍ରେରିତ ହୋଇ ସ୍ୱାଭାବିକ ଭାବେ ପୂର୍ବ ଏସିଆ ଆଡ଼କୁ ମୁହାଁଇଥିଲା ।  ଏଭଳି ଭାବେ ପୂର୍ବ ଏସିଆ ସହ ଭାରତର ପୁନର୍ମିଳନର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି । ଭାରତ ପାଇ ପ୍ରମୁଖ ସହଯୋଗୀ ଓ ବଜାର ହେଉଛି ଆସିଆନ ଓ ପୂର୍ବ ଏସିଆରୁ ଉତ୍ତର ଆମେରିକା, ଯାହାକି ପୂର୍ବରେ ରହିଛି । ଆଉ ଦକ୍ଷିଣପୂର୍ବ ଏସିଆ ଓ ଆସିଆନ ସ୍ଥଳ ଓ ସମୁଦ୍ର ମାର୍ଗ ଦୃଷ୍ଟିରୁ ଆମର ପଡ଼ୋଶୀ । ଆସିଆନ ଆମର ‘ଲୁକ୍ ଇଷ୍ଟ୍’ ନୀତି ଏବଂ ଗତ 3ବର୍ଷ ପୂର୍ବରୁ ଆମର ‘ଏକ୍ଟ ଇଷ୍ଟ’ ନୀତି ଆଧାରରେ କାରବାରକୁ ଶିଖରକୁ ନେବାରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହେଉଛି ।

ଆସିଆନ ଓ ଭାରତ ଏହା ସହିତ ଆଲୋଚନା କରୁଥିବା ସହଯୋଗୀ ପରିବର୍ତ୍ତେ ଏବେ ରଣନୀତିକ ସହଭାଗୀ ପାଲଟିଛନ୍ତି । ଆମେ 30ଟି ମେକାନିଜିମ୍ ମାଧ୍ୟମରେ ବ୍ୟାପକ ଆଧାର ବିଶିଷ୍ଟ ପାରସ୍ପରିକ ଭାଗିଦାରୀକୁ ଆଗକୁ ବଢ଼ାଉଛୁ । ଆସିଆନର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସହ ଆମର କୂଟନୀତିକ, ଆର୍ଥିକ ଓ ସୁରକ୍ଷା ଭାଗିଦାରୀ ବୃଦ୍ଧି ପାଉଛି । ଆମେ ନିଜର ସମୁଦ୍ରକୁ ସୁରକ୍ଷିତ ଓ ନିରାପଦ ରଖିବା ପାଇଁ ମିଳିତ ଭାବେ କାମ କରୁଛୁ । ଆମର କାରବାର ଓ ନିବେଶ ପ୍ରବାହ ଅନେକ ଗୁଣ ବୃଦ୍ଧି ପାଇଛି । ଆସିଆନ ଭାରତର ଚତୁର୍ଥ ସର୍ବବୃହତ ବ୍ୟବସାୟିକ ଭାଗିଦାରୀ । ଭାରତ ଦ୍ୱାରା ବିଦେଶରେ କରାଯାଉଥିବା ନିବେଶର 20 ପ୍ରତିଶତରୁ ଅଧିକ ଭାଗ ଆସିଆନ ରାଷ୍ଟ୍ରରେ ହେଉଛି । ସିଙ୍ଗାପୁରର ନେତୃତ୍ୱରେ ଆସିଆନ ଏବେ ଭାରତର ପ୍ରମୁଖ ନିବେଶର ମାଧ୍ୟମ ପାଲଟିଛି । ଏହି କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ମୁକ୍ତ ବାଣିଜ୍ୟ ବୁଝାମଣା ହେଉଛି ସବୁଠୁ ପୁରୁଣା ଓ ଅନ୍ୟ କୌଣସି କ୍ଷେତ୍ର ତୁଳନାରେ ସବୁଠାରୁ ମହତ୍ୱାକାଂକ୍ଷୀ ମଧ୍ୟ ।

ଆକାଶ ମାର୍ଗର ଯୋଗାଯୋଗ ଅତ୍ୟନ୍ତ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇଛି ଓ ଆମେ ନୂଆ ଅତ୍ୟାବଶ୍ୟକତା ଓ ପ୍ରାଥମିକତା ସହ ମହାଦ୍ୱିପୀୟ ଦକ୍ଷିଣ-ପୂର୍ବ ଏସିଆରେ ଅନେକ ଦୂର ପର୍ଯ୍ୟନ୍ତ ରାଜପଥର ସମ୍ପ୍ରସାରଣ କରୁଛୁ । କ୍ରମବର୍ଦ୍ଧିଷ୍ଣୁ ଯୋଗାଯୋଗର ପରିଣାମସ୍ୱରୂପ ପାରସ୍ପରିକ ସାନ୍ନିଧ୍ୟ ଅଧିକ ବୃଦ୍ଧି ପାଇଛି । ଏହାସହିତ ଦକ୍ଷିଣ-ପୂର୍ବ ଏସିଆରେ ପର୍ଯ୍ୟଟନରେ ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରବାହରେ ଏବେ ଭାରତ ମଧ୍ୟ ସାମିଲ ହୋଇଛି । ଏହି କ୍ଷେତ୍ରରେ ରହୁଥିବା 6 ନିୟୁତରୁ ଅଧିକ ପ୍ରବାସୀ ଭାରତୀୟ ଯେଉଁମାନେ କି ବିବିଧତାପୂର୍ଣ୍ଣ ଓ ଗତିଶୀଳତା ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଆମର ଲୋକଙ୍କ ମଧ୍ୟରେ ପାରସ୍ପରିକ ମାନବିକ ସମ୍ପର୍କ ବୃଦ୍ଧି କରିବାରେ ବି ଉଲ୍ଲେଖନୀୟ ଭୂମିକା ତୁଲାଉଛନ୍ତି ।

ପ୍ରଧାନମନ୍ତ୍ରୀ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ସଂଗଠନ ଆସିଆନର ପ୍ରତ୍ୟେକ ରାଷ୍ଟ୍ର ସମ୍ପର୍କରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ।

ଥାଇଲାଣ୍ଡ

ଆସିଆନ ରାଷ୍ଟ୍ର ମଧ୍ୟରେ ଥାଇଲାଣ୍ଡ ଏକ ମହତ୍ୱପୂର୍ଣ୍ଣ ବ୍ୟବସାୟିକ ଭାଗିଦାରୀ ଭାବେ ଉଭା ହୋଇଛି । ଆଉ ଭାରତରେ ନିବେଶ କରୁଥିବା ପ୍ରମୁଖ ରାଷ୍ଟ୍ର ମଧ୍ୟରୁ ଗୋଟିଏ । ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ କାରବାର ଗତ ଦଶନ୍ଧିରେ ବୃଦ୍ଧି ପାଇ ଦ୍ୱିଗୁଣରୁ ଅଧିକ ହୋଇଛି । ଦୁଇ ଦେଶର ସମ୍ବନ୍ଧ ଅନେକ କ୍ଷେତ୍ରରେ ବିସ୍ତୃତ ଭାବେ ବ୍ୟାପିଛି । ଆମେ ଦକ୍ଷିଣ ଓ ଦକ୍ଷିଣ ପୂର୍ବକୁ ଯୋଡ଼ୁଥିବା ମହତ୍ୱପୂର୍ଣ୍ଣ ଆଂଚଳିକ ଭାଗିଦାର ଅଟୁ । ଆମେ ଆସିଆନ, ପୂର୍ବ ଏସିଆ ଶିଖର ସମ୍ମିଳନୀ ଓ ବିମଷ୍ଟେକ୍(ବହୁପାକ୍ଷିକ ବୈଷୟିକ ଓ ଆର୍ଥିକ ସହଯୋଗ ନିମନ୍ତେ ବଙ୍ଗୋପସାଗର ଉପକୂଳ ରାଷ୍ଟ୍ରର ସଂଗଠନ)ରେ ଘନିଷ୍ଠ ସହଯୋଗୀ । ଏହା ସହିତ ମେକଙ୍ଗ-ଗଙ୍ଗା ସହଯୋଗ, ଏସିଆ ସହଯୋଗ ବାର୍ତ୍ତା ବିନିମୟ ଓ ହିନ୍ଦ ମହାସାଗରର ଉପକୂଳବର୍ତ୍ତୀ ରାଷ୍ଟ୍ରର ସଂଗଠନରେ ମଧ୍ୟ ଭାଗିଦାରୀ ଅଟୁ । 2016 ମସିହାରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଭାରତର ସରକାରୀ ଗସ୍ତ ଦ୍ୱାରା ଦ୍ୱିପାକ୍ଷିକ ସମ୍ବନ୍ଧରେ ଦୀର୍ଘକାଳୀନ ପ୍ରଭାବ ପଡ଼ିଛି ।

ଥାଇଲାଣ୍ଡର ମହାନ ତଥା ଜନପ୍ରିୟ ରାଜା ଭୂମିବୋଲ୍ ଅଦୁଲ୍ୟଦେଜଙ୍କ ଦେହାନ୍ତରେ ସମଗ୍ର ଭାରତ ମଧ୍ୟ ଥାଇଲାଣ୍ଡର ନିଜ ଭାଇଭଉଣୀଙ୍କ ସହ ଶୋକମଗ୍ନ ହୋଇଯାଇଥିଲା । ନିଜର ଥାଇଲାଣ୍ଡ ବନ୍ଧୁଙ୍କ ସହ ମିଶି ଭାରତର ଲୋକମାନେ ମଧ୍ୟ ନୂଆ ରାଜା ମହାମହିମ ମହା ୱାଜିରାଲୋଙ୍ଗକୋର୍ଣ୍ଣ ବୋଦିନ୍ଦ୍ରଦେବାୟୱାରାଙ୍ଗକୁନଙ୍କୁ ସମୃଦ୍ଧି ଓ ଶାନ୍ତପୂର୍ଣ୍ଣ ଶାସନ ପାଇଁ ପ୍ରାର୍ଥନା କରିଥିଲେ ।

ଭିଏତନା

ଭାରତର ଭିଏତନାମ ସହ ପାରମ୍ପରିକ ଘନିଷ୍ଠ ଓ ସଦ୍ଭାବପୂର୍ଣ୍ଣ ସମ୍ବନ୍ଧର ମୂଳ ବିଦେଶୀ ଶାସନରୁ ମୁକ୍ତି ପାଇଁ ଏକାଭଳି ସଂଘର୍ଷ ଓ  ଜାତୀୟ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ । ମହାତ୍ମା ଗାନ୍ଧି ଓ ରାଷ୍ଟ୍ରପତି ହୋ ଚି ମିନ୍ ଙ୍କ ଭଳି ମହାନ ନେତାମାନେ ଔପନିବେଶବାଦ ବିରୋଧରେ ସଂଗ୍ରାମରେ ଦେଶବାସୀଙ୍କୁ ଐତିହାସିକ ନେତୃତ୍ୱ ପ୍ରଦାନ କରିଥିଲେ । 2007 ମସିହାରେ ଭିଏତନାମର ପ୍ରଧାନମନ୍ତ୍ରୀ ଙ୍ଗୁୟେନ୍ ତାନ୍ ଡୁଙ୍ଗଙ୍କ ଭାରତ ଗସ୍ତ ସମୟରେ ଆମେ ସାମରିକ ଭାଗିଦାରୀ ବୁଝାମଣାରେ ସ୍ୱାକ୍ଷର କରିଛୁ । ତେବେ ଏହି ସାମରିକ ଭାଗିଦାରୀ 2016 ମସିହାରେ ମୋର ଭିଏତନାମ ଗସ୍ତବେଳେ ବ୍ୟାପକ ସାମରିକ ଭାଗିଦାରୀର ରୂପ ନେଇଥିଲା ।

ଭିଏତନାମ ସହ ଭାରତର ସମ୍ବନ୍ଧ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ରେଖାଙ୍କିତ କରୁଛି । ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 10ବର୍ଷ ମଧ୍ୟରେ ପ୍ରାୟ 10ଗୁଣ ବୃଦ୍ଧି ପାଇଛି । ରକ୍ଷା ସହଯୋଗ ଭାରତ ଓ ଭିଏତନାମ ମଧ୍ୟରେ ସାମରିକ ଭାଗିଦାରୀର ମହତ୍ୱପୂର୍ଣ୍ଣ ଆଧାର ସ୍ତମ୍ଭ ଭାବେ ଉଭା ହୋଇଛି । ବିଜ୍ଞାନ ଓ ଜ୍ଞାନକୌଶଳ ଉଭୟ ଦେଶ ମଧ୍ୟରେ ସହଯୋଗର ଅନ୍ୟ ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଛି ।

ମିଆଁମାର

ଭାରତ ଓ ମିଆଁମାର ମଧ୍ୟରେ 1600 କିମିରୁ ଉର୍ଦ୍ଧ୍ଵ ଦୀର୍ଘତାର ଭୂ-ସୀମା ଓ ସମୁଦ୍ର ସୀମା ରହିଛି । ଆମ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ନିବିଡ଼ ଭାବନା ସହ ଜଡ଼ିତ । ଆମର ମିଳିତ ବୌଦ୍ଧ ଐତିହ୍ୟ ଆମକୁ ଏତେ ଘନିଷ୍ଠ ଭାବେ ବାନ୍ଧି ରଖିଛି ଯେତିକି ପୁରୁଣା ଆମର  ଅତୀତ ଐତିହାସିକ ଅଟେ । ଏହି ବନ୍ଧୁତ୍ୱକୁ ଶ୍ୱେଡଗୋନ୍ ପାଗୋଡ଼ାର ଉଜ୍ୱଳ ଟାୱାରରୁ ଅଧିକ ଭବ୍ୟ ଶୈଳୀରେ କିଏ ବା ଉଜାଗର କରିପାରିବ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ସହାୟତାରେ ବାଗାନ୍ ଆନନ୍ଦ ମନ୍ଦିରର ପୁନରୁଦ୍ଧାର ମଧ୍ୟ ବନ୍ଧୁତ୍ୱର ମିଳିତ ଭାଗିଦାରୀ ଐତିହ୍ୟର ଉଦାହରଣ ।

ଔପନିବେଶିକ ଯୁଗରେ ଆମର ନେତାମାନଙ୍କ ମଧ୍ୟରେ ରାଜନୀତିକ ସମ୍ବନ୍ଧ ସ୍ଥାପିତ ହୋଇଥିଲା ଓ ସେମାନେ ସ୍ୱାଧୀନତାର ମିଳିତ ଲଢ଼େଇରେ ମହାନ ଭାବନା ଓ ଏକତାର ପ୍ରଦର୍ଶନ କରିଥିଲେ । ଗାନ୍ଧିଜୀ ଅନେକଥର ୟାଙ୍ଗୁନ୍ ଗସ୍ତ କରିଥିଲେ । ବାଲଗଙ୍ଗାଧର ତିଳକଙ୍କୁ ତ ଅନେକ ବର୍ଷ ପାଇଁ ୟାଙ୍ଗୁନ୍ ପଠାଇ ଦେଶରୁ ବାହାର କରିଦିଆଯାଇଥିଲା । ଭାରତର ସ୍ୱାଧୀନତା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନ ମିଆଁମାର ଲୋକଙ୍କ ଆତ୍ମାକୁ ମଧ୍ୟ ଉଦ୍ବେଳିତ କରିଦେଇଥିଲା ।

ଗତ ଦଶନ୍ଧିରେ ଆମର ବାଣିଜ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । ଆମର ନିବେଶ ସମ୍ପର୍କ ମଧ୍ୟ ବହୁତ ଅଧିକ ସୁଦୃଢ଼ ହୋଇଛି । ମିଆଁମାର ସହ ଭାରତର ସମ୍ପର୍କରେ ବିକାଶ ସମ୍ବନ୍ଧୀୟ ସହଯୋଗର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଭାରତ ପକ୍ଷରୁ ସହାୟତା ରାଶି 173 କୋଟି ଡଲାରରୁ ଅଧିକ ରହିଛି । ଭାରତର ପାରଦର୍ଶୀ ବିକାଶ ସହଯୋଗ ମିଆଁମାରର ଜାତୀୟ ପ୍ରାଥମିକତା ଅନୁଯାୟୀ, ଯାହାର ଆସିଆନ ସହ ଯୋଡ଼ିବାର ମାଷ୍ଟର ପ୍ଲାନ ସହ ପୁରା ଖାପଖୁଆଉଛି ।

ସିଙ୍ଗାପୁର

ସିଙ୍ଗାପୁର, ଏହି ଭୂଭାଗରେ ଭାରତର ସମ୍ବନ୍ଧର ଐତିହ୍ୟର ଝରକା, ବର୍ତ୍ତମାନର ପ୍ରଗତି ଓ ଭବିଷ୍ୟତର ସମ୍ଭାବନା ଭଳି । ଭାରତ ଓ ଆସିଆନ ମଧ୍ୟରେ ସିଙ୍ଗାପୁର ଏକ ସେତୁ ଭଳି ।

ଆଜି ଏହା ପୂର୍ବ ଏସିଆ ସହ ଆମର ପ୍ରବେଶର ମୁଖ୍ୟ ମାର୍ଗ । ଏହା ଆମର ପ୍ରମୁଖ ଆର୍ଥିକ ଭାଗିଦାରୀ ଓ ମହତ୍ୱପୂର୍ଣ୍ଣ ସାମରିକ ସହଯୋଗୀ ମଧ୍ୟ । ଯାହାର ଝଲକ ଅନେକ ଆଂଚଳିକ ଓ ବିଶ୍ୱସ୍ତରୀୟ ମଞ୍ଚରେ ଆମର ସଦସ୍ୟତାରୁ ପରିଲକ୍ଷିତ ହେଉଛି । ସିଙ୍ଗାପୁର ଓ ଭାରତ ସାମରିକ ସହଯୋଗ ମଧ୍ୟ ଅଭିବୃଦ୍ଧି ପଥେ ।

ଆମର ରାଜନୀତିକ ସମ୍ବନ୍ଧ ସଦିଚ୍ଛା, ସୌହାର୍ଦ୍ଦ୍ୟ ଓ ବିଶ୍ୱାସ ଉପରେ କାଏମ ରହିଛି । ଆମର ରକ୍ଷା ସମ୍ପର୍କ ଉଭୟଙ୍କର ସୁଦୃଢ଼ତମ ରକ୍ଷା ସମ୍ବନ୍ଧ ମଧ୍ୟ ।

ଆମର ଆର୍ଥିକ ଭାଗିଦାରରେ ଦୁଇ ଦେଶର ପ୍ରାଥମିକତାର ପ୍ରତ୍ୟେକ କ୍ଷେତ୍ର ସାମିଲ ଅଛି । ସିଙ୍ଗାପୁର ହେଉଛି ଭାରତର ପ୍ରମୁଖ ଗନ୍ତବ୍ୟ ଓ ନିବେଶର ସ୍ରୋତ ।

ହଜାର ହଜାର ଭାରତୀୟ କମ୍ପାନୀ ମଧ୍ୟ ସିଙ୍ଗାପୁରରେ ପଞ୍ଜିକୃତ ହୋଇଛନ୍ତି ।

ଭାରତର 16ଟି ସହରରୁ ସିଙ୍ଗାପୁର ପାଇଁ ସପ୍ତାହରେ 240ଟି ସିଧାସଳଖ ବିମାନ ଉଡ଼ାଣ ଉପଲବ୍ଧ ଅଛି । ସିଙ୍ଗାପୁରର ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି ।

ସିଙ୍ଗାପୁରର ବିବିଧତାପୂର୍ଣ୍ଣ ସଂସ୍କୃତି ଭାରତ ପାଇଁ ପ୍ରେରଣାଦାୟୀ । ପ୍ରତିଭାର ସମ୍ମାନ କରିବାର ଭାବନା ଯୋଗୁ ସେଠାରେ ଭାରତୀୟଙ୍କ ଉପସ୍ଥିତି ଅତ୍ୟନ୍ତ ଜୀବନ୍ତ ଓ ଗତିଶୀଳ । ଆଉ ଏହି ଲୋକମାନେ ଉଭୟ ରାଷ୍ଟ୍ରର ଘନିଷ୍ଠତା ବୃଦ୍ଧିରେ ଯୋଗଦାନ କରୁଛନ୍ତି ।

ଫିଲିପାଇନ୍ସ

ପ୍ରାୟ ଦୁଇ ମାସ ପୂର୍ବରୁ ନିଜର ପ୍ରଥମ ଫିଲିପାଇନ୍ସ ଗସ୍ତ କରିବା ମୋତେ ସନ୍ତୋଷ ପ୍ରଦାନ କରିଥିଲା । ଆସିଆନ-ଭାରତ, ପୂର୍ବ ଏସିଆ ଶିଖର (East Asia Summit) ଓ ଏହା ସହ ଜଡ଼ିତ ଶିଖର ସମ୍ମିଳନୀରେ ଭାଗ ନେବା ବ୍ୟତୀତ ମୋତେ ରାଷ୍ଟ୍ରପତି ଦୁତେର୍ତେଙ୍କୁ ସାକ୍ଷାତର ସୁଯୋଗ ମିଳିଥିଲା । ଆଉ ଆମେ ନିଜର ଘନିଷ୍ଠ ଓ ସମସ୍ୟାମୁକ୍ତ ସମ୍ପର୍କକୁ ଆଗକୁ ନେବା ଦିଗରେ ଆଲୋଚନା କରିଥିଲୁ । ଉଭୟ ଦେଶ ସେବା କ୍ଷେତ୍ରରେ ସୁଦୃଢ଼ । ଆଉ ଆମେ ସବୁଠୁ ଉଚ୍ଚ ବିକାଶ ଦର ବିଶିଷ୍ଟ ବିଶ୍ୱର ପ୍ରମୁଖ ରାଷ୍ଟ୍ର ମଧ୍ୟରେ ସାମିଲ ଅଛୁ । ବାଣିଜ୍ୟ ଓ କାରବାରର ଆମର କ୍ଷମତା ଯୋଗୁ ଆମ ସମ୍ମୁଖରେ ଅନେକ ସମ୍ଭାବନା ମଧ୍ୟ ରହିଛି ।

ମୁଁ ସାମଗ୍ରିକ ବିକାଶ ଆଣିବା ଓ ଦୁର୍ନୀତିର ମୁକାବିଲା ପ୍ରସଙ୍ଗରେ ରାଷ୍ଟ୍ରପତି ଦୁତେର୍ତେଙ୍କ ପ୍ରତିଶ୍ରୁତିବଦ୍ଧତାର ପ୍ରଶଂସା କରୁଚି । ଏହା ଏଭଳି କ୍ଷେତ୍ର ଯେଉଁଥିରେ ଉଭୟ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିପାରିବେ । ଆମେ ୟୁନିର୍ଭସାଲ ଆଇଡି କାର୍ଡ, ବିତ୍ତୀୟ ସମାବେଶ, ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଚାଂଇବା, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଓ ବେନଗଦୀ ଦେଣନେଣକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ନିଜର ଅନୁଭବକୁ ଫିଲିପାଇନ୍ସ ସହ ଭାଗିଦାର କରିବାରେ ଅତ୍ୟନ୍ତ ଖୁସି ହେଉଛି । ସମସ୍ତଙ୍କୁ ଉଚିତ ଦାମରେ ଔଷଧ ଉପଲବ୍ଧ କରିବାର ଫିଲିପାଇନ୍ସ ସରକାରଙ୍କ ପ୍ରାଥମିକତାର ଏକ ଅନ୍ୟ ପ୍ରସଙ୍ଗ । ଆଉ ଆମେ ଏଥିରେ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ଅଛୁ । ମୁମ୍ବାଇରୁ ମରାବୀ ପର୍ଯ୍ୟନ୍ତ ଆତଙ୍କବାଦ କାହାକୁ ଛାଡ଼ି ନାହିଁ । ଏହି ମିଳିତ ଆହ୍ୱାନର ମୁକାବିଲାରେ ଆମେ ଫିଲିପାଇନ୍ସ ସହ ସହଯୋଗ ବୃଦ୍ଧି କରୁଛୁ ।

ମାଲେସିଆ

ଭାରତ ଓ ମାଲେସିଆ ମଧ୍ୟରେ ସମକାଳୀନ ସମ୍ବନ୍ଧ ବେଶ ବିସ୍ତୃତ । ଆଉ ଅନେକ କ୍ଷେତ୍ରରେ ବ୍ୟାପିଛି । ମାଲେସିଆ ଓ ଭାରତ ସାମରିକ ଭାଗିଦାରୀ ଏବଂ ଅନେକ ଦ୍ୱିପାକ୍ଷିକ ତଥା ଆଚଂଳିକ ମଞ୍ଚରେ ମଧ୍ୟ ସହଯୋଗୀ । 2017 ମସିହାରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ଭାରତକୁ ସରକାରୀ ଗସ୍ତ ଆମର ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଗଭୀର ପ୍ରଭାବ ପକାଇଥିଲା ।

ଆସିଆନରେ ମାଲେସିଆ ଭାରତର ତୃତୀୟ ସର୍ବବୃହତ ବ୍ୟବସାୟିକ ଭାଗିଦାର ଭାବେ ଉଭା ହୋଇଛି । ଭାରତରେ ନିବେଶ କରୁଥିବା ଆସିଆନ ରାଷ୍ଟ୍ରରେ ମଧ୍ୟରେ ମାଲେସିଆ ସବୁଠୁ ମହତ୍ୱପୂର୍ଣ୍ଣ ନିବେଶକ । ଗତ 10ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । 2011 ମସିହାରେ ଭାରତ ଓ ମାଲେସିଆ ମଧ୍ୟରେ ବିସ୍ତୃତ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗ ବୁଝାମଣା ହୋଇଥିଲା । ଏହି ବୁଝାମଣାର ଉକ୍ତ ଅର୍ଥରେ ଅଭିନବ  । କାରଣ ମାଲେସିଆ ସାମଗ୍ରୀର ବ୍ୟବସାୟ କ୍ଷେତ୍ରରେ ଆସିଆନ ପ୍ଲସ୍ ପ୍ରତିଶ୍ରୁତିବଦ୍ଧତାର ପ୍ରସ୍ତାବ କରିଥିଲା ଓ ସେବା ଆଦାନପ୍ରଦାନ କ୍ଷେତ୍ରରେ ମଧ୍ୟରେ ବିଶ୍ଵ ବାଣିଜ୍ୟ ସଂଗଠନ (WTO)ଠାରୁ ଅଧିକ ପ୍ରସ୍ତାବ କରିଥିଲା । ଉଭୟ ଦେଶ ମଧ୍ୟରେ ଦୋହରା ଟିକସ ବ୍ୟବସ୍ଥାକୁ ରୋକିବା ପାଇଁ ସଂଶୋଧିତ ବୁଝାମଣା ଉପରେ 2012 ମଇ ମାସରେ ଦସ୍ତଖତ କରାଯାଇଥିଲା ଓ ସୀମା ଶୁଳ୍କ କ୍ଷେତ୍ରରେ ସହଯୋଗ ନିମନ୍ତେ 2013 ମସିହାରେ ବୁଝାମଣା ହୋଇଥିଲା । ଯେଉଁଥିରେ ଆମର ବାଣିଜ୍ୟ ଓ ନିବେଶ ସହଯୋଗକୁ ଆହୁରି ଅଧିକ ସୁବିଧାଜନକ କରାଇ ଦେଇଛି ।

ବ୍ରୁନେଇ

ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଗତ ଦଶନ୍ଧିରେ ଦ୍ୱିଗୁଣରୁ ଅଧିକ ହୋଇଛି । ଭାରତ ଓ ବ୍ରୁନେଇ ମିଳିତ ଜାତିସଂଘ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ(NAM), ରାଜ୍ୟଗୋଷ୍ଠୀ, ଏଆରଏଫ୍ ଆଦି ସଂଗଠନରେ ମିଳିତ ସଦସ୍ୟ ଅଛନ୍ତି । ବିକାଶଶୀଳ ରାଷ୍ଟ୍ର ଭାବେ ସୁଦୃଢ଼ ପାରମ୍ପରିକ ଓ ସାଂସ୍କୃତିକ ସମ୍ବନ୍ଧ ସହ ପ୍ରମୁଖ ଆନ୍ତର୍ଜାତିକ ପ୍ରସଙ୍ଗରେ ବ୍ରୁନେଇ ଓ ଭାରତର ଚିନ୍ତାଧାରା ଅନେକାଂଶରେ ସମାନତା ରହିଛି । 2008 ମସିହାରେ ବ୍ରୁନେଇର ସୁଲତାନଙ୍କ ଭାରତ ଗସ୍ତ ଉଭୟ ଦେଶର ସମ୍ପର୍କରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ଭାରତର ଉପରାଷ୍ଟ୍ରପତି 2016 ଫେବୃୟାରୀରେ ବ୍ରୁନେଇ ଗସ୍ତ କରିଥିଲେ ।

ଲାଓ ସାଧାରଣତନ୍ତ୍ର

ଭାରତ ଓ ଲାଓ ସାଧାରଣତନ୍ତ୍ର ମଧ୍ୟରେ ସମ୍ପର୍କ ବ୍ୟାପକ ଭାବେ ଅନେକ କ୍ଷେତ୍ରରେ ବ୍ୟାପିଛି ।  ଲାଓର ବିଦ୍ୟୁତ ବିତରଣ ଏବଂ କୃଷି କ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାମ କରୁଛି । ଆଜି ଭାରତ ଓ ଲାଓ ସାଧାରଣତନ୍ତ୍ର ଅନେକ ବହୁପାକ୍ଷିକ ଓ ଆଂଚଳିକ ମଞ୍ଚରେ ସହଯୋଗ କରୁଛନ୍ତି ।

ଯଦିଓ ଭାରତ ଓ ଲାଓ ସାଧାରଣତନ୍ତ୍ର ମଧ୍ୟରେ ବାଣିଜ୍ୟ ସମ୍ଭାବନା କମ୍ ରହିଛି କିନ୍ତୁ ଭାରତରେ ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଲାଓ ସାଧାରଣତନ୍ତ୍ରକୁ ଭାରତ ପକ୍ଷରୁ ଡ୍ୟୁଟି ଫ୍ରି ଟାରିଫ୍ ପ୍ରିଫେରେନ୍ସ ସ୍କିମ୍ ସୁବିଧା ପ୍ରଦାନ କରାଯାଇଛି । ଆମ ପାଖରେ ସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ଯାହାକି ଲାଓ ସାଧାରଣତନ୍ତ୍ରର ଅର୍ଥବ୍ୟବସ୍ଥା ଗଠନରେ କାମ ଦେଉଛି ।  ଆସିଆନ-ଭାରତ ସେବା ଓ ନିବେଶ ବୁଝାମଣା କାର୍ଯ୍ୟକାରୀ ହେବା ଦ୍ୱାରା ସେବା କ୍ଷେତ୍ରରେ ଆମର କାରବାର ବୃଦ୍ଧିରେ ସହାୟତା ମିଳିବ ।

ଇଣ୍ଡୋନେସିଆ

ଭାରତ ମହାସାଗରରେ କେବଳ 90 ନଟିକାଲ ମାଇଲ ଦୂରତ୍ୱରେ ବିଚ୍ଛିନ୍ନ ହୋଇଥିବା ଭାରତ ଓ ଇଣ୍ଡୋନେସିଆ ଦୁଇ ସହସ୍ରାବ୍ଦୀରୁ ଅଧିକ କାଳ ଧରି ସଭ୍ୟତା ଆଧାରିତ ସମ୍ପର୍କର ନିରନ୍ତରତାରେ ଭାଗିଦାରୀ ଅଟନ୍ତି ।

ତେଣିକି ତାହା ଓଡ଼ିଶାର ବାର୍ଷିକ ବାଲିଯାତ୍ରାର ଉତ୍ସବ ହେଉ ଅବା ରାମାୟଣ ଓ ମହାଭାରତର କାହାଣୀ । ଯାହାକି ସମଗ୍ର ଇଣ୍ଡୋନେସିଆ ଭୂଭାଗରେ ଦେଖିବାକୁ ମିଳେ । ଏହି ଅଭିନବ ସାଂସ୍କୃତିକ ସୂତ୍ର ଏସିଆର ଦୁଇ ସର୍ବବୃହତ ଗଣତନ୍ତ୍ରର ଲୋକଙ୍କୁ ଏକ ବିଶେଷ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ବାନ୍ଧି ରଖିଛି ।

‘ବିବିଧତାରେ ଏକତା’ ଅବା ‘ଭିନ୍ନେକା ତୁଙ୍ଗଲ ଇକା’ ଉଭୟ ଦେଶରେ ମାନ୍ୟତାପ୍ରାପ୍ତ ମିଳିତ ସାମାଜିକ ମୂଲ୍ୟବୋଧର ଢାଂଚାର ଏକ ମହତ୍ୱପୂର୍ଣ୍ଣ ଦିଗ । ସେହିପରି ଗଣତନ୍ତ୍ରର ମିଳିତ ମୂଲ୍ୟବୋଧ ଓ ଆଇନର ଶାସନ ମଧ୍ୟ । ଆଜି, ରଣନୀତିକ ସହଯୋଗୀ ଭାବେ ଆମର ସହଯୋଗ ରାଜନୀତିକ, ଆର୍ଥିକ, ରକ୍ଷା ଓ ସୁରକ୍ଷା, ସାଂସ୍କୃତିକ ଓ ଲୋକଙ୍କ ମଧ୍ୟରେ ସମ୍ବନ୍ଧ ଭଳି ସମସ୍ତ କ୍ଷେତ୍ରରେ ବ୍ୟାପ୍ତ । ଆସିଆନରେ ଇଣ୍ଡୋନେସିଆ ଆମର କ୍ରମାଗତ ସର୍ବବୃହତ ବ୍ୟବସାୟିକ ସହଯୋଗୀ ପାଲଟିଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଗତ 10ବର୍ଷ ମଧ୍ୟରେ ଅଢ଼େଇ ଗୁଣ ବୃଦ୍ଧି ପାଇଛି । 2016 ମସିହାରେ ରାଷ୍ଟ୍ରପତି ଜୋକୋ ୱିଦୋଦୋଙ୍କ ଭାରତର ସରକାରୀ ଗସ୍ତର ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଛି ।

କାମ୍ବୋଡ଼ିଆ

ଭାରତ ଓ କାମ୍ବୋଡ଼ିଆ ମଧ୍ୟରେ ପରମ୍ପରାଗତ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସଭ୍ୟତା ଉପରେ ଆଧାରିତ । ଯାହା ଗଭୀର ଭାବେ ଯୋଡ଼ି ହୋଇ ରହିଛି । ଅଙ୍ଗକୋର ୱଟ୍ ମନ୍ଦିରର ଭବ୍ୟ ଢାଂଚା ଆମର ପ୍ରାଚୀନ ଐତିହାସିକ, ଧାମିର୍କ ଓ ସାଂସ୍କୃତିକ ସମ୍ବନ୍ଧର ଏକ ଜାଜ୍ଜ୍ୱଲ୍ୟମାନ ସାକ୍ଷୀ ଓ ଭବ୍ୟ ପ୍ରତୀକ । 1986-1993ର କଷ୍ଟକର ସମୟରେ ଅଙ୍ଗକୋର ୱଟ୍ ମନ୍ଦିରର ପୁନରୁଦ୍ଧାର ଓ ପୁନଃସ୍ଥାପନ କାର୍ଯ୍ୟ କରିବାରେ ଭାରତ ଗୌରାବାନ୍ୱିତ ହୋଇଥିଲା । ତା-ପ୍ରୋହମ୍ ମନ୍ଦିରରେ ଚାଲିଥିବା ପୁନରୁଦ୍ଧାର କାମରେ ଭାରତ ଏକ ମୂଲ୍ୟବାନ ସହଯୋଗୀ ପାଲଟିଛି ।

ଖମେର ରୁଜ୍ ଙ୍କ ଶାସନର ସମାପ୍ତି ହେବା ପରେ ଭାରତ ପ୍ରଥମ ଏଭଳି ରାଷ୍ଟ୍ର ଥିଲା ଯିଏ 1981 ମସିହାରେ ନୂଆ ସରକାରଙ୍କୁ ମାନ୍ୟତା ଦେଇଥିଲା । ପ୍ୟାରିସ ଶାନ୍ତି ବୁଝାମଣା ଓ 1991ମସିହାରେ ଏହାକୁ ପୂରଣ କରାଯିବାରେ ମଧ୍ୟ ଭାରତ ସାମିଲ ଥିଲା । ନିୟମିତ ଭାବେ ହେଉଥିବା ଉଚ୍ଚସ୍ତରୀୟ ଗସ୍ତ ଯୋଗୁ ବନ୍ଧୁତ୍ୱର ଏହି ପରମ୍ପରାଗତ ସମ୍ବନ୍ଧ ଅଧିକ ସୁଦୃଢ଼ ହୋଇଛି । ଆମେ ନିଜର ସହଯୋଗର ବିବିଧ କ୍ଷେତ୍ର ଯଥା ସଂସ୍ଥାଗତ କ୍ଷମତାର ବିକାଶ, ମାନବ ସମ୍ବଳର ବିକାଶ, ବିକାଶମୂଳକ ଓ ସାମାଜିକ ପରିଯୋଜନା, ସାଂସ୍କୃତିକ ଆଦାନପ୍ରଦାନ, ସାମରିକ ସହଯୋଗ, ପର୍ଯ୍ୟଟନ ଓ ଳୋକଙ୍କ ମଧ୍ୟରେ ସମ୍ବନ୍ଧ ଭଳି କ୍ଷେତ୍ରରେ ସମ୍ପ୍ରସାରଣ କରିଛୁ ।

ଆସିଆନ ସମ୍ବନ୍ଧରେ ଓ ଅନ୍ୟ ବିଶ୍ୱସ୍ତରୀୟ ମଞ୍ଚରେ କାମ୍ବୋଡ଼ିଆ ଭାରତର ଏକ ମହତ୍ୱପୂର୍ଣ୍ଣ ସହଯୋଗୀ ଓ ଭାଗିଦାରୀ । କାମ୍ବୋଡ଼ିଆର ଆର୍ଥିକ ବିକାଶରେ ଏକ ଭାଗିଦାରୀ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଓ ପରମ୍ପରାଗତ ସମ୍ବନ୍ଧକୁ ଅଧିକ ପ୍ରଗାଢ଼ କରିବା ନିମନ୍ତେ ଇଚ୍ଛୁକ ।

କେବଳ ସେତିକି ନୁହେଁ, ଭାରତ ଓ ଆସିଆନ ଆହୁରି ଅନେକ କିଛି କରିପାରିବେ । ଆସିଆନର ନେତୃତ୍ୱାଧୀନ ଅନ୍ୟ ସଂସ୍ଥାଗୁଡ଼ିକ ଯଥା ପୂର୍ବ ଏସିଆ ଶିଖର ସମ୍ମିଳନୀ, ଏଡିଏମ୍ଏମ୍(ଆସିଆନ ରକ୍ଷା ମନ୍ତ୍ରୀ ଓ ଅନ୍ୟମାନଙ୍କ ବୈଠକ) ତଥା ଏଆରଏଫ୍(ଆସିଆନ କ୍ଷେତ୍ରୀୟ ମଞ୍ଚ)ରେ ଆମର ଭାଗିଦାରୀ ଏହି କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷାକୁ ପ୍ରୋତ୍ସାହିତ କରୁଛି । ଭାରତ ବ୍ୟାପକ ଆଂଚଳିକ ଆର୍ଥିକ ଭାଗିଦାରୀ ବୁଝାମଣାର ଏକ ଉତ୍ସୁକ ଭାଗିଦାରୀ, ଯିଏକି ସମସ୍ତ ଭାଗିଦାରୀ ନିମନ୍ତେ ଏକ ବ୍ୟାପକ, ସନ୍ତୁଳିତ ଓ ନିରପେକ୍ଷ ବୁଝାମଣା ଆଶା କରୁଛି ।

ଭାଗିଦାରୀରେ ଶକ୍ତି ଓ ସ୍ଥାୟିତ୍ୱ କେବଳ ଗଣିତର ସଂଖ୍ୟାବଳରେ ହୁଏ ନାହିଁ । ବରଂ ସମ୍ବନ୍ଧର ନିବିଡ଼ତାରେ ମଧ୍ୟ ଆସିଥାଏ । ଭାରତ ଓ ଆସିଆନ ରାଷ୍ଟ୍ରର ସମ୍ବନ୍ଧ କୌଣସି ପ୍ରକାରର ପ୍ରତିଯୋଗିତା ଓ ଦାବିଦାରୀରୁ ମୁକ୍ତ ଅଟେ । ଆମ ପାଖରେ ଭବିଷ୍ୟତ ପାଇଁ ଏକ ମିଳିତ ଦୃଷ୍ଟିକୋଣ ଅଛି ଯାହା ସମାବେଶୀ ଓ ଏକୀକରଣ, ସମସ୍ତ ରାଷ୍ଟ୍ରର ସାର୍ବଭୌମିକ ସମାନତା ତଥା ବାଣିଜ୍ୟ ଓ ପାରସ୍ପରିକ ସମ୍ବନ୍ଧ ନିମନ୍ତେ ସ୍ୱତନ୍ତ୍ର ଓ ଉନ୍ମୁକ୍ତ ମାର୍ଗର ସମର୍ଥନ ପ୍ରତି ପ୍ରତିଶ୍ରୁତିବଦ୍ଧତା ଉପରେ ଆଧାରିତ । ଏହା ଅନେକ ଆକାର ଉପରେ ଆଧାରିତ ନହେଉ ।

ଆସିଆନ-ଭାରତ ଭାଗିଦାରୀ କ୍ରମାଗତ ପ୍ରଗତି କରୁଛି । ଜନସଂଖ୍ୟା, ଗତିଶୀଳତା ଓ ଚାହିଦା ପ୍ରସଙ୍ଗରେ ହାସଲ ହୋଇଥିବା ବୃଦ୍ଧି ସହ ଦ୍ରୁତ ଭାବେ ପରିପକ୍ୱ ହେଉଥିବା ଅର୍ଥବ୍ୟବସ୍ଥା- ଭାରତ ଓ ଆସିଆନ- ଏକ ସୁଦୃଢ଼ ଆର୍ଥିକ ଭାଗିଦାରୀକୁ ସୃଷ୍ଟି କରିବେ । ସମ୍ପର୍କର ସାଧନ ବୃଦ୍ଧି ପାଇବ ଓ ବାଣିଜ୍ୟର ବିସ୍ତାର ହେବ । ଏଭଳି ଏକ ସମୟରେ ଯେତେବେଳେ ଭାରତରେ ଏକ ସହଯୋଗାତ୍ମକ ଓ ପ୍ରତିଯୋଗିତାମୂଳକ ସଂଘୀୟ ପ୍ରଣାଳୀ ରହିଛି, ଆମର ରାଜ୍ୟଗୁଡ଼ିକ ବି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସହ ଏକ ଫଳପ୍ରଦ ସହଯୋଗ ସମ୍ବନ୍ଧର ବିକାଶ କରୁଛନ୍ତି । ଭାରତର ଉତ୍ତର-ପୂର୍ବ ଏକ ପୁନରୁତ୍ଥାନଶୀଳ ପଥରେ ରହିଛି । ଦକ୍ଷିଣ-ପୂର୍ବ ଏସିଆ ସହ ସମ୍ପର୍କ ଏହାର ପ୍ରଗତିକୁ ଅଧିକ ଗତି ପ୍ରଦାନ କରିବ । ଏଭଳି ଭାବେ ଯୋଡ଼ି ହୋଇଥିବା ଉତ୍ତର-ପୂର୍ବ ଆମର ସ୍ୱପ୍ନର ଆସିଆନ-ଭାରତ ସମ୍ପର୍କ ପାଇଁ ଏକ ସେତୁ ଭାବେ କାମ କରିବ ।

ଜଣେ ପ୍ରଧାନମନ୍ତ୍ରୀ ଭାବେ ମୁଁ ଚାରିଥର ବାର୍ଷିକ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାଗ ନେଇଛି । ଏହି ଭୂଭାଗକୁ ସ୍ୱରୂପ ଦେବାର ଲକ୍ଷ୍ୟରେ ଆସିଆନର ଏକତା, ଏହାର କେନ୍ଦ୍ରୀୟ ଭୂମିକା ଓ ନେତୃତ୍ୱ ସମ୍ବନ୍ଧରେ ମୋର ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି ।

ଏହା ଉପଲବ୍ଧୀ ଭରା ବର୍ଷ । ଗତବର୍ଷ ଭାରତର ସ୍ୱାଧୀନତାର 70ବର୍ଷ ପୂରଣ ହୋଇଛି । ଆସିଆନ 50ବର୍ଷର ସ୍ୱର୍ଣ୍ଣକାଳ ପୂରଣ କରିଛି । ଆମେ ପରସ୍ପରର ଭବିଷ୍ୟତକୁ ଆକାଂକ୍ଷାପୂର୍ଣ୍ଣ ଓ ଆମର ବିଶ୍ୱାସଭରା ଭାଗିଦାରୀକୁ ଦେଖିପାରିବା ।

70ବର୍ଷ ବୟସରେ ଭାରତ ନିଜର ଯୁବ ଜନସଂଖ୍ୟା ଯୋଗୁ ଉତ୍ସାହ, ଉଦ୍ୟୋଗ ଓ ଶକ୍ତିରେ ନିଃସୃତ ହେଉଛି । ବିଶ୍ୱର ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ହୋଇଥିବା ଯୋଗୁ ଭାରତ ଆନ୍ତର୍ଜାତିକ ସମ୍ଭାବନାର ଏକ ନୂଆ ସ୍ଥଳ ଓ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତାର ଆଧାର ପାଲଟିଯାଇଛି । ପ୍ରତ୍ୟେକ ଦିନ ବିତିବା ସହ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ଓ ସୁଗମ ହେଉଛି । ମୋର ଆଶା ଯେ ଏକ ପଡ଼ୋଶୀ ଓ ବନ୍ଧୁ ହୋଇଥିବା ଯୋଗୁ ଆସିଆନ ରାଷ୍ଟ୍ରଗୁଡ଼ିକ ଏକ ନୂଆ ଭାରତର ପରିବର୍ତ୍ତନରେ ଏକ ଅଭିନ୍ନ ଅଂଗ ପାଲଟିବେ ।

ଆମେ ଆସିଆନର ନିଜସ୍ୱ ପ୍ରଗତିର ପ୍ରଂଶସା କରୁଛୁ । ଆସିଆନ ଏଭଳି ସମୟରେ ଅସ୍ତିତ୍ୱରେ ଆସିଥିଲା ଯେତେବେଳେ ଦକ୍ଷିଣ ଏସିଆ ଏକ କ୍ରୁର ଯୁଦ୍ଧର ଆଶଙ୍କା ତଥା ଅନିଶ୍ଚିତ ଭବିଷ୍ୟତ ବିଶିଷ୍ଟ ଦେଶଗୁଡ଼ିକର ଭୂଭାଗ ପାଲଟିଥିଲା । ଏଭଳି ସମୟରେ ଆସିଆନର 10ଟି ରାଷ୍ଟ୍ର ଏକ ସମାନ ଉଦ୍ଦେଶ୍ୟ ଓ ମିଳିତ ଭବିଷ୍ୟତ ପାଇଁ ସଂଗଠିତ ହୋଇଥିଲେ । ଆମ ମଧ୍ୟରେ ଉଚ୍ଚ ମହାତ୍ୱକାଂକ୍ଷାକୁ ପୂରଣ କରିବା ଓ ନିଜ ସମୟର ଚାଲେଞ୍ଜକୁ ସମ୍ମୁଖୀନ ହେବାର କ୍ଷମତା ଅଛି । ଭିତ୍ତିଭୂମି ଓ ସହରୀକରଣରୁ ଆରମ୍ଭ କରି ନମନୀୟ କୃଷି ଅବା ଏକ ସୁସ୍ଥ ପୃଥିବୀ ପର୍ଯ୍ୟନ୍ତ । ଆମେ ଡିଜିଟାଲ ଜ୍ଞାନକୌଶଳ, ନବସୃଜନ ଓ ଯୋଗାଯୋଗର ସାଧନର ଶକ୍ତିର ପ୍ରୟୋଗ କରି ଜୀବନକୁ ଏକ ଅଦ୍ଭୂତପୂର୍ବ ଗତିରେ ଅଧିକ ବ୍ୟାପକସ୍ତରରେ ପରିବର୍ତ୍ତନ କରିପାରିବୁ ।

ଭବିଷ୍ୟତର ଆଶାକୁ ଶାନ୍ତିର ଏକ ଠୋସ୍ ଚଟାଣର ଆବଶ୍ୟକତା ପଡ଼ିଥାଏ । ଏହି ଯୁଗ ପରିବର୍ତ୍ତନର, ଅସ୍ଥିରତା ଓ ଏଭଳି ପରିବର୍ତ୍ତନର ଯାହାକି ଇତିହାସରେ ବିରଳ । ଆସିଆନ ଓ ଭାରତ ପାଖରେ ନିଜ ସମୟର ଅନିଶ୍ଚିତତତା ଓ ବିପ୍ଳବରୁ ବାହାରି ନିଜ ଭୂଭାଗ ଓ ବିଶ୍ୱ ନିମନ୍ତେ ଏକ ସ୍ଥିର ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ନିର୍ମାଣ ପାଇଁ ଗୋଟିଏ ସ୍ଥିର ମାର୍ଗ ପ୍ରସ୍ତୁତ କରିବାର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି କିନ୍ତୁ ବାସ୍ତବରେ ବିଶାଳ ଉତ୍ତରଦାୟିତ୍ୱ ମଧ୍ୟ ।

ଭାରତୀୟମାନେ ସର୍ବଦା ଏକ ପୋଷକ ଓ ଦୀର୍ଘସ୍ଥାୟୀ ସୁଯୋଗର ସୂର୍ଯ୍ୟାଲୋକ ପାଇଁ ପୂର୍ବ ଆଡ଼କୁ ଚାହିଁଥାନ୍ତି । ଏବେ ପୂର୍ବଭଳି ପୂର୍ବ ହେଉ ଅବା ହିନ୍ଦ୍-ପ୍ରଶାନ୍ତ ମହାସାଗରୀୟ ଭୂଭାଗ ଭାରତର ଭବିଷ୍ୟତ ଓ ଆମର ମିଳିତ ଭବିଷ୍ୟତ ନିମନ୍ତେ ଅପରିହାର୍ଯ୍ୟ । ଏହି ଦୁଇଟି ପାଇ ଆସିଆନ-ଭାରତ ଭାଗିଦାରୀ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଇତିମଧ୍ୟରେ ଦିଲ୍ଲୀରେ ଆସିଆନ ଓ ଭାରତ ଉଭୟ ନିଜ ନିଜର ଭବିଷ୍ୟତ ଯାତ୍ରା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି ।

ଆସିଆନର ସମ୍ବାଦପତ୍ରର ସମ୍ପାଦୀୟ ପୃଷ୍ଠାରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଲେଖାର ଏହି ନିମ୍ନଲିଖିତ ଲିଙ୍କ୍ ଉପରେ କ୍ଲିକ୍ କରି ପଢ଼ାଯାଇପାରିବ:  –

https://www.bangkokpost.com/opinion/opinion/1402226/asean-india-shared-values-and-a-common-destiny

 

https://vietnamnews.vn/opinion/421836/asean-india-shared-values-common-destiny.html#31stC7owkGF6dvfw.97

 

https://www.businesstimes.com.sg/opinion/asean-india-shared-values-common-destiny

 

https://www.globalnewlightofmyanmar.com/asean-india-shared-values-common-destiny/

 

https://www.thejakartapost.com/news/2018/01/26/69th-republic-day-india-asean-india-shared-values-common-destiny.html

 

https://www.mizzima.com/news-opinion/asean-india-shared-values-common-destiny

 

https://www.straitstimes.com/opinion/shared-values-common-destiny

 

https://news.mb.com.ph/2018/01/26/asean-india-shared-values-common-destiny/

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign

Media Coverage

‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses pride in Indian contingent’s performance at Commonwealth Games 2026
August 03, 2026

The Prime Minister, Shri Narendra Modi, has expressed pride in the performance of the Indian contingent at the Commonwealth Games 2026 in Glasgow.

The Prime Minister expressed delight that India won 39 medals, including 13 Gold medals, and congratulated all the medal winners.

Shri Modi said that throughout the Games, the Indian athletes displayed exceptional skill, determination and dedication. He added that their hard work will continue to inspire the nation’s youth.

Shri Modi also extended his best wishes to the entire Indian contingent for their future endeavours and expressed hope that they would continue to bring greater glory to the nation.

Shri Modi wrote on X;

“Proud of our contingent’s performance at the Glasgow Commonwealth Games.

Delighted that India has won 39 medals, including 13 Golds. Congrats to the medal winners.

Throughout the Games, our talented athletes have displayed exceptional skill, determination and dedication. Their hardwork will keep inspiring our youngsters.

My best wishes to the entire Indian contingent for the endeavours ahead. May they continue to give their very best and bring further glory to the nation.

#CWG2026”