ଜି-୨୦ ଅଧ୍ୟକ୍ଷତା ସମଗ୍ର ଦେଶର
ଜି-୨୦ ଅଧ୍ୟକ୍ଷତା ବିଶ୍ୱ ମଞ୍ଚରେ ଭାରତକୁ ଉପସ୍ଥାପିତ କରିବା ପାଇଁ ଏକ ସୁଯୋଗ
ଭାରତକୁ ନେଇ ସାରା ବିଶ୍ୱର ଆକର୍ଷଣ ଓ ଜିଜ୍ଞାସା ରହିଛି

ଭାରତର ଜି-୨୦ ଅଧ୍ୟକ୍ଷତା ସହ ଜଡିତ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ପାଇଁ ଡିସେମ୍ବର ୫ରେ ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭାରତର ବିଭିନ୍ନ ରାଜନୈତିକ ଦଳର ନେତାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଭାରତର ଜି-୨୦ ଅଧ୍ୟକ୍ଷତା ସାରା ଦେଶର ଓ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ନିଆରା ସୁଯୋଗ ପ୍ରଦାନ କରିଛି । ଭାରତ ପ୍ରତି ବିଶ୍ୱର ଆକର୍ଷଣ ଓ ଜିଜ୍ଞାସା ରହିଛି ଯାହା ଭାରତର ଜି-୨୦ ଅଧ୍ୟକ୍ଷତାର ସମ୍ଭାବନା ବୃଦ୍ଧି କରିଛି । 

ଟିମ ୱର୍କକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିବା ସହ ଜି-୨୦ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ନେତାଙ୍କ ସହଯୋଗ କାମନା କରିଥିଲେ । ଜି-୨୦ ଅଧ୍ୟକ୍ଷତା ମାଧ୍ୟମରେ ଭାରତର ପାରମ୍ପରିକ ବୃହତ ମେଟ୍ରୋ ବ୍ୟତୀତ ଅନ୍ୟ ସ୍ଥାନଗୁଡିକର ନିଆରାପଣ ପ୍ରଦର୍ଶିତ ହୋଇପାରିବ ବୋଲି ସେ କହିଛନ୍ତି । 

ଭାରତର ଜି-୨୦ ଅଧ୍ୟକ୍ଷତା ଅବସରରେ ବହୁ ସଂଖ୍ୟାରେ ଭାରତ ଆସୁଥିବା ଅତିଥିମାନଙ୍କ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜି-୨୦ ବୈଠକ ଆୟୋଜିତ ହେବାକୁ ଥିବା ସ୍ଥାନଗୁଡିକରେ ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାର ଅବସର ସମ୍ପର୍କରେ ଉଲ୍ଲେଖ କରିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ବକ୍ତକ୍ୟ ପୂର୍ବରୁ ବହୁ ନେତା ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀ ଜେ.ପି. ନଡ୍ଡା, ଶ୍ରୀ ମଲ୍ଲିକାର୍ଜୁନ ଖରଗେ, ସୁଶ୍ରୀ ମମତା ବାନାର୍ଜୀ, ଶ୍ରୀ ନବୀନ ପଟ୍ଟନାୟକ, ଶ୍ରୀ ଅରବିନ୍ଦ କେଜରିୱାଲ, ଶ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀ, ଶ୍ରୀ ସୀତାରାମ ୟେଚୁରି, ଶ୍ରୀ ଚନ୍ଦ୍ରବାବୁ ନାଇଡୁ, ଶ୍ରୀ ଏମ.କେ. ଷ୍ଟାଲିନ, ଶ୍ରୀ ଏଡାପ୍ପଡି କେ. ପଲାନିସ୍ୱାମୀ, ଶ୍ରୀ ପଶୁପତିନାଥ ପାରସ, ଶ୍ରୀ ଏକନାଥ ଶିନ୍ଦେ ଓ ଶ୍ରୀ କେ.ଏମ. କାଦର ମୋହିଦ୍ଦିନ ସାମିଲ ଥିଲେ ।   

ଗୃହ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ସଂକ୍ଷେପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଭାରତର ଜି-୨୦ ପ୍ରାଥମିକତା କ୍ଷେତ୍ରଗୁଡିକ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ମଧ୍ୟ ହୋଇଥିଲା । 

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଶ୍ରୀ ଅମିତ ଶାହ, ଶ୍ରୀମତୀ ନିର୍ମଳା ସୀତାରମଣ, ଡଃ ଏସ. ଜୟଶଙ୍କର, ଶ୍ରୀ ପୀୟୁଷ ଗୋୟଲ, ଶ୍ରୀ ପ୍ରହ୍ଲାଦ ଯୋଶୀ, ଶ୍ରୀ ଭୂପେନ୍ଦର ଯାଦବ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି. ଦେବେ ଗୌଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
As Naxalism ends in Chhattisgarh, village gets tap water for first time

Media Coverage

As Naxalism ends in Chhattisgarh, village gets tap water for first time
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 13, 2026
April 13, 2026

Nari Shakti, 7% Growth & Global Respect: PM Modi Leadership Formula India is Celebrating