Budget belied the apprehensions of experts regarding new taxes: PM
Earlier, Budget was just bahi-khata of the vote-bank calculations, now the nation has changed approach: PM
Budget has taken many steps for the empowerment of the farmers: PM
Transformation for AtmaNirbharta is a tribute to all the freedom fighters: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ଅନ୍ତର୍ଗତ ଚୌରୀଚୌରାଠାରେ ଚୌରୀଚୌରା ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଚୌରୀଚୌରା ଘଟଣାକୁ ଆଜି ଶହେବର୍ଷ ପୂରଣ ହୋଇଛି ଓ ଏହା ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଚୌରୀଚୌରା ଶତବାର୍ଷିକୀର ସୃତିରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ବୀର ଶହୀଦମାନଙ୍କୁ ପ୍ରଣାମ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚୌରୀ ଚୌରାର ବଳିଦାନ ଦେଶର ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା । ଶହେବର୍ଷ ତଳେ ଚୌରୀଚୌରାରେ ଯେଉଁ ଘଟଣା ଘଟିଥିଲା, ତାହା କେବଳ ଏକ ପୋଡାଜଳା ନ ଥିଲା, ତା’ର ବାର୍ତ୍ତା ଥିଲା ଖୁବ୍ ସୁଦୂରପ୍ରସାରୀ ବୋଲି ସେ କହିଛନ୍ତି । କେଉଁ ପରିସ୍ଥିତିରେ ପୋଡାଜଳା ଘଟିଥିଲା ଓ ତା’ର କାରଣ କ’ଣ ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମ ଦେଶର  ଇତିହାସରେ ଏବେ ଚୌରୀଚୌରାର ଐତିହାସିକ ଆନ୍ଦୋଳନକୁ ନାଯ୍ୟ ମାନ୍ୟତା ପ୍ରଦାନ କରାଯାଉଚି । ଆଜିଠାରୁ ଆରମ୍ଭ କରି ଚୌରୀଚୌରାଠାରୁ ଦେଶର ପ୍ରତ୍ୟେକ ଗ୍ରାମ ଏହାର ବର୍ଷବ୍ୟାପୀ ମହୋତ୍ସବ ନିମନ୍ତେ ଐତିହାସିକ ଘଟଣାକୁ ମନେ ପକାଇବେ । ଦେଶ ଯେତେବେଳେ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ କରୁଛି, ସେତେବେଳେ ଏହାର ଶତବାର୍ଷିକୀ ପାଳନ ଆହୁରି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡିଛି । ଚୌରୀଚୌରା ଶହୀଦମାନଙ୍କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଅଭାବ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଚୌରୀ ଚୌରାର ଅମର ଶହୀଦମାନଙ୍କ ନାମ ଇତିହାସ ପୃଷ୍ଠାରେ ନ ରହିପାରେ, ମାତ୍ର ଦେଶର ସ୍ୱାଧୀନତା ପାଇଁ ସେମାନଙ୍କ ରକ୍ତରେ ଦେଶର ମାଟି ନିଶ୍ଚିତ ରଞ୍ଜିତ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି ।

ବାବା ରାଘବ ଦାସ ଓ ମହାତ୍ମା ମଦନମୋହନ ମାଳବ୍ୟ ଯାହାଙ୍କ ଉଦ୍ୟମ ଯୋଗୁଁ ଆଜିର ଏହି ଦିବସରେ 150ଜଣ ସ୍ୱାଧୀନତା ସଂଗ୍ରାମୀ ଫାଶୀ ପାଇବାରୁ ବର୍ତ୍ତୀ ଯାଇଥିଲେ ସେମାନଙ୍କୁ ସ୍ମରଣ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଥିଲେ । ଏହି ଅଭିଯାନରେ ଯେଉଁ  ବିଦ୍ୟାର୍ଥୀମାନେ ସାମିଲ ଅଛନ୍ତି, ସ୍ୱାଧୀନତା ସଂଗ୍ରାମର ଅନେକ ବିଷୟ ନେଇ ଅବଗତ ହୋଇପାରିବେ । ଶିକ୍ଷା ମନ୍ତ୍ରଣାଳୟର ସ୍ୱାଧୀନତା ପ୍ରାପ୍ତିର 75ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମର ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସଂଗ୍ରାମୀଙ୍କ ସମେତ ଅନ୍ୟମାନଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ରଚନା ପାଇଁ ଯୁବ ଲେଖକମାନଙ୍କୁ ନିୟନ୍ତ୍ରଣ ଦେଇଛନ୍ତି । ସ୍ୱାଧୀନତାର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସ୍ଥାନୀୟ କଳା ଓ ସଂସ୍କୃତିକୁ ଆଧାର କରି କାର୍ଯ୍ୟକ୍ରମମାନ ଆୟୋଜନ କରି୍‌ଥିବାରୁ ଶ୍ରୀମୋଦି ଉତ୍ତରପ୍ରଦେଶ ସରକାରଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।

ଦାସତ୍ୱ କବଳରୁ ମୁକ୍ତି ପାଇଁ ନିରବଚ୍ଛିନ୍ନ ଓ ସମ୍ମଳିତ ସଂଗ୍ରାମ ପାଇଁ ଭାରତକୁ ବିଶ୍ୱର ମହାନଶକ୍ତି ଭାବେ ଗଢି ତୋଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମ୍ମିଳିତ ଶକ୍ତି ହିଁ ଆତ୍ମନିର୍ଭର ଭାରତ ଅଭିଯାନର ମେରୁ ଖୁଣ୍ଟ ।  କରୋନା ବୈଶ୍ୱିକ ମହାମାରୀ କାଳରେ ଭାରତ 150ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଥିଲା । ଭାରତ କେତେକ ଦେଶକୁ କରୋନା ଟୀକା ମଧ୍ୟ ପଠାଇଛି ମାନବଜୀବନ ବଞ୍ଚାଇପାରିଛି, ଯାହାକି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗର୍ବିତ କରିବ ।

ଚଳିତ ବଜେଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୈଶ୍ୱିକ ମହାମାରୀ ଯୋଗୁଁ ଯେଉଁ ଆହ୍ୱାନ ସୃଷ୍ଟି ହୋଇଛି ବଜେଟ ତାହାର ମୁକାବିଲା ନିମନ୍ତେ ପଦକ୍ଷେପ ନିଆଯାଇଛି ।  ନୂତନ ବଜେଟରେ ସାଧାରଣ ନାଗରିକଙ୍କୁ ନୂଆ ଟିକସ ଭାରରେ ଭାରାକ୍ରାନ୍ତ କରିବ ବୋଲି ବିଶେଜ୍ଞମାନଙ୍କ ଧାରଣ ଭୁଲ ପ୍ରମାଣିତ ହୋଇଛି । ଦେଶର ଦୃତପ୍ରଗତି ପାଇଁ ସରକାର ଅଧିକ ଖର୍ଚ୍ଚ ପାଇଁ ନିଷ୍ପତ୍ତି ଦେଇଛନ୍ତି । ସଡକ, ସେତୁ, ରେଲଲାଇନ, ବଜାର ଓ ମଣ୍ଡିଗୁଡିକ ସହ ସଂଯୋଗ ପାଇଁ ନୂତନ ଟ୍ରେନ ଓ ବସ୍ ସେବାଭଳି ଭିତ୍ତିଭୂମି ଲାଗି ଖର୍ଚ୍ଚ କରା ହେବ । ବଜେଟରେ ଯୁବଗୋଷ୍ଠୀ ନିମନ୍ତେ ଉତ୍ତମ ଶିକ୍ଷା ଓ ସୁଯୋଗ  ପାଇଁ ବାଟ ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ଯୁବକଯୁବତୀ ନିଯୁକ୍ତି ସୁଯୋଗପାଇବେ । ଆଗରୁ ବଜେଟ୍‌ର ଅର୍ଥ କେବଳ ଯୋଜନା ଥିଲା, ଯାହା କେବେ ତ୍ୱରାନ୍ୱିତ ହେଉ ନଥିଲା । “ଆଗରୁ ବଜେଟ ଥିଲା ଭୋଟ ବ୍ୟାଙ୍କର ହିସାବ କିତାବର ଗୋଟେ ବହି ଖାତା, ମାତ୍ର ଏବେ ଦେଶର ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ହୋଇଥିବା ଶ୍ରୀ ମୋଦି କହିଛନ୍ତି ।

ଭାରତରେ ବୈଶ୍ୱିକ ମହାମାରୀର ସଫଳ ମୁକାବିଲା ପରେ ସାର୍ବଜନୀନ ପ୍ରଶଂସାର ପାତ୍ର ହୋଇଥିବା ଆମ ଦେଶ ଗ୍ରାମାଞ୍ଚଳ ଛୋଟ ଛୋଟ ସହରରେ ମେଡିକାଲ ସୁବିଧାକୁ ମଜବୁତ କରିବାକୁ ଚେଷ୍ଟା କରୁଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ବଜେଟରେ ବିପୁଳ ବ୍ୟୟ ବରାଦ ହୋଇଛି । ଜିଲ୍ଲାସ୍ତରରେ ମଧ୍ୟ ନମୁନା ପରୀକ୍ଷଣରେ ବ୍ୟାପକ ବ୍ୟବସ୍ଥା ହୋଇଛି ।

କୃଷକମାନଙ୍କୁ ଦେଶର ପ୍ରଗତିର ମୂଳଦୁଆ ବୋଲି ବର୍ଣ୍ଣନା କରି ଗତ ଛଅବର୍ଷ ମଧ୍ୟରେ ସେମାନଙ୍କ କଲ୍ୟାଣ ଲାଗି କରାଯାଉଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ବୈଶ୍ୱିକ ମହାମାରୀର ବିଭିନ୍ନ ଅସୁବିଧା ସତ୍ତ୍ୱେ ଚାଷୀମାନେ ଉତ୍ପାଦନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛନ୍ତି । ଉତ୍ପାଦିତ ସାମଗ୍ରୀ ବିକ୍ରୀ ପାଇଁ ଏକ ହଜାର ମଣ୍ଡିକୁ ଇ-ନାମ ସହ ଯୋଡାଯାଇଛି ।

ଗ୍ରାମୀଣ ଭିତ୍ତିଭୂମି ପାଣ୍ଠିକୁ 40ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା କୃଷକମାନଙ୍କୁ ଆତ୍ମ ନିର୍ଭର କରିବା ସହ କୃଷିକୁ ଲାଭଜନକ କରିପାରିବ । ଗ୍ରାମାଞ୍ଚଳରେ ସ୍ୱାମୀତ୍ୱ ଯୋଜନା ବଳରେ ଜମି ଓ ଆବାସସ୍ଥଳୀର ସ୍ୱତ୍ୱାଧିକାର ନଥିପତ୍ର ମିଳିପାରିବ । ଠିକ୍‌ଠାକ କାଗଜପତ୍ର ଯୋଗୁଁ ଜମିର ଉପଯୁକ୍ତ ମୂଲ୍ୟ ମିଳିବା ସହ ପରିବାର ଚାହିଁଲେ ବ୍ୟାଙ୍କ ଋଣ ମଧ୍ୟ ପାଇବପାରିବେ  ଓ ସେମାନଙ୍କ ଜମିଜମା ଜବରଦଖଲକାରୀ କବଳରୁ ସୁରକ୍ଷିତ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମିଲବନ୍ଦ, ଖରାପ ରାସ୍ତା ଓ ରୁଗ୍‌ଣ ଡାକ୍ତରଖାନା ଯୋଗୁଁ କ୍ଷତିଗ୍ରସ୍ତ ଗୋରଖପୁରର ଜନସାଧାରଣ ମଧ୍ୟ ଏସବୁ ପଦକ୍ଷେପ ଯୋଗୁଁ ସୁବିଧା ପାଇପାରିବେ । ଗୋରଖପୁର ଏକ ନୂତନ ଏମ୍‌ସ ପାଇବାକୁ ଯାଉଛି । ମେଡିକାଲ କଲେଜ ହଜାର ହଜାର ଶିଶୁଙ୍କ ଜୀବନ ରକ୍ଷା କରିପାରୁଛି । ଦେଓରିଆ, କୁଶୀନଗର, ବସ୍ତି, ମହାରାଜନଗର ଓ ସିଦ୍ଧାର୍ଥ ନଗରରେ ନୂତନ ମେଡିକାଲ କଲେଜ ସ୍ଥାପିତ ହେଉଛି । ସେ ଅଞ୍ଚଳରେ ଚାରି ଓ ଛଅଲେନ ବିଶିଷ୍ଟ ସଡକ ଓ ଆଠଟି ସହରରୁ ଗୋରଖପୁରକୁ ବିମାନ ସେବା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିବାକୁ ଯାଉଛି । କୁଶୀନଗରରେ ନିର୍ମିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ବିମାନ ବନ୍ଦର ଯୋଗୁଁ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ । ଆତ୍ମନିର୍ଭର ଭାରତ ପାଇଁ ଏ ସମସ୍ତ ପରିବର୍ତ୍ତନ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ନିମନ୍ତେ ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read PM's speech

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour