ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ମୋଦୀଙ୍କୁ ସୂଚନା ଦେଲେ ନେତନ୍ୟାହୁ
କୌଣସି ରୂପ କିମ୍ବା ଅଭିବ୍ୟକ୍ତିରେ ଆତଙ୍କବାଦର ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଲେ
କ୍ଷେତ୍ରୀୟ ଉତ୍ତେଜନ ହ୍ରାସ କରିବା ଏବଂ ସମସ୍ତ ପଣବନ୍ଦୀଙ୍କ ସୁରକ୍ଷିତ ମୁକ୍ତିକୁ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କଲେ
ପ୍ରଧାନମନ୍ତ୍ରୀ କହିଲେ, ଶୀଘ୍ର ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନ ପାଇଁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି
ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରିକୁ ମଜବୁତ କରିବାକୁ ଦୁଇ ନେତା ଆଲୋଚନା କଲେ
ରୋଶ୍ ହଶନାହ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ସମଗ୍ର ବିଶ୍ୱରେ ଥିବା ୟିହୁଦୀ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଆତଙ୍କବାଦର କୌଣସି ରୂପ କିମ୍ବା ଅଭିବ୍ୟକ୍ତି ପାଇଁ କୌଣସି ସ୍ଥାନ ନାହିଁ । କ୍ଷେତ୍ରୀୟ ଉତ୍ତେଜନ ହ୍ରାସ କରିବା ଏବଂ ସମସ୍ତ ପଣବନ୍ଦୀଙ୍କ ସୁରକ୍ଷିତ ମୁକ୍ତିକୁ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ହେଉଥିବା ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରିକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ରୋଶ୍ ହଶନାହ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ସମଗ୍ର ବିଶ୍ୱରେ ଥିବା ୟିହୁଦୀ ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଦୁଇ ନେତା ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity