ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫେଡିରିକ୍‌ସେନ, ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ କାଟରିନା ଜାକୋବ୍‌ସଡୋଟିର, ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ ଗହର ଷ୍ଟୋର, ସ୍ବିଡେନର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଣ୍ଡେଲିନା ଏଣ୍ଡରସନ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ ସନା ମାରିନଙ୍କ ସହିତ ଭାଗ ନେଇଛନ୍ତି। 

ଏହି ଶିଖର ସମ୍ମିଳନୀ 2018 ରେ ଷ୍ଟକହୋମରେ ପ୍ରଥମ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ପରେ ଭାରତ-ନୋର୍ଡିକ ସମ୍ବନ୍ଧରେ ହୋଇଥିବା ପ୍ରଗତିର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିଛି। ମହାମାରୀ ପରେ ଆର୍ଥିକ ସୁଧାର (ରିକଭରି), ଜଳବାୟୁ ପରିବର୍ତ୍ତନ, କ୍ରମାଗତ ବିକାଶ, ନୂତନତା, ଡିଜିଟାଲକରଣ ଏବଂ ସବୁଜ ଏବଂ ସ୍ବଚ୍ଛ ବିକାଶ ଆଦି କ୍ଷେତ୍ରରେ ବହୁମୁଖୀ ବିଷୟ ଉପରେ ଆଲୋଚନା ହୋଇଛି। 

ସ୍ଥାୟୀ ମହାସାଗର ପରିଚାଳନା ଉପରେ ବିଶେଷ ଧ୍ୟାନ ପ୍ରଦାନ କରି ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀ ନୋର୍ଡିକ୍ କମ୍ପାନୀଗୁଡ଼ିକୁ ବିଶେଷ ଭାବରେ ଭାରତର ସାଗରମାଳା ପ୍ରକଳ୍ପ ସମେତ ଜଳ ସମ୍ପର୍କିତ (ବ୍ଲୁ ଇକୋନୋମି) ଅର୍ଥବ୍ୟବସ୍ଥା କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି। 

 

ଆର୍କଟିକ୍ କ୍ଷେତ୍ରରେ ନୋର୍ଡିକ୍ କ୍ଷେତ୍ର ସହିତ ଭାରତର ସହଯୋଗ ଉପରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଆର୍କଟିକ୍ ନୀତି, ଆର୍କଟିକ୍ କ୍ଷେତ୍ରରେ ଭାରତ-ନୋର୍ଡିକ୍ ସହଯୋଗର ସଂପ୍ରସାରଣ ପାଇଁ ଏକ ଉତ୍ତମ ରୂପରେଖ ପ୍ରସ୍ତୁତ କରିବ। 

ପ୍ରଧାନମନ୍ତ୍ରୀ ନୋର୍ଡିକ ଦେଶର ସୋଭରେନ ୱେଲଥ ଫଣ୍ଡକୁ ଭାରତରେ ନିବେଶ ପାଇଁ ଆମନ୍ତ୍ରିତ କରିଛନ୍ତି। 

କ୍ଷେତ୍ରୀୟ ଏବଂ ବିଶ୍ବ ଘଟଣାକ୍ରମରେ ମଧ୍ୟ ଆଲୋଚନା ହୋଇଛି। 

ଶିଖର ସମ୍ମିଳନୀ ପରେ ଏକ ସଂଯୁକ୍ତ ବକ୍ତବ୍ୟର ଗ୍ରହଣ କରାଯାଇଛି, ଯାହାକୁ ଏଠାରେ ଦେଖା ଯାଇପାରିବ। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report

Media Coverage

Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional