ସେୟାର
 
Comments
ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ
ଆମେ ବୁଦ୍ଧଙ୍କ ମାର୍ଗରେ ଯାଇ ସବୁଠୁ କଠିନ ଆହ୍ୱାନର ମଧ୍ୟ କିଭଳି ସାମ୍ନାକୁ କରିପାରିବା, ତାହା ଭାରତ କରିଦେଖାଇଛି: ପ୍ରଧାନମନ୍ତ୍ରୀ
ସଂକଟ ସମୟରେ ସାରା ବିଶ୍ୱ ତାଙ୍କ ବାଣୀଗୁଡ଼ିକରେ ଥିବା ଶକ୍ତିର ଅନୁଭବ କରିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି କରୋନା ମହାମାରୀର ସଂକଟପୂର୍ଣ୍ଣ ସମୟରେ ଭଗବାନ ବୁଦ୍ଧଙ୍କର ବେଶ୍ ପ୍ରାସଙ୍ଗିକତା ରହିଛି । ଆମେ ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ସବୁଠୁ କଠିନ ଆହ୍ୱାନର ମଧ୍ୟ ସାମ୍ନା କରିପାରିବା ବୋଲି ଭାରତ ତାହା ଦେଖାଇ ଦେଇଛି । ବୁଦ୍ଧଙ୍କ ଶିକ୍ଷାକୁ ପାଥେୟ କରି ସମଗ୍ର ବିଶ୍ୱ ମିଳିମିଶି ଆଗକୁ ବଢୁଛି । ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ‘ପ୍ରାର୍ଥନା ସହ ଯତ୍ନ’ ପଦକ୍ଷେପ ବେଶ୍ ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ମନ ଓ ବାଣୀ ମଧ୍ୟରେ ସାମଞ୍ଜସ୍ୟ ଏବଂ ଆମର କର୍ମ ଓ ପ୍ରୟାସ ମଧ୍ୟରେ ସଂକଳ୍ପ ଆମକୁ ଦୁଃଖରୁ ଦୂର କରି ପ୍ରସନ୍ନତା ଅଭିମୁଖେ ନେଇଯିବାକୁ ମାର୍ଗଦର୍ଶନ କରିପାରିବ । ଏହା ଆମକୁ ଭଲ ସମୟରେ ଜନ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ ଓ ଆମକୁ ପ୍ରତିକୂଳ ସମୟର ସାମ୍ନା ପାଇଁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ବୁଦ୍ଧ ଆମକୁ ଏହି ସଦଭାବ ହାସଲ ପାଇଁ ଆଠଟି ମାର୍ଗ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ତ୍ୟାଗ ଓ ସହନଶୀଳତା ନିଅାଁରେ ଜଳି ବୁଦ୍ଧ ଯେତେବେଳେ କହିଥାନ୍ତି, ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ସମଗ୍ର ଧମ୍ମଚକ୍ରର ପ୍ରାରମ୍ଭ ହୋଇଥାଏ ଏବଂ ତାଙ୍କଠାରୁ ପ୍ରବାହିତ ଜ୍ଞାନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ହୋଇପଡ଼େ । ସେହି କାରଣରୁ ଆଜି ସାରା ବିଶ୍ୱରେ ତାଙ୍କର ଅନୁଗାମୀ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

‘ଧମ୍ମ ପଦ’ର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଶତ୍ରୁତା ଦ୍ୱାରା ଶତ୍ରୁତା ସମାପ୍ତ ହୋଇ ନ ଥାଏ । ବରଂ, ଶତ୍ରୁତାକୁ ପ୍ରେମ ଓ ବିଶାଳ ହୃଦୟ ଦ୍ୱାରା ଶାନ୍ତ କରାଯାଇ ପାରିବ । ସଂକଟ ସମୟରେ ପ୍ରେମ ଓ ସଦଭାବର ଏହି ଶକ୍ତିକୁ ଅନୁଭବ କରିଛି ବିଶ୍ୱ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନର ଅନ୍ତିମରେ କହିଛନ୍ତି, ବୁଦ୍ଧଙ୍କ ଏହି ଜ୍ଞାନ ଦ୍ୱାରା ମାନବତାର ଏହି ଅନୁଭବ ସମୃଦ୍ଧ ହେବାରେ ଲାଗିଛି, ଏବଂ ଏହାଦ୍ୱାରା ବିଶ୍ୱ ସଫଳତା ଏବଂ ସମୃଦ୍ଧିର ନୂଆ ଉଚ୍ଚତାକୁ ଛୁଇଁବ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PLI scheme for auto sector to re-energise incumbents, charge up new players

Media Coverage

PLI scheme for auto sector to re-energise incumbents, charge up new players
...

Nm on the go

Always be the first to hear from the PM. Get the App Now!
...
PM condoles demise of Akhara Parishad's President, Shri Narendra Giri
September 20, 2021
ସେୟାର
 
Comments

The Prime Minister, Shri Narendra Modi has expressed deep grief over the demise of Shri Narendra Giri, the President of Akhara Parishad.

In a tweet, the Prime Minister said;

"अखाड़ा परिषद के अध्यक्ष श्री नरेंद्र गिरि जी का देहावसान अत्यंत दुखद है। आध्यात्मिक परंपराओं के प्रति समर्पित रहते हुए उन्होंने संत समाज की अनेक धाराओं को एक साथ जोड़ने में बड़ी भूमिका निभाई। प्रभु उन्हें अपने श्री चरणों में स्थान दें। ॐ शांति!"