ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ୱେସାକ୍ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଦୀକ୍ଷାନ୍ତ ଅଭିଭାଷଣ ରଖିଛନ୍ତି। ପବିତ୍ର ମହାସଂଘର ସଦସ୍ୟଗଣ, ନେପାଳ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ଏବଂ କିରେନ ରିଜିଜୁ, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାସଚିବ ପୂଜ୍ୟ ଡ. ଧମ୍ମପିୟ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ୱେସାକ୍ ହେଉଛି ଏପରି ଏକ ଦିବସ ଯାହା ଭଗବାନ ବୁଦ୍ଧଙ୍କ ଜୀବନୀ ଏବଂ ଆମ ପୃଥିବୀର କଲ୍ୟାଣ ପାଇଁ ତାଙ୍କ ଉଚ୍ଚ ଆଦର୍ଶ ଓ ବଳିଦାନକୁ ସ୍ମରଣ କରିବାର ଅବସର। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଗତବର୍ଷର ୱେସାକ୍ କାର୍ଯ୍ୟକ୍ରମକୁ ସେ କୋଭିଡ-19 ମହାମାରୀ ବିରୋଧୀ ଲଢ଼େଇରେ ମାନବତାର ନେତୃତ୍ୱ ନେଉଥିବା ସମସ୍ତ ଅଗ୍ରଣୀ ଯୋଦ୍ଧାମାନଙ୍କୁ ସମର୍ପିତ କରିଥିଲେ। ଏହାର ଗୋଟିଏ ବର୍ଷ ପରେ, କୋଭିଡ-19 ମହାମାରୀ ଆମକୁ ଛାଡ଼ି ଯାଇନାହିଁ ଏବଂ ଭାରତ ସମେତ, ଅନେକ ରାଷ୍ଟ୍ରରେ ବର୍ତ୍ତମାନ ଏକ ଦ୍ଵିତୀୟ ଲହରୀର ପ୍ରଭାବ ପଡ଼ିଛି। ସେ ମତ ଦେଇଥିଲେ ଯେ ଜୀବନକାଳରେ ଥରେ ଆସୁଥିବା ଏପରି ମହାମାରୀ ଅଧିକାଂଶ ଲୋକଙ୍କ ଘରକୁ ଦୁଃଖ ଓ ସଂଘର୍ଷ ଡାକି ଆଣିଛି ଏବଂ ପ୍ରତ୍ୟେକ ରାଷ୍ଟ୍ରକୁ ପ୍ରଭାବିତ କରିଛି। ସେ କହିଥିଲେ ଯେ ମହାମାରୀ ଉପରେ ଆର୍ଥିକ ପ୍ରଭାବ ବ୍ୟାପକ ଭାବେ ପଡ଼ିଛି ଏବଂ ଆମର ଗ୍ରହ କୋଭିଡ-19 ପରେ ସମାନ ହୋଇ ରହିବ ନାହିଁ। ସେ କହିଥିଲେ ଯେ ଗତବର୍ଷ ହେବା କେତେକ ଉଲ୍ଲେଖନୀୟ ସୁଧାର ଆସିଛି, ଯେପରିକି ମହାମାରୀକୁ ଭଲ ଭାବେ ବୁଝିବାରେ ସଫଳତା ମିଳିପାରିଛି, ଯାହା ଆମର ଲଢ଼େଇ ଲାଗି ଆମର ସାମର୍ଥ୍ୟକୁ ବଢ଼ାଇପାରିଛି ଏବଂ ଆମେ ଏକ ଟିକା ପାଇପାରିଛୁ। ଏହା ଜୀବନ ରକ୍ଷା କରିବା ଓ ମହାମାରୀକୁ ପରାସ୍ତ କରିବା ପାଇଁ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ କୋଭିଡ-19 ଟିକା ବିକଶିତ କରିଥିବାରୁ ସେ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହା ମଣିଷମାନଙ୍କର ତପସ୍ୟା ଓ ସମର୍ପଣକୁ ପ୍ରଦର୍ଶିତ କରୁଛି। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ଜୀବନରେ ଚାରିଟି ଦୃଶ୍ୟ ତାଙ୍କୁ ମନୁଷ୍ୟଙ୍କ ଯନ୍ତ୍ରଣା ଦୂର କରିବା କରିବା ଲାଗି ନିଜ ଜୀବନକୁ ସମର୍ପିତ ଦେବା ନିମନ୍ତେ ଅନୁପ୍ରାଣିତ କରିଥିଲା। ସେ କହିଥିଲେ ଯେ ଗତବର୍ଷ, ବହୁ ବ୍ୟକ୍ତିବିଶେଷ ଏବଂ ସଂଗଠନ ପରିସ୍ଥିତିର ଆହ୍ବାନକୁ ସ୍ବୀକାର କରି ମାନବ ସମାଜର ସଂଘର୍ଷକୁ ହ୍ରାସ କରିବା ଲାଗି ସବୁକିଛି କରିବା ଲାଗି ଆଗେଇ ଆସିଥିଲେ। ବୌଦ୍ଧ ସଂଗଠନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ବାରା ବିଭିନ୍ନ ସରଞ୍ଜାମ ଓ ସାମଗ୍ରୀ ଦାତବ୍ୟ ସଂସ୍ଥା ମାଧ୍ୟମରେ ଯୋଗାଇ ଦିଆଯାଇଥିଲା। ସେ କହିଥିଲେ ଯେ ଏହି କାର୍ଯ୍ୟ ଭଗବାନ ବୁଦ୍ଧଙ୍କ ବାଣୀ ଭବତୁ ସବ୍ବ ମଙ୍ଗଲମ (ସମସ୍ତଙ୍କୁ ଆଶୀର୍ବାଦ, କରୁଣା ଓ କଲ୍ୟାଣ) ଅନୁରୂପ ଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମୁକାବିଲା କରିବା ସମୟରେ, ଜଳବାୟୁ ପରିବର୍ତ୍ତନ ଭଳି ମାନବ ସମାଜ ଭୋଗୁଥିବା ଅନ୍ୟ ସମସ୍ୟାଗୁଡ଼ିକୁ ଅଣଦେଖା କରାଯିବା ଅନୁଚିତ୍। ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ପିଢ଼ିର ବେପରୁଆ ଜୀବନଶୈଳୀ ଭବିଷ୍ୟତ ପିଢ଼ି ପାଇଁ ବିପଦ ସୃଷ୍ଟି କରିଛି। ତେଣୁ ଆମ ପୃଥିବୀକୁ କ୍ଷତାକ୍ତ ହେବାକୁ ନଦେବା ଲାଗି ସଂକଳ୍ପ ନେବା ନିମନ୍ତେ ସେ ଆହ୍ବାନ କରିଥିଲେ। ସେ ସ୍ମରଣ କରାଇ ଦେଇଥିଲେ ଯେ ଭଗବାନ ବୁଦ୍ଧ ଏପରି ଏକ ଜୀବନଶୈଳୀ ଉପରେ ଜୋର ଦେଉଥିଲେ ଯେଉଁଠି ପ୍ରକୃତି ମାତାଙ୍କ ପ୍ରତି ସମ୍ମାନ ସର୍ବୋପରି ଥିଲା। ସେ ଘୋଷଣା କରିଥିଲେ ଯେ ପ୍ୟାରିସ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବା ଅଳ୍ପ କେତେକ ବୃହତ ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତ ଅନ୍ୟତମ। ସେ କହିଥିଲେ ଭାରତ ପାଇଁ, ଦୀର୍ଘସ୍ଥାୟୀ ଜୀବନଧାରଣ ଏକ ସଠିକ ବାକ୍ୟ ନୁହେଁ ବରଂ ସଠିକ୍ କାର୍ଯ୍ୟ ମଧ୍ୟ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ ଗୌତମ ବୁଦ୍ଧଙ୍କ ଜୀବନ ଶାନ୍ତି, ଭାଇଚାରା ଓ ସହାବସ୍ଥାନ ସହ ଜଡ଼ିତ ଥିଲା। କିନ୍ତୁ ଆଜି, ଏପରି କେତେକ ଶକ୍ତି ଅଛନ୍ତି ଯେଉଁମାନଙ୍କର ସ୍ଥିତି ଘୃଣା, ଆତଙ୍କବାଦ ଏବଂ ଅବିବେକୀତାପୂର୍ଣ୍ଣ ହିଂସା ସହ ଜଡ଼ିତ। ଏପରି ଶକ୍ତିମାନେ ଉଦାରବାଦୀ ଗଣତାନ୍ତ୍ରିକ ହିଂସାରେ ବିଶ୍ବାସ କରନ୍ତି ନାହିଁ। ତେଣୁ ମାନବତାରେ ବିଶ୍ବାସ କରୁଥିବା ଲୋକମାନେ ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଲାଗି ସେ ଆହ୍ବାନ କରିଥିଲେ। ସେ କହିଥିଲେ, ଭଗବାନ ବୁଦ୍ଧଙ୍କ ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରତି ଗୁରୁତ୍ୱାରୋପ କରାଯିବା ଦ୍ୱାରା ବିଶ୍ଵସ୍ତରରେ ଏକ ମିଳିତ ଶକ୍ତି ଭାବେ ଉଭା ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ସମଗ୍ର ଜଗତ ପାଇଁ ଭଗବାନ ବୁଦ୍ଧ ଜ୍ଞାନର ଏକ ଭଣ୍ଡାର। ତାଙ୍କ ଠାରୁ ଆମେ ସମସ୍ତେ ବିଭିନ୍ନ ସମୟରେ କରୁଣା, ଜାଗତିକ ଉତ୍ତରଦାୟିତ୍ୱ ଏବଂ କଲ୍ୟାଣର ଆଲୋକ ପ୍ରାପ୍ତ କରିଥାଉ। ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ, “ବାହ୍ୟ ଆବରଣକୁ ଅଣଦେଖା କରି ସତ୍ୟ ଓ ପ୍ରେମର ବିଜୟ ଉପରେ ବିଶ୍ଵାସ କରିବାକୁ ଶିକ୍ଷା ଦେଇଥିଲେ।” ଏହି ଅବସରରେ ଭାଗବାନ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ।

ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ବିପତ୍ତିର ସାମ୍ନା କରୁଥିବା ଲୋକମାନେ, ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଏବଂ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁମାନେ ପ୍ରତ୍ୟେକ ଦିନ ସମସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ନିଜକୁ ବିପଦରେ ପକାଉଛନ୍ତି। ସେ ପୀଡ଼ିତ ଓ ନିଜର ପ୍ରିୟଜନମାନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi