ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଇସ୍ରାଏଲ ରାଷ୍ଟ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଆଇଜାକ୍ ହର୍ଜୋଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।

ଏହି କ୍ଷେତ୍ରରେ ଲାଗି ରହିଥିବା ଇସ୍ରାଏଲ - ହମାସ୍ ଯୁଦ୍ଧ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ । ଅକ୍ଟୋବର ୭ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ବନ୍ଧକ ଥିବା ଲୋକମାନଙ୍କର ମୁକ୍ତିକୁ ସ୍ୱାଗତ କରିଥିଲେ ।

ପ୍ରଭାବିତ ଲୋକମାନଙ୍କ ପାଇଁ ମାନବିକ ସହାୟତା ନିରନ୍ତର ଏବଂ ସୁରକ୍ଷିତ ଭାବେ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଆଲୋଚନା ଓ କୂଟନୀତି ମାଧ୍ୟମରେ ଇସ୍ରାଏଲ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଭାରତର ସମର୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ରାଷ୍ଟ୍ରପତି ହର୍ଜୋଗ ଭାରତର ଜି - ୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ - ମଧ୍ୟ ପୂର୍ବ - ୟୁରୋପ ଅର୍ଥନୈତିକ କରିଡରର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride