ପ୍ରଧାନମନ୍ତ୍ରୀ ବାରଣାସୀରେ୧୯,୧୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ
ଲଗାତର ଦୁଇଦିନ ଧରି ପ୍ରଧାନମନ୍ତ୍ରୀ ବାରଣାସୀରେ ବିକଶିତ ଭାରତ ଓ ସଂକଳ୍ପ ଯାତ୍ରାରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ସ୍ୱରଭେଦ ମହାମନ୍ଦିରର କରିବେ ଉଦ୍ଘାଟନ
ପ୍ରଧାନମନ୍ତ୍ରୀ ମଧ୍ୟ କାଶୀ-ତାମିଲ ସଙ୍ଗମ-୨୦୨୩କୁ ଉଦ୍ଘାଟନ କରିବେ
ପ୍ରଧାନମନ୍ତ୍ରୀ ବାରଣାସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ କରାଇବେ ଯାତ୍ରାରମ୍ଭ
ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ ସଂଯୁକ୍ତ ପର୍ଯ୍ୟଟନ ପାସ ପଦ୍ଧତି
ପ୍ରଧାନମନ୍ତ୍ରୀ ସୁରତ ବିମାନ ବନ୍ଦରରେ ନୂତନ ସମନ୍ୱିତ ରହଣୀସ୍ଥଳ ଭବନର କରିବେ ଉଦ୍ଘାଟନ
ପ୍ରଧାନମନ୍ତ୍ରୀ ସୁରତର ହୀରା ଏକ୍ସଚେଞ୍ଚର ମଧ୍ୟ କରିବେ ଉଦ୍ଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖ ଦିନ ଗୁଜରାଟର ସୁରତ ଓ ଉତ୍ତର ପ୍ରଦେଶର ବାରଣାସୀ ଗସ୍ତରେ ଯିବେ । ୧୭ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ ସମନ୍ୱିତ ରହଣୀସ୍ଥଳ ଭବନର ଉଦ୍‌ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୪୫ମିନିଟ୍‌ରେ ଶ୍ରୀ ମୋଦୀ ସୁରତ ହୀରା ଏକ୍ସଚେଞ୍ଜକୁ ଉଦ୍‌ଘାଟନ କରିବେ । ତା’ ପରେ ସେ ବାରାଣାସୀ ଯାତ୍ରା କରି ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍‌ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗେ ଦେବେ । ପ୍ରାୟ ୫ଟା ୧୫ମିନିଟ୍‌ରେ ନମୋ ଘାଟଠାରେ ସେ କାଶୀ ମନ୍ଦିର ସଙ୍ଗମ-୨୦୨୩କୁ ଉଦ୍‌ଘାଟନ କରିବେ ।

ଡିସେମ୍ବର ୧୮ପୂର୍ବାହ୍ନ ପ୍ରାୟ ୧୦ଟା୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ସ୍ୱରଭେଦ ମନ୍ଦିର ପରିଦର୍ଶନ କରି ପ୍ରାୟ ସାଢେ ଦିନ ଏଗାରଟା ବେଳକୁ ଏହାର ଉଦ୍‌ଘାଟନ ଏକ ସାଧାରଣ ସଭା ଅବସରରେ କରିବେ । ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । ପରେ ପରେ ଏକ ସାଧାରଣ ସମାରୋହରେ ପ୍ରଧାନମନ୍ତ୍ରୀ କେତେକ ବହୁମୁଖୀ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଭାଗ ନେବେ । ତା’ ପରେ ପ୍ରାୟ ୨ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ୧୯, ୧୫୦କୋଟି ଟଙ୍କାର ଶିଳାନ୍ୟାସ ଓ ବହୁମୁଖୀ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବେ ।

ସୁରତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସୁରତରେ ନୂତନ ସମନ୍ୱିତ ରହଣୀସ୍ଥଳ ଭବନର ଉଦ୍‌ଘାଟନ  ସୁରତ ବିମାନ ବନ୍ଦରଠାରେ କରିବେ। ଏହି ରହଣୀସ୍ଥଳ ଭବନ ୧୨ଶହ ଘରୋଇ ଯାତ୍ରୀ ଓ ୬୦୦ ଆନ୍ତର୍ଜାତିକ ଯାତ୍ରୀଙ୍କୁ ଅତ୍ୟନ୍ତ  ବ୍ୟସ୍ତ ବହୁଳ ସମୟରେ ମଧ୍ୟ ବିମାନ ବନ୍ଦରରେ ଯାତାୟତ କରିପାରିବେ ।  ଏହା ଛଡା ବ୍ୟସ୍ତ ବହୁଳ ସମୟରେ ଆମେ ୬୦୦ ଆନ୍ତର୍ଜାତିକ ଯାତ୍ରୀଙ୍କ ଆଗମନ ଦେଖୁଥିବାବେଳେ ବ୍ୟବସ୍ଥା ବହୁ ସମୟରୁ ୩୦୦୦ ଯାତ୍ରୀଙ୍କ  ଆଗମନ ଓ ପ୍ରସ୍ଥାନ ପାଇଁ ଚେଷ୍ଟା କରାଯାଉଛି । ଏହା ଫଳରେ ଏହାର  ଯାତ୍ରୀ ଆଗମନ ସାମର୍ଥ୍ୟ ୫୫ଲକ୍ଷ ଯାତ୍ରୀଙ୍କୁ ଛୁଇଁବାର ଅନୁମାନ କରାଯାଉଛି । ରହଣିସ୍ଥଳ ଭବନ ସୁରତ ନଗରୀର ପ୍ରବେଶ ଦ୍ୱାରା ହୋଇଥିବାେଳେ, ଏହାର ସ୍ଥାନୀୟ ସଂସ୍କୃତିକୁ ଆଧାର କରି ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ଉନ୍ନିତକରଣ ପ୍ରତୀକ୍ଷା ଗୃହ ଯାତ୍ରୀମାନଙ୍କ ଅଭିଜ୍ଞତାକୁ ସମୃଦ୍ଧ କରିବା ସହ ରଣ୍ଡେର ଅଞ୍ଚଳର ପ୍ରାଚୀନ ଗୃହ ଗୁଡିକର କାଠ ଖୋଦେଇ କାର୍ଯ୍ୟ ସହ ଦର୍ଶକଙ୍କୁ ପରିଚିତ କରାଇବ ।

ବିମାନ ବନ୍ଦରର ନୂତନ ରହଣୀସ୍ଥଳ ଭବନର ଏଜଓଐଇ ଓଠ ନମନୀୟତା ବିଭିନ୍ନ, ସ୍ଥାୟୀ ଓ ନିରନ୍ତର ବୈଶିଷ୍ଟ୍ୟ ଦୃଷ୍ଟିରୁ ବେଶ୍ ଆକର୍ଷଣୀୟ । ଏଥିରେ ଡବଲ ବିଦ୍ୟୁତ ନିିରୋଧୀ ଛାତ ବ୍ୟବସ୍ଥା, ଶକ୍ତି ସଂଚୟ ପାଇଁ ଚାନ୍ଦୁଆ, ଲୋହିଟ୍ ଗେନ ଡବଲ ଗ୍ଲେଜିଂ ୟୁନିଟ୍‌, ଜଳ ଅମଳ ବ୍ୟବସ୍ଥା, ଜଳ ବିଶୋଧନ ପ୍ଲାଣ୍ଟ, ଆବର୍ଜନା ପରିଚାଳନା ପ୍ଲାଣ୍ଟ ଓ ସୌରଶକ୍ତି ପ୍ଲାଣ୍ଟ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ସୁରତ ହୀରା ଏକ୍ସଚେଞ୍ଜକୁ ଉଦ୍‌ଘାଟନ କରିବେ । ଆନ୍ତର୍ଜାତିକ ହୀରା ଓ ଅଳଙ୍କାର  ବ୍ୟବସାୟର ଏହା ବିଶ୍ୱର ବୃହତ୍ତମ ଓ ଆଧୁନିକ କେନ୍ଦ୍ର ହେବ । ଏହା ଉଭୟ ଖଦଡ ଓ ପଲିସ ହୀରା ଓ ଅଳଙ୍କାରର ବୈଶ୍ୱିକ ବାଣିଜ୍ୟ କେନ୍ଦ୍ର ହେବ । ଏକ୍ସଚେଞ୍ଜରେ ଅତ୍ୟାଧୁନିକ  ‘କଷ୍ଟମ କ୍ଲିୟରିଂ  ହାଉସ’ ଆମଦାନୀ ଓ ରପ୍ତାନୀ ନିମନ୍ତେ ରହିବ । ଏଥିରେ ଥିବା ଅଳଙ୍କାର ମଲ୍ ପାଇକାରୀ ଅଳଙ୍କାର ବ୍ୟବସାୟରେ ସହାୟକ ହେବା ସହ ଏଥିରେ ଆନ୍ତର୍ଜାତିକ ବ୍ୟାଙ୍କିଂ ଓ ନିରାପଦ ଭଲ୍ଟର ମଧ୍ୟ ବ୍ୟବସ୍ଥା ରହିବ ।

 

 

 

 

 ବାରାଣାସୀରେ ପ୍ରଧାନମନ୍ତ୍ରୀ

ଡିସେମ୍ବର ୧୭ତାରିଖ ଦିନ ପ୍ରଧାନମନ୍ତ୍ରୀ ବାରାଣାସୀର କଟିଂ ସ୍ମାରକୀ ବିଦ୍ୟାଳୟଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ, ପିଏମ୍ ସ୍ୱନିଧି, ପିଏମ ଉଜ୍ଜ୍ୱଳା ଭଳି କେତେକ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିବେ ।

ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଏକ ଭାରତ ଶ୍ରେଷ୍ଠ ଭାରତ ଅନୁସାରେ ପ୍ରଧାନମନ୍ତ୍ରୀ ନମୋ ଘାଟଠାରେ କାଶୀ-ତାମିଲ ସଙ୍ଗମମ୍ ୨୦୨୩କୁ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ-ବାରାଣାସୀ ତାମିଲ ସଙ୍ଗମମ୍ ଟ୍ରେନର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ ।

ଡିସେମ୍ବର ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ବାରାଣାସୀର ଉମରାହା ଠାରେ ନବନିର୍ମିତ ସ୍ୱରଭେଦ ମହାମନ୍ଦିର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ମହାମନ୍ଦିରରେ ଭକ୍ତମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । 

ପରେ ପରେ ଶ୍ରୀ ମୋଦୀ ତାଙ୍କର ନିର୍ବାଚନ ମଣ୍ଡଳୀର ଏକ ଗ୍ରାମୀଣ ଅଞ୍ଚଳ ସେବାପୁରୀଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । କାଶୀ ସଂସଦ ଖେଳ ପ୍ରତିଯୋଗିତା ୨୦୨୩ର କେତେକ ଖେଳ ମଧ୍ୟ ଦେଖିବେ । ପରେ ସେ ବିଜେତାମାନଙ୍କ ସହ ମତ ବିନିମୟ କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବେ ।

ଗତ ନଅବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣାସୀର ଦୃଶ୍ୟପଟର ପରିବର୍ତ୍ତନ ସହ ସେଠାକାର ବାସିନ୍ଦାମାନଙ୍କ ଜୀବନମାନର ଉନ୍ନତି ନେଇ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି । ଏ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ୧୯,୧୫୦କୋଟି ଟଙ୍କାର କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନୂତନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ନଗର ନ୍ୟୁ ବାହୁପୁର ଉତ୍ସର୍ଗୀକୃତ ମାଲବାହୀ କରିଡର ପ୍ରକଳ୍ପର ଉଦ୍‌ଘାଟନ  କରିବେ । ପ୍ରାୟ ୧୦, ୯୦୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଏହାଛଡା ବାଲିଆ-ଗାଜିପୁର ସିଟି ରେଳପଥ ଦୋହରୀକରଣ ପ୍ରକଳ୍ପ, ଇନ୍ଦ୍ର-ଦୋହାରୀଘାଟ ରେଳପଥ ପ୍ରଶସ୍ତିକରଣ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ବାରାଣାସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ  ଟ୍ରେନ, ଦୋହରୀଘାଟ-ମାଉ ମେମୁ ଟ୍ରେନ ଓ ଆଉ କେତେକ ମାଲବାହୀ ଟ୍ରେନକୁ ମାଲ ପରିବହନ କରିଡର ଠାରେ ପତାକା ଦେଖାଇ ଚଳାଚଳ ଆରମ୍ଭ କରାଇବେ । ବନାରସ ଲୋକୋମୋଟିଭ ୱାକ୍ସ ଦ୍ୱାରା ନିର୍ମିତ ୧୦ହଜାର ତମ ଲୋକୋମୋଟିଭକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ଶିବପୁରୀ-ଫୁଲୱାରିଆ-ଲହରତାରା ରାସ୍ତା ଦୁଇଟି ଆରଓବି ସହ ଉଦ୍‌ଘାଟନ କରିବେ । ଏହା ୩୭୦କୋଟିରୁ ଅଧିକ ଅର୍ଥରେ ନିର୍ମିତ ହୋଇଛି । ବାରାଣାସୀ ନଗରୀର ଦକ୍ଷିଣ ପାଶ୍ୱର୍ ସହ ଏହା ଯାନବାହନ ଚଳାଚଳରେ ସୁଗମ ହେବ ଓ ଦର୍ଶକଙ୍କ ସୁବିଧା ହେବ । ଏହା ଛଡା  ୨୦ଟି ସଡକକୁ ପ୍ରଶସ୍ତ କରୁଥିବାର ପ୍ରକଳ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ । ଏହାଛଡା କୈଥୀ ଗ୍ରାମରେ ଥିବା ସଙ୍ଗମ ଘାଟ ସଡକ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍‌ପିଟାଲର ଆବାସିକ ଭବନ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ।

ଅତିରିକ୍ତଭାବେ ପୁଲିସ କର୍ମଚାରୀଙ୍କ ଆବାସିକ ସମସ୍ୟା ଦୃଷ୍ଟିରୁ ପୁଲିସ ଲାଇନ ଓ ପିଏସି -ଭୁଲାନପୁରୋ ଦୁଇଟି ୨୦୦ ଓ ୧୫୦ଶଯ୍ୟା ବିଶିଷ୍ଟ ବାରାକ, ନଅଟି ସ୍ଥାନରେ ବସ୍ ରହଣୀ ସ୍ଥାନ ଓ ଅଲାଇପୁରରେ ୧୩୨ କେଡବ୍ଲୁ ସବ୍‌ଷ୍ଟେସନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ।

ସ୍ମାର୍ଟ ସିଟି ମିଶନ ଅଧୀନରେ ସବିଶେଷ ପର୍ଯ୍ୟଟନ ସୂଚନା ଓ ଏକୀକୃତ ପର୍ଯ୍ୟଟକ ପାସ୍ ପଦ୍ଧତିକୁ ମଧ୍ୟ ଶ୍ରୀ ମୋଦୀ ଆରମ୍ଭ କରିବେ । ଏହା ଶ୍ରୀ କାଶୀ ବିଶ୍ୱନାଥ ଧାମ, ଗଙ୍ଗା ନୌବିହାର ଓ ସାରନାଥ ଆଲୋକ ଓ ଧ୍ୱନୀ ଶୋ’ ପାଇଁ ଏକକ ପ୍ଲାଟଫର୍ମ ବୁକିଂ ସମନ୍ୱିତ କ୍ୟୁଆର କୋଡ ସେବା ଦ୍ୱାରା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୬୫୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଅକ୍ଷୟ ଶକ୍ତି ସମ୍ପଦର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ଚିତ୍ରକୂଟ ଜିଲ୍ଲାରେ ୮୦୦ ମେଗାୱାଟ ବିଶିଷ୍ଟ ସୌର ଉଦ୍ୟାନର ଶିଳାନ୍ୟାସ କରିବେ । ଏହା ବାବଦ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ପେଟ୍ରୋଲିୟମ ଯୋଗାଣ ବୃଦ୍ଧି ପାଇଁ ସେ ମୀଜାପୁରଠାରେ ୧୦୫୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ବାରାଣାସୀ -ଭଦୋହୀ ଏନଏଚ-୭୩୭୧ବିର ପ୍ରଶସ୍ତିକରଣ, ୨୮୦କୋଟି ଟଙ୍କା ବ୍ୟୟରେ ଜଳଜୀବନ ମିଶନ ଅଧୀନରେ ୬୯ଟି ଗ୍ରାମୀଣ ପାନୀୟଜଳ ଯୋଜନା, ବିଏଚ୍‌ୟୁ ଟ୍ରମା କେନ୍ଦ୍ରରେ ୧୫୦ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଯତ୍ନ ୟୁନିଟ୍ ନିର୍ମାଣ, ଆଠଟି ଗଙ୍ଗାଘାଟର ପୁନର୍ବିନ୍ୟାସ ଓ ଦିବ୍ୟାଙ୍ଗ ଆବାସିକ ମାଧ୍ୟମିକ ବିଦ୍ୟାଳୟ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."