ଭାରତ-ଇଟାଲୀ ସମ୍ପର୍କ: ରଣନୈତିକ ଭାଗିଦାରୀ ସୁଦୃଢ କରିବାରେ ଉଭୟ ନେତା ଏକମତ
ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ଏବଂ ଶୀଘ୍ର ସମାଧାନ ଉପରେ ନେତାମାନଙ୍କ ମତ ବିନିମୟ
ଭାରତ- ଇୟୁ. ଏଫଟିଏ ର ଶୀଘ୍ର ସମାପ୍ତି ପାଇଁ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସମର୍ଥନ
ଆଇଏମ୍ଇଇସି ପଦକ୍ଷେପ ଅଧୀନରେ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବା ଲାଗି ଉଭୟ ନେତା ପ୍ରତିବଦ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଜର୍ଜିଆ ମେଲୋନିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ଉଭୟ ନେତା ନିବେଶ, ପ୍ରତିରକ୍ଷା, ସୁରକ୍ଷା, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ଲୋକ-ସମ୍ପର୍କ ଏବଂ ଆତଙ୍କବାଦବିରୋଧୀ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀର ଅଗ୍ରଗତିକୁ ସମୀକ୍ଷା କରି ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ। ମିଳିତ ରଣନୈତିକ କାର୍ଯ୍ୟଯୋଜନା ୨୦୨୫-୨୯ ଅନୁସାରେ, ଏହି ଭାଗିଦାରୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଉଭୟ ନେତା ତାଙ୍କର ସଙ୍କଳ୍ପ ଓ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ।

ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ୟୁକ୍ରେନରେ ଚାଲିଥିବା ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ସେମାନେ ସହମତ ହୋଇଥିଲେ। ଏହି ଦିଗରେ ପ୍ରୟାସ ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ମେଲୋନି, ଯଥାଶୀଘ୍ର ପାରସ୍ପରିକ ଲାଭପ୍ରଦ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାର ସମାପ୍ତି ଏବଂ ୨୦୨୬ ମସିହାରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମ୍ମିଳନୀର ସଫଳତା ପାଇଁ ଇଟାଲୀର ଦୃଢ଼ ସମର୍ଥନକୁ ଦୋହରାଇଥିଲେ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍ଇଇସି) ପଦକ୍ଷେପ ଅଧୀନରେ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବା ଲାଗି ପଦକ୍ଷେପ ନେବା ସକାଶେ ମଧ୍ୟ ନେତାମାନେ ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମେଲୋନି, ଭାରତ–ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାର ଯଥାଶୀଘ୍ର ଏବଂ ପାରସ୍ପରିକ ଲାଭପ୍ରଦ ସମାପ୍ତି ପାଇଁ ଇଟାଲୀର ଦୃଢ଼ ସମର୍ଥନକୁ ଦୋହରାଇଥିଲେ। ସେହିପରି, ୨୦୨୬ ମସିହାରେ ଭାରତରେ ଆୟୋଜିତ ହେବାକୁ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମ୍ମିଳନୀର ସଫଳତା ପାଇଁ ମଧ୍ୟ ଇଟାଲୀ ସମର୍ଥନ ଜଣାଇବା ସହ ଭାରତ–ମଧ୍ୟପ୍ରାଚ୍ୟ–ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍ଇଇସି) ପଦକ୍ଷେପ ଅଧୀନରେ ସଂଯୋଗୀକରଣକୁ ପ୍ରୋତ୍ସାହନ କରିବାକୁ ଉଭୟ ନେତା ସମ୍ମତି ପ୍ରକାଶ କରିଥିଲେ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

HS

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How AI & next-gen tech driving India’s MedTech growth

Media Coverage

How AI & next-gen tech driving India’s MedTech growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi