PM-CARES Fund to procurement 1,50,000 units of Oxycare System at a cost of Rs 322.5 Crore.
Comprehensive system developed by DRDO to regulate oxygen being administrated to patients based on the sensed values of their SpO2 levels.
DRDO has transferred the technology to multiple industries in India who will be producing the Oxycare Systems for use all across India.
Oxycare system reduces the work load and exposure of healthcare providers by eliminating the need of routine measurement and manual adjustments of Oxygen flow

ପିଏମ୍ କେୟାର୍ସ ପାଣ୍ଠିରୁ ୩୨୨.୫କୋଟି ଟଙ୍କା ୧, ୫୦, ୦୦୦ ଅକ୍ସିକେୟାର ସିଷ୍ଟମ ଆହରଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରୋଗୀମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ସ୍ତର ନିରୂପଣ ପାଇଁ ସ୍ୱୟଂକ୍ରିୟା ବିସ୍ତୁତ ବ୍ୟବସ୍ଥା  ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା କରାଯାଇଛି ।

ଏହି ପଦ୍ଧତି ଦୁଇଟି ଢାଞ୍ଚାଦ୍ୱାରା  ବିକଶିତ ହୋଇଛି । ମୌଳିକ ପଦ୍ଧତି ହେଉଛି ୧୦ଲିଟର ଅମ୍ଳଜାନ ସିଲିଣ୍ଡର ଗୋଟିଏ ପ୍ରେସର ରେଗୁଲେଟର ଓ ପରିବହନ ନିୟନ୍ତ୍ରକ, ଗୋଟିଏ ଆର୍ଦ୍ରତା ନିୟନ୍ତ୍ରକ ଓ ନାସା କାହାଳୀ । ଅମ୍ଳଜାନ ପରିମାଣ ଯାହା ଏହି ପଦ୍ଧତି ଜରିଆରେ ନିସୃତ ହେବ ତାହାକୁ ସ୍ୱାସ୍ଥ୍ୟକର୍ମଚାରୀମାନେ ଆଡଜଷ୍ଟ କରିବେ ଓ ଅମ୍ଳଜାନସ୍ତର ଏହି ପଦ୍ଧତି ଜରିଆରେ ନିୟନ୍ତ୍ରିତ ହେବାସହ ପ୍ରଦର୍ଶିତ ହେବ । ସ୍ୱଂୟକ୍ରିୟ ନିୟନ୍ତ୍ରଣ ଯୋଗୁଁ ମାନବ ସମ୍ବଳର ଉପଯୋଗ କମ୍ ହେବା ସହ ଆବଶ୍ୟକ ସ୍ଥଳେ ଟେଲି ପରାମର୍ଶ ହୋଇପାରିବ । ଏହି ସ୍ୱୟଂକ୍ରିୟା ପଦ୍ଧତି ଅଡିଓ  ଚେତାବନୀ ମଧ୍ୟ ଅମ୍ଳଜାନ କମ୍ ବେଶୀ ହେଲେ ଦେଇପାରିବ । ଏହି ଅକ୍ସିକେୟାର ପଦ୍ଧତି  ଘର, ସଙ୍ଗରୋଧ କେନ୍ଦ୍ର, କୋଭିଡ ସୁଧାର ଗୃହ ଓ ହସ୍‌ପିଟାଲରେ ବ୍ୟବହୃତ ହୋଇପାରିବ ।

ଏହି ଅକ୍ସିକେୟାର ପଦ୍ଧତିରେ ନନ୍‌ରିବ୍ରିଡର ମାସ୍କ (ଏନଆରଏମ୍‌) ସମନ୍ୱିତ ହୋଇ ରହୁଥିବାରୁ ଏଥିରେ ଶତକଡା ୩୦ରୁ ୪୦ଗୁଣ ଅମ୍ଳଜାନ ମଧ୍ୟ ବଞ୍ଚାଯାଇପାରିବ । ଡିଆରଡିଓ ମଧ୍ୟ ଏହି ଆକ୍ସିକେୟାର ବୈଷୟିକ ଜ୍ଞାନ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ମଧ୍ୟ ପ୍ରଦାନ କରିଛି ଯାହା ଫଳରେ ଦେଶବ୍ୟାପୀ ସେମାନେ ମଧ୍ୟ ଏହି ପଦ୍ଧତିର ବିକାଶ କରିପାରିବେ ।

ବର୍ତ୍ତମାନର ମେଡିକାଲ ମାର୍ଗଦର୍ଶିକା ପ୍ରତ୍ୟେକ ସଙ୍କଟାପନ୍ନ ଓ ଅତ୍ୟଧିକ ସଂକ୍ରମିତ କୋଭିଡ ରୋଗୀଙ୍କ ପାଇଁ ଅମ୍ଳଜାନ ବ୍ୟବହାର ସୁପାରିଶ କରିଛି । ବର୍ତ୍ତମାନର ଅମ୍ଳଜାନ ଉତ୍ପାଦନ ପରିବହନ ଏବଂ ଭଣ୍ଡାରଣ ବିଷୟ ବିଚାରକୁ ନେଲେ ଅମ୍ଳଜାନ ସିଲିଣ୍ଡର ସବୁଠାରୁ ଉପଯୋଗୀ । ବର୍ତ୍ତମାନ ଅଧିକରୁ ଅଧିକ କୋଭିଡ ମହାମାରୀରେ ସଂକ୍ରମିତ ହେଉଥିବା ଦୃଷ୍ଟିରୁ ଗୋଟିଏ ପଦ୍ଧତି ଦ୍ୱାରା ଅମ୍ଳଜାନର ଉପଯୋଗ ଠିକ୍ ନୁହେଁ । ଏହାର ମୁଖ୍ୟ କାରଣ ହେଉଛି  ଅଧିକାଂଶ  ଉତ୍ପାଦନକାରୀ  ସେମାନଙ୍କ ସର୍ବାଧିକ ସାମର୍ଥ୍ୟ ଉପଯୋଗ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏକାଧିକ ପଦ୍ଧତି ପରିସ୍ଥିତିକୁ ସୁଧାରିବାରେ ବେଶ ସହାୟକ ହେବ । ବର୍ତ୍ତମାନ କାର୍ବନ -ମାଙ୍ଗାନିଜ ସିଲିଣ୍ଡର  ସଂଖ୍ୟା ସୀମିତ ଥିବାରୁ ଡିଆରଡିଓ ହାଲୁକା ବସ୍ତୁ ତିଆରି  ଓ ସହଜ ପରିବହନକ୍ଷମ ସିଲିଣ୍ଡର ପାଇଁ ପ୍ରସ୍ତାବ ମଧ୍ୟ ଦେଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Political stability helped India seal major trade deals: PM Narendra Modi

Media Coverage

Political stability helped India seal major trade deals: PM Narendra Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets the former President of India
February 16, 2026

Prime Minister Shri Narendra Modi met the former President Shri Ram Nath Kovind Ji today.

In a post on X, Shri Modi wrote:

“Wonderful meeting former President Shri Ram Nath Kovind Ji. His insights on various subjects are always thoughtful and enriching.”