ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ମଇ ୧୬, ୨୦୨୨ ରେ ସରକାରୀ ଗସ୍ତରେ ନେପାଳର ଲୁମ୍ବିନି ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଭାବରେ ଏହା ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପଞ୍ଚମ ନେପାଳ ଗସ୍ତ ଏବଂ ପ୍ରଥମ ଲୁମ୍ବିନି ଗସ୍ତ ଥିଲା ।

ପ୍ରଧାନମନ୍ତ୍ରୀ ଦେଓବା, ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ ରାଣା ଦେଓବା, ଗୃହମନ୍ତ୍ରୀ ଶ୍ରୀ ବାଲ କୃଷ୍ଣ ଖଣ୍ଡ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ନାରାୟଣ ଖାଡକା, ଭିତ୍ତିଭୂମି ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ରେନୁ କୁମାରୀ ଯାଦବ, ଶକ୍ତି, ଜଳ ସମ୍ପଦ ଏବଂ ଜଳସେଚନ ମନ୍ତ୍ରୀ ଶ୍ରୀମତୀ ପାମ୍ଫା ଭୁସାଲ, ସଂସ୍କୃତି, ବେସାମରିକ ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରେମ ବାହାଦୁର ଆଲେ, ଶିକ୍ଷା ମନ୍ତ୍ରୀ ଦେବେନ୍ଦ୍ର ପାଉଦେଲ, ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଗୋବିନ୍ଦ ପ୍ରସାଦ ଶର୍ମା, ଏବଂ ଲୁମ୍ବିନି ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ କୁଲ ପ୍ରସାଦ କେ.ସିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ସେଠାରେ ପହଞ୍ଚିବା ପରେ ଉଭୟ ପ୍ରଧାନମନ୍ତ୍ରୀ ମାୟାଦେବୀ ମନ୍ଦିର ପରିଦର୍ଶନ କରିଥିଲେ, ଯେଉଁଠାରେ ପ୍ରଭୁ ବୁଦ୍ଧଙ୍କ ଜନ୍ମସ୍ଥାନ ରହିଛି । ମନ୍ଦିରରେ ପ୍ରଧାନମନ୍ତ୍ରୀମାନେ ବୌଦ୍ଧ ରୀତିନୀତି ଅନୁଯାୟୀ କରାଯାଇଥିବା ପ୍ରାର୍ଥନାରେ ଯୋଗଦେଇ ନୈବେଦ୍ୟ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଦୀପ ଜାଳି ଐତିହାସିକ ଅଶୋକା ସ୍ତମ୍ଭ ପରିଦର୍ଶନ କରିଥିଲେ, ଯାହାକି ଲୁମ୍ବିନୀଙ୍କ ପ୍ରଭୁ ବୁଦ୍ଧଙ୍କ ଜନ୍ମସ୍ଥାନ ହେବାର ପ୍ରଥମ ଖୋଦିତ ଲିପି ପ୍ରମାଣ ବହନ କରିଥାଏ । ସେମାନେ ୨୦୧୪ ରେ ନେପାଳ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉପହାର ସ୍ୱରୂପ ଆଣିଥିବା ପବିତ୍ର ବୋଧି ଗଛରେ ମଧ୍ୟ ଜଳ ଦେଇଥିଲେ ।

ନୂଆଦିଲ୍ଲୀରେ ଅବସ୍ଥିତ ଆନ୍ତର୍ଜାତୀୟ ବୌଦ ମମ୍ମେଳନ (ଆଇବିସି) ର ଲୁମ୍ବିନୀରେ ଏକ ସ୍ଥାନରେ ଭାରତ ଆନ୍ତର୍ଜାତୀୟ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ର ର୍ନିମାଣ ପାଇଁ ପ୍ରଧାନମନ୍ତ୍ରୀ ଦେଓବାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ ସମାରୋହରେ ଅଂଶଗ୍ରହଣ କରିଥିଲେ । ନଭେମ୍ବର ୨୦୨୧ ରେ ଏହି ସ୍ଥାନଟି ଲୁମ୍ବିନି ବିକାଶ ଟ୍ରଷ୍ଟ ଦ୍ୱାରା ଆଇବିସିକୁ ଆବଣ୍ଟିତ ହୋଇଥିଲା । ଶିଳାନ୍ୟାସ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ମଧ୍ୟ ବୌଦ୍ଧ କେନ୍ଦ୍ର ମଡେଲର ଅନାବରଣ କରିଥିଲେ ଯେଉଁଥିରେ ପ୍ରାର୍ଥନା ଗୃହ, ଲାଇବ୍ରେରୀ, ପ୍ରଦର୍ଶନୀ ହଲ୍‌, କାଫେରିଆ ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏହା ବିଶ୍ୱର ବୌଦ୍ଧ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ।

ଉଭୟ ପ୍ରଧାନମନ୍ତ୍ରୀ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ, ଯେଉଁଥିରେ ସେମାନେ ଏପ୍ରିଲ ୨ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଉପରେ ସମୀକ୍ଷା କରିଥିଲେ । ସଂସ୍କୃତି, ଅର୍ଥନୀତି, ବାଣିଜ୍ୟ, ଯୋଗାଯୋଗ, ଶକ୍ତି ଏବଂ ବିକାଶ ସହଭାଗୀତା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସେମାନେ ର୍ନିଦ୍ଦିଷ୍ଟ ପଦକ୍ଷେପ ଏବଂ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ । ଲୁମ୍ବିନି ଏବଂ କୁସିନଗର ମଧ୍ୟରେ ପାରସ୍ପରିକ ସମ୍ପର୍କ ସ୍ଥାପନ କରିବାକୁ ଦୁଇ ପକ୍ଷ ସିଦ୍ଧାନ୍ତରେ ସହମତ ହୋଇଥିଲେ, ଯାହା ବୌଦ୍ଧ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ଅଟେ ଏବଂ ଦୁଇ ଦେଶ ମଧ୍ୟରେ ବୌଦ୍ଧ ଐତିହ୍ୟକୁ ପ୍ରତିଫଳିତ କରିଥାଏ ।

ମାସକ ମଧ୍ୟରେ ଦ୍ୱିପାକ୍ଷିକ ଶକ୍ତି କ୍ଷେତ୍ର ସହଯୋଗରେ ଅଗ୍ରଗତି ଉପରେ ଦୁଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହାକି ଉତ୍ପାଦନ ପ୍ରକଳ୍ପର ବିକାଶ, ବିଦ୍ୟୁତ ପରିବହନ ଭିତ୍ତିଭୂମି ଏବଂ ବିଦ୍ୟୁତ ବ୍ୟବସାୟକୁ ଅନ୍ତର୍ଭୁକ୍ତ କରିଥାଏ । ନେପାଳରେ ପଶ୍ଚିମ ସେଟି ଜଳ ବିଦ୍ୟୁତ୍‍ ପ୍ରକଳ୍ପର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେଓବା ଭାରତୀୟ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଥିଲେ । ନେପାଳର ଜଳ ବିଦ୍ୟୁତ୍‍ କ୍ଷେତ୍ରର ବିକାଶରେ ତଥା ଆଗ୍ରହୀ ଭାରତୀୟ ସଂସ୍ଥାଙ୍କୁ ଏହି କ୍ଷେତ୍ରରେ ନୂତନ ପ୍ରକଳ୍ପର ଶୀଘ୍ର ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି । ଦୁଇ ଦେଶର ଲୋକଙ୍କୁ ନିକଟତର କରିବା ପାଇଁ ଶିକ୍ଷାଗତ ଓ ସାଂସ୍କୃତିକ ବିନିମୟକୁ ଆହୁରି ବିସ୍ତାର କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ରାଜି ହୋଇଥିଲେ । ପ୍ରଧାନମନ୍ତ୍ରୀ ଦେଓବାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।

ନେପାଳ ସରକାରଙ୍କ ତତ୍ୱାବଧାନରେ ଲୁମ୍ବିନି ବିକାଶ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହୋଇଥିବା ୨୫୬୬ ତମ ବୁଦ୍ଧ ଜୟନ୍ତୀ ଉତ୍ସବକୁ ପାଳନ କରିବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଏକ ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ୟାସୀ, ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଦୌଦ୍ଧ ଜଗତ ସହ ଜଡିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କର ନେପାଳର ଏହି ଲୁମ୍ବିନୀ ଗସ୍ତ ଏପ୍ରିଲ ୧-୩, ୨୦୨୨ର ପ୍ରଧାନମନ୍ତ୍ରୀ ଦେଓବାଙ୍କର ଦିଲ୍ଲୀ ଏବଂ ବାରାଣାସୀର ସଫଳ ଗସ୍ତକୁ ଅନୁସରଣ କରିଛି । ଶିକ୍ଷା, ସଂସ୍କୃତି, ଶକ୍ତି ଏବଂ ଲୋକମାନଙ୍କ ଆଦାନପ୍ରଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୁମ୍ବିନି ଗସ୍ତରେ ଭାରତ ଏବଂ ନେପାଳ ମଧ୍ୟରେ ଥିବା ଗଭୀର ତଥା ସମୃଦ୍ଧ ସଭ୍ୟତା ସଂଯୋଗ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ପକ୍ଷର ଅବଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ପରିଦର୍ଶନ ସମୟରେ ସମାପ୍ତ ହୋଇଥିବା ସମସ୍ତ ସୂଚନାର ତାଲିକା ଏଠାରେ ଦେଖାଯାଇପାରେ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from Prime Minister Benjamin Netanyahu
August 06, 2026
The two leaders review progress in India-Israel Special Strategic Partnership.
The two leaders exchange views on the recent developments in West Asia.

Prime Minister Shri Narendra Modi received a telephone call from Prime Minister of Israel, H.E. Mr. Benjamin Netanyahu today.

The two leaders reviewed sustained progress in India-Israel Special Strategic Partnership and reaffirmed their commitment to further strengthening the bilateral cooperation across various sectors for the mutual benefit of the two countries.

PM Netanyahu and PM Modi exchanged views on the recent developments in West Asia.

The two leaders agreed to remain in touch.