ବିରାଟ କୋହଲିଙ୍କ ଦ୍ୱାରା କରାଯାଇଥିବା ଫିଟନେସ ଆହ୍ୱାନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଫିଟନେସ ଭିଡିଓକୁ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଏଗୁଡ଼ିକ ହେଉଛି ମୋ ସକାଳ ବ୍ୟାୟାମର କେତେକ ମୁହୂର୍ତ୍ତ । ଯୋଗ ବ୍ୟତୀତ ମୁଁପଞ୍ଚତତ୍ତ୍ଵ ବା ପ୍ରକୃତିର 5ଟି ଉପାଦାନ- ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଟ୍ରାକରେ ଚାଲେ । ଏହା ମୋତେ ତାଜା କରିବା ସହ ଯୁବ ସୁଲଭତାରେ ଭରିଦିଏ । ମୁଁ ମଧ୍ୟ ପ୍ରାଣାୟମ ଅଭ୍ୟାସ କରେ ।#Hum Fit Toh India Fit.# ମୁଁ ଫିଟ୍ ତ ଭାରତ ଫିଟ୍ ।

ଫିଟନେସ ପାଇଁ ଦିନକର କିଛି ଅଂଶ ଦେବା ପାଇଁ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ଅନୁରୋଧ କରୁଛି ।

ଆପଣଙ୍କୁ ସହଜ ମନେ ହେଉଥିବା ଯେକୌଣସି ବ୍ୟାୟାମ କରନ୍ତୁ ଏବଂ ଆପଣଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଅନୁଭବ କରନ୍ତୁ! #Fitness Challenge #Hum Fit Toh India Fit.” # ଫିଟନେସ ଆହ୍ୱାନ # ମୁଁ ଫିଟ୍ ତ ଭାରତ ଫିଟ୍ # ।”

ଫିଟନେସ ଆହ୍ୱାନକୁ ଆଗକୁ ବଢ଼ାଇ, ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ଏଚ ଡି କୁମାରସ୍ୱାମୀ, ଟେବୁଲ ଟେନିସ ଖେଳାଳି ସୁଶ୍ରୀ ମନିକା ବାତ୍ରା ଏବଂ 40 ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଆଇପିଏସ ପଦାଧିକାରୀମାନଙ୍କୁ ଫିଟନେସ ଆହ୍ୱାନ କରିଛନ୍ତି ।

“ଫିଟନେସ ଆହ୍ୱାନ ପାଇଁ ନିମ୍ନଲିଖିତ ବ୍ୟକ୍ତିଙ୍କୁ ମନୋନୀତ କରି ମୁଁ ଆନନ୍ଦିତ । ଏମାନେ ହେଲେ:- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ଏଚ ଡି କୁମାରସ୍ୱାମୀ ।

ଭାରତର ଗର୍ବ ଓ 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ସର୍ବାଧିକ ପଦକ ବିଜୟୀ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଥିବା ମନିକା ବାତ୍ରା ।

ସାହସୀ ଆଇପିଏସ ପଦାଧିକାରୀବୃନ୍ଦ ବିଶେଷ କରି 40 ବର୍ଷରୁ ଉର୍ଦ୍ଧ୍ଵ ଅଫିସର,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Lakshadweep Tourist Numbers Soar After PM Modi’s Appeal, Maldives Sees Sharp Dip In Indian Visitors

Media Coverage

Lakshadweep Tourist Numbers Soar After PM Modi’s Appeal, Maldives Sees Sharp Dip In Indian Visitors
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 20, 2026
May 20, 2026

Strategic Diplomacy Meets Rural Power: PM Modi Forges Indo-Mediterranean Bonds While Empowering Village India