ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ମେଘାଳୟର ରି ଭୋଇର ଶ୍ରୀମତୀ ସିଲ୍‌କେ ମାରାକଙ୍କ ଜୀବନ ସେତେେବେଳେ ଏକ ସକାରାତ୍ମକ ମୋଡ଼ ନେଇଥିଲା , ଯେତେବେଳେ ସେ ତାଙ୍କ ଛୋଟ ଦୋକାନରୁ ଆଗକୁ ବଢ଼ି ସ୍ୱୟଂ ସହାୟକ ଗୋଷ୍ଠୀରେ ସ୍ନାତକ ହାସଲ କରିଥିଲେ । ସେ ବର୍ତ୍ତମାନ ସ୍ଥାନୀୟ ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ ହେବାରେ ସାହାଯ୍ୟ କରୁଛନ୍ତି ଏବଂ ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନରେ ସାହାଯ୍ୟ କରିଛନ୍ତି । ସେ ପିଏମ୍ କିଷାନ ସମ୍ମାନ ନିଧି, ବୀମା ଏବଂ ଅନ୍ୟାନ୍ୟ ଯୋଜନା ଗୁଡିକର ହିତାଧିକାରୀ ମଧ୍ୟ ଅଟନ୍ତି ।

ଶ୍ରୀମତୀ ସିଲ୍‌ମେ ନିକଟରେ ତାଙ୍କ ସମ୍ପ୍ରସାରିତ କାର୍ଯ୍ୟ ପାଇଁ ଏକ ସ୍କୁଟି କିଣିଛନ୍ତି । ସେ ତାଙ୍କ ବ୍ଲକରେ ଏକ ଗ୍ରାହକ ସେବା ପଏଣ୍ଟ ମଧ୍ୟ ଚଳାଉଛନ୍ତି ଏବଂ ଲୋକଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରନ୍ତି । ତାଙ୍କ ଗ୍ରୁପ୍ ଖାଦ୍ୟ ପ୍ରକ୍ରିୟାକରଣ ଓ ବେକେରୀରେ ମଧ୍ୟ ସକ୍ରିୟ ରହିଛି । ପ୍ରଧାନମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରିବା ସହ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ତାଳି ମାରିଥିଲେ ।

ସରକାରୀ ଯୋଜନା ଗୁଡ଼ିକରେ ତାଙ୍କର ଅଭିଜ୍ଞତା ଏବଂ ହିନ୍ଦୀ ଭାଷା ଉପରେ ଉଚ୍ଚକୋଟୀର ଦଖଲ ରହିଥିବା ଅନୁଭବ କରି  "ଆପଣ ବହୁତ ଦକ୍ଷ, ବୋଧ ହୁଏ ମୋ ଠାରୁ ମଧ୍ୟ ଭଲ" ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ସେବା ମନୋଭାବକୁ ପ୍ରଶଂସା କରିଥିଲେ ଏବଂ "ଆପଣଙ୍କ ଭଳି ଲୋକ ମାନଙ୍କର ସମର୍ପଣ ହେଉଛି ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆମର ସଂକଳ୍ପ ପଛର ଶକ୍ତି । ଆପଣ ମାନଙ୍କ ଭଳି ଲୋକମାନେ ହିଁ ମୋର କାମକୁ ସହଜ କରି ଦେଇଛନ୍ତି ।  ଆପଣ ହିଁ ଆପଣଙ୍କ ଗ୍ରାମର ମୋଦୀ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Have to isolate dimaagi Naxals’: PM Modi in Independence Day speech from Red Fort

Media Coverage

‘Have to isolate dimaagi Naxals’: PM Modi in Independence Day speech from Red Fort
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the start of the Parsi New Year
August 15, 2026

Prime Minister Shri Narendra Modi today extended his greetings on the start of the Parsi New Year. He noted that the Parsi community’s remarkable contribution across sectors has enriched our nation in countless ways.

In a post on X, the Prime Minister wrote:

"Greetings on the start of the Parsi New Year. The Parsi community’s remarkable contribution across sectors has enriched our nation in countless ways. May the year ahead be filled with peace, joy, prosperity and good health for everyone.

Navroz Mubarak!"