ମୋଦୀ କାହିଁକି

Published By : Admin | May 15, 2014 | 15:17 IST

କ’ଣ ମୋଦୀଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରେ?

ମୋଦୀ କିପରି ଭାବେ ଅନ୍ୟମାନଙ୍କଠାରୁ ଅଲଗା ଜଣଙ୍କ ପାଇଁ ଏହା ପଚାରିବା ସ୍ୱାଭାବିକ । ଆପଣ ଯେତବେଳେ ତାଙ୍କୁ ଭେଟନ୍ତି ଆପଣଙ୍କ ଭିତରର ଅନୁଭବ କହିଥାଏ ଯେ, ଏହି ବ୍ୟକ୍ତି ଭିନ୍ନ । ତେବେ ଆପଣ ଯଦି ଆପଣଙ୍କ ଭିତରର ଅନୁଭବର ବାହାରକୁ ଯା’ନ୍ତି ଓ ସ୍ୱାଧୀନ ଭାରତର ଇତିହାସକୁ ଦେଖନ୍ତି ତେବେ ଆପଣ ଅନେକ ବିଷୟରେ ଏକ ତାଲିକା ପ୍ରସ୍ତୁତ କରିପାରିବେ ଯାହାକି ତାଙ୍କୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ କରିଥାଏ । ସେ ଏପରି ଏକ ନେତା ଯାହାପାଖରେ କି କ୍ଷମତା ରହିଛି ଓ କିଛି କରିଦେଖେଇବା ପାଇଁ ପ୍ରଗାଢ଼ ଅନୁରାଗ ମଧ୍ୟ ରହିଛି । ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କୁ ଆମେ ଦେଖିଛୁ ଓ ପ୍ରତ୍ୟେକ କଥାକୁ ପୁଙ୍ଖାନୁପୁଙ୍ଖ ଭାବେ ଦୃଷ୍ଟି ଦେଉଥିବା ନେତାମାନଙ୍କୁ ମଧ୍ୟ ଦେଖିଛୁ । ମାତ୍ର ନରେନ୍ଦ୍ର ମୋଦୀ ଉଭୟ କଥା କରିପାରିବେ । ତାଙ୍କ ଦୃଷ୍ଟି ତାରା ଉପରେ ନିବଦ୍ଧ ରହିଛି, ମାତ୍ର ତାଙ୍କ ପାଦ ଭୂମିରେ ଦୃଢ଼ । ତାଙ୍କର କେତେକ ଗୁଣାବଳୀକୁ ଏଠାରେ ଆମେ ଜାଣିବା ପାଇଁ ପ୍ରୟାସ କରିବା ଯାହାକି ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ।

ଜଣେ ଗଣନେତା:

ଲୋକମାନଙ୍କ ପାଖରେ ମୋଦୀ ଯେପରି ପହଂଚି ପାରିଛନ୍ତି ଖୁବ କମ ନେତା ଏପରି କରିପାରିଛନ୍ତି । ଏହା ଏକ ରାଜନୈତିକ ବନ୍ଧନ ନୁହେଁ ବରଂ ନରେନ୍ଦ୍ର ଏକ ଭାବପ୍ରବଣତାର ଡୋରିରେ ସାଧାରଣ ଜନତାଙ୍କ ସହ ବାନ୍ଧି ହୋଇଛନ୍ତି । ସହରର ବୁଦ୍ଧିଜୀବି ଲୋକଙ୍କଠାରୁ ଆରମ୍ଭ କରି ଗ୍ରାମାଂଚଳର ସାଧାରଣ ବ୍ୟକ୍ତି, ବୃଦ୍ଧଙ୍କଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ, ପୁରୁଷ ଓ ମହିଳା ଏବଂ ଭାରତ ଭିତରେ ଓ ବାହାରେ ତାଙ୍କର ଅନେକ ପ୍ରଶଂସକ ମହଜୁଦ ଥିଲେ । ଏସିଆ ମହାଦେଶର ବିଭିନ୍ନ ଅଂଚଳରେ ରହୁଥିବା ଗୁଜରାଟୀ ଲୋକ ତାଙ୍କୁ ପ୍ରଶଂସା କରନ୍ତି । ସଦ୍ୟତମ ଜ୍ଞାନକୌଶଳର ଅଭିନବ ବ୍ୟବହାର ଓ ସୋସିଆଲ ମିଡିଆ ମାଧ୍ୟମରେ ସେ ଭାରତର ବିଭିନ୍ନ ସ୍ତରର ଲୋକଙ୍କ ସହିତ ସମ୍ପର୍କ ରଖିଛନ୍ତି ।

What makes Narendra Modi different?

ବିକାଶରେ ସଦା ବ୍ୟସ୍ତ:

ନରେନ୍ଦ୍ର ମୋଦୀଙ୍କ ମନରେ ସବୁବେଳେ ଗୋଟିଏ ଭାବନା ରହିଥାଏ ଏବଂ ତାହାହେଲା ବିକାଶ । ଏକ ଉଦାହରଣ ନିଆଯାଉ । କିଛିବର୍ଷ ତଳେ ଗୁଜରାଟ ବିଧାନସଭା ନିର୍ବାଚନ ଘୋଷଣା କରାଯିବାର କିଛିମାସ ପୂବରୁ ସେ ରାଜ୍ୟରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ସ୍ୱିଜରଲାଣ୍ଡ ଗସ୍ତରେ ଯାଇଥିଲେ । ସେହିପରି 2012 ନିର୍ବାଚନ ପାଖେଇଆସୁଥିଲା ବେଳେ ନରେନ୍ଦ୍ର ମୋଦୀ କିନ୍ତୁ ଜାପାନ ଗସ୍ତରେ ଯାଇଥିଲେ ଓ ଏହାଫଳରେ ଗୁଜରାଟ ଓ ଜାପାନ ମଧ୍ୟରେ ଅର୍ଥନୈତିକ ଓ ସାଂସ୍କୃତିକ ସହଯୋଗିତା ବହୁଭାବେ ବୃଦ୍ଧି ପାଇଥିଲା । ନିଶ୍ଚିତ୍ତ ଭାବେ ଜଣେ ରାଜନେତା ପାଇଁ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ପୁଣିଥରେ ନିର୍ବାଚିତ ହୋଇ କ୍ଷମତାକୁ ଫେରିବା ସର୍ବାଧିକ ଗୁରୁତ୍ୱ ବହନ କରିଥାଏ । କିନ୍ତୁ ନିର୍ବାଚନ ବର୍ଷରେ ରାଜନୈତିକ କାମ ନୁହେଁ ବରଂ ରାଜ୍ୟକୁ ପୁଞ୍ଜିର ପ୍ରବାହ ନରେନ୍ଦ୍ର ମୋଦୀଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ।

why-namo-in2

ସମସ୍ୟା ସମାଧାନ ପାଇଁ ବୈଜ୍ଞାନିକ ପଦ୍ଧତି:

ଗୁଜରାଟରେ ସଫଳତାର କାରଣ ହେଲା ଯେକୌଣସି ସମସ୍ୟା ପ୍ରତି ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ । ପ୍ରଥମେ ସେ ସାମଗ୍ରୀକ ଦୃଷ୍ଟିକୋଣରୁ ସମସ୍ୟାଟିକୁ ଦେଖନ୍ତି । ସବୁ ଦିଗରୁ ସମସ୍ୟାଟିକୁ ବୁଝିବା ପାଇଁ ସେ ସମୟ ଦିଅନ୍ତି କାରଣ ସେ ଜାଣନ୍ତି ଯେ ଏକ ସମସ୍ୟାକୁ ଭଲ ଭାବେ ବୁଝିବା ଦ୍ୱାରା ଏହାର ଅଧା ସମାଧାନ ମିଳିଯାଏ । ସେ ଅନ୍ୟମାନଙ୍କଠାରୁ ଏନେଇ ଭଲଭାବେ ଶୁଣନ୍ତି । ତା’ପରେ ଯାଇଁ ସେ ସମାଧାନ ବିଷୟରେ ଚିନ୍ତା କରନ୍ତି । ସେ ଉପରଠାଉରିଆ ସମାଧାନ ପାଇଁ ତରବରିଆ ଭାବେ କିମ୍ବା ଅଧାପନ୍ତୁରିଆ କରି କୌଣସି ପଦକ୍ଷେପ ନିଅନ୍ତି ନାହିଁ । ସମସ୍ୟାର ମୂଳକୁ ରୂପାନ୍ତର କରି ସେ ଦୂରଦୃଷ୍ଟି ସମ୍ପନ୍ନତାର ସହିତ ଦୀର୍ଘସ୍ଥାୟୀ ସମାଧାନ ସମ୍ବନ୍ଧରେ ଚିନ୍ତା କରନ୍ତି । ଏହାପରେ ସେ ସ୍ପଷ୍ଟ ଲକ୍ଷ୍ୟ ଓ ପରିଚାଳନାଗତ ନିର୍ଦ୍ଦେଶାବଳୀ ସହିତ ଯୋଜନା ପ୍ରସ୍ତୁତି କରନ୍ତି । ଏହିପରି ଭାବେ ହିଁ ସେ ଯେକୌଣସି କାର୍ଯ୍ୟଧାରାକୁ ପ୍ରଣୟନ କରନ୍ତି ।

ସେ କେବଳ ସଠିକ ପ୍ରକ୍ରିୟା ସ୍ଥିର କରନ୍ତି ନାହିଁ ବରଂ ସଠିକ ଏଜେନ୍ସି ଓ ସଠିକ ବ୍ୟକ୍ତିଙ୍କୁ ମଧ୍ୟ ଚୟନ କରିଥାନ୍ତି । ମୋଟାମୋଟି କହିବାକୁ ଗଲେ ସେ ସଠିକ ଭାବେ ଏହାର ପରିଚାଳନା କରନ୍ତି ଓ ଏହାର ପରବର୍ତ୍ତୀ ପଦକ୍ଷେପ ପାଇଁ ମଧ୍ୟ ସଜାଗ ରୁହନ୍ତି । ସେ ମ୍ୟାନେଜମେଣ୍ଟରେ ସ୍ନାତକ କରିନାହାନ୍ତି, ମାତ୍ର ପରିଚାଳନା କରିବା ପାଇଁ ଓ ଏହାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ତାଙ୍କର କ୍ଷମତା ରହିଛି ।

ତାଙ୍କର ପ୍ରଜ୍ଞା ଓ ଅଭିନବ ପଦକ୍ଷେପ ମ୍ୟାନେଜମେଂଟ ଅନୁଷ୍ଠାନଗୁଡ଼ିକରେ ଯାହା ପଢ଼ାହୁଏ, ତା’ଠାରୁ ବଳିଯାଏ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦେଶବ୍ୟାପୀ ଗସ୍ତ କରିବାର ଅନୁଭବ ଫଳରେ ସେ ସମସ୍ୟାକୁ ତୃଣମୁଳ ସ୍ତରରୁ ବୁଝିପାରିନ୍ତି । ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କର ବ୍ୟାପକ ଆନ୍ତର୍ଜାତିକ ଅଭିଜ୍ଞତା ଓ ଗଭୀର ଅଧ୍ୟୟନ ଦ୍ୱାରା ଏହିସବୁ ସମସ୍ୟାର ସମାଧାନ ପାଇଁ ତାଙ୍କୁ ସଠିକ ଦିଗ ଓ ଦୂରଦୃଷ୍ଟି ମିଳିଥାଏ ।

ଗଭୀର ପ୍ରଭାବ ପକାଉଥିବା ପ୍ରକଳ୍ପ:

ଜଣେ ବିଚକ୍ଷଣ ରଣନୀତି ସମ୍ପନ୍ନ ବ୍ୟକ୍ତି ଭାବେ ସେ ଖୁବ ଦ୍ରୁତଗତିରେ ଚିନ୍ତା କରିବା ସହ ବିଭିନ୍ନ ପ୍ରକଳ୍ପଗୁଡ଼ିକର ନିର୍ମାଣ ଶେଷ କରୁଥିଲେ । ଏହାର ଫଳାଫଳ ଗୁଜରାଟରେ ଦେଖିବାକୁ ମିଳେ । ଅନେକ ସମୟରେ ସେ ଫଳାଫଳକୁ ଦେଖି ଅଧୈର୍ଯ୍ୟ ହୋଇପଡନ୍ତି । ଯେତବେଳେ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକରେ ନଦୀ ସଂଯୋଗୀକରଣକୁ ନେଇ ଏବେବି ତର୍କ କରାଯାଉଛି, ସେତବେଳେ ସେ ସଫଳତାର ସହିତ ଗୁଜରାଟରେ 12ରୁ ଉର୍ଦ୍ଧ୍ଵ ନଦୀର ସଂଯୋଗୀକରଣ କରିସାରିଛନ୍ତି । ଯାହାଫଳରେ କି ବହୁଦିନରୁ ଶୁଖିଯାଇଥିବା ନଦୀଗୁଡ଼ିକରେ ଏବେ ଜଳାଧାର ପ୍ରବାହିତ ହେଉଛି । ସେହିପରି ସେ ମାତ୍ର 3 ବର୍ଷ ମଧ୍ୟରେ 300 କିଲୋମିଟରର କେନାଲ ଖୋଳିଛନ୍ତି ଓ ସୁଜଳାମ ସୁଫଳାମ ଯୋଜନା ଅନ୍ତର୍ଗତ ଏହି ଯୋଜନା ମାଧ୍ୟମରେ ରାଜ୍ୟର ଶୁଖା ଅଂଚଳଗୁଡ଼ିକରେ ପାଣି ଉପଲବ୍ଧ ହୋଇପାରୁଛି । ଜ୍ୟୋତିଗ୍ରାମ ଯୋଜନାରେ ସେ ମାତ୍ର 30 ମାସ ମଧ୍ୟରେ ବିଦ୍ୟୁତ ସଂଚାଳନ ପାଇଁ 56599 କିଲୋମିଟର ନୂଆ ତାର ବିଛାଇଛନ୍ତି ଓ 18,000 ରୁ ଉର୍ଦ୍ଧ୍ଵ ଗ୍ରାମ ଓ 9681 ବସ୍ତି ଓ ସହରତଳି ଅଂଚଳରେ 12621ଟି ଟ୍ରାନ୍ସଫର୍ମର ବସାଇଛନ୍ତି । ରାଜ୍ୟବ୍ୟାପୀ ସେ ଜଳ ଓ ଗ୍ୟାସ ଗ୍ରୀଡ୍ର ନିର୍ମାଣ କରିବା ସହ ଇ-ଗ୍ରାମ ବିଶ୍ୱଗ୍ରାମ ଯୋଜନାରେ ସମସ୍ତ ଗ୍ରାମକୁ ବ୍ରଡବେଣ୍ଡ ମାଧ୍ୟମରେ ସଂଯୁକ୍ତ କରି ବିଭିନ୍ନ ପ୍ରକଳ୍ପଗୁଡ଼ିକର ଦୃତ କାର୍ଯ୍ୟାୟନ ନେଇ ଉଦାହରଣ ସୃଷ୍ଟି କରିଛନ୍ତି ।

ବଡ ଏବଂ ଛୋଟ ଉଭୟ ସୁନ୍ଦର:

କୋଟି କୋଟି ଟଙ୍କାର ବଡବଡ ପ୍ରକଳ୍ପ ପ୍ରତିଷ୍ଠା ନେଇ ସ୍ୱପ୍ନ ଦେଖଉଥିବା ଓ ଏଗୁଡ଼ିକର ସଫଳ ରୂପାୟନ କରୁଥିବା ମୋଦୀ ଛୋଟିଆ ସମାଧାନ ପାଇଁ ଆଂଚଳିକ ଜ୍ଞାନ କୌଶଳର ବ୍ୟବହାରକୁ ମଧ୍ୟ ନଜର ଅନ୍ଦାଜ କରୁନଥିଲେ । ସେ କହନ୍ତି, “ବିଜ୍ଞାନ ବୈଶ୍ୱିକ ହେବା ଉଚିତ, ମାତ୍ର ଜ୍ଞାନକୌଶଳ ଆଂଚଳିକ ହେବା ଆବଶ୍ୟକ ।” ଜଳସେଚନ କ୍ଷେତ୍ରରେ ସେ ବୋରି ବେଣ୍ଡ୍ସ(ବଡବଡ ଖାଲି ବ୍ୟାଗରେ ବାଲି ଓ ପଥର ରଖି ଏହା ମଧ୍ୟରେ ଜଳ ପ୍ରବାହିତ କରାଇବା) ଓ ଚାଷଜମି ପୋଖରୀ ଭଳି ବ୍ୟବସ୍ଥାକୁ ଲୋକପ୍ରିୟ କରାଇଥିଲେ । ଗୁଜରାଟର ବିଭିନ୍ନ ସମ୍ମିଳନୀରେ ଆୟୋଜନ କରାଯାଉଥିବା ବିଭିନ୍ନ ଆଲୋଚନାଚକ୍ର ଗୁଡ଼ିକରେ ସେ ବିଶ୍ୱର ବିଭିନ୍ନ ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରୁଥିଲେ । ସେ ମଧ୍ୟ ଆଂଚଳିକ କୃଷକମାନଙ୍କର ପରୀକ୍ଷଣ ଓ ଅଭିଜ୍ଞତାକୁ ଉତ୍ସାହିତ କରିବା ସହ ସମ୍ମାନ ମଧ୍ୟ ଦେଉଥିଲେ । ସେ ସରକାରୀ କର୍ମଚାରୀଙ୍କ ପ୍ରସ୍ତାବକୁ ଗ୍ରହଣ କରୁଥିଲେ ଓ ଦୈନିକ ସାଧାରଣ ବ୍ୟକ୍ତିଙ୍କଠାରୁ ଇମେଲ ଓ ଚିଠି ମାଧ୍ୟମରେ ପାଉଥିବା ଶହଶହ ମତାମତକୁ ମଧ୍ୟ ସମ୍ମାନ ଦେଉଥିଲେ ।

why-namo-in3

ପ୍ରଶାସନକୁ ରାଜନୀତିରୁ ଅଲଗା କରିବା:
ସେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆଖିଆଗରେ ରଖି ନିଷ୍ପତ୍ତି ନେଇଥାନ୍ତି । ରାଜନୈତିକ ସ୍ୱାର୍ଥ ପାଇଁ ପ୍ରଶାସନିକ ଆବଶ୍ୟକତାକୁ କେବେବି ପଛକୁ ପକେଇ ଦିଅନ୍ତି ନାହିଁ । ଏକ ପ୍ରଶାସନିକ ନିଷ୍ପତ୍ତି ଫଳରେ ଏହାଦ୍ୱାରା ଘଟିବାକୁ ଯାଉଥିବା ରାଜନୈତିକ ଫଳାଫଳ ସମ୍ବନ୍ଧରେ ମନେପକାଇ ଦିଆଗଲେ ମଧ୍ୟ ସେ ତାଙ୍କ ଉଦ୍ଦେଶ୍ୟ ଓ ଲକ୍ଷ୍ୟରେ ଅଟଳ ରୁହନ୍ତି । ଏହାଫଳରେ ଗୁଜରାଟର ପ୍ରଶାସନକୁ ଶ୍ରେଷ୍ଠ ଆନ୍ତର୍ଜାତିକ ମାନର ସମକକ୍ଷତା ଓ ବୃତ୍ତିଗତ ଭାବେ ଆଗଭର ହୋଇ କାର୍ଯ୍ୟ କରିବାକୁ ସହାୟତା ମିଳିଲା । ଗୁଜରାଟର ଅନେକ ସରକାରୀ ଅନୁଷ୍ଠାନ ଆଇଏସଓ ମାନ୍ୟତା ପାଇଛନ୍ତି ଏହା ଅବଶ୍ୟ ରାଜ୍ୟର ଆନୁଷ୍ଠାନିକ ପ୍ରକ୍ରିୟା ପାଇଁ ଆବଶ୍ୟକ ନାହିଁ ।

ଲୋକଙ୍କ ବେଦନାକୁ ବୁଝିବା:

ଶ୍ରୀ ମୋଦୀ ପଛୁଆ ଜାତି ବର୍ଗର ହେବା ସହ ଗୁଜରାଟର ଏକ ପଛୁଆ ଅଂଚଳର ବାସିନ୍ଦା । ଛୋଟବେଳେ ସାଧାରଣ ଲୋକ ଭୋଗକରୁଥିବା ଅନେକ ସମସ୍ୟାର ସେ ସମ୍ମୁଖୀନ ହୋଇଥିଲେ । ଏଗୁଡ଼ିକ ମଧ୍ୟରେ ମୁଖ୍ୟ ଥିଲା ଜଳ ଓ ବିଦ୍ୟୁତ ସମସ୍ୟା । ଏହି ସବୁ ଦିଗରେ କିଛି କରିବା ପାଇଁ ସୁଯୋଗ ପାଇବା ପରେ, ସେ ଆକ୍ରମଣାତ୍ମକ ଢଙ୍ଗରେ ଓ ଯୋଜନାବଦ୍ଧ ଭାବେ ଏହାର ସମାଧାନ ପାଇଁ ଲାଗିପଡିଥିଲେ ।

ସାମଗ୍ରୀକ ବିକାଶ:

ଅନେକ ସମୟରେ ତାଙ୍କୁ ସମାଲୋଚନା କରାଯାଏ ଯେ ସେ ଶିଳ୍ପ ଓ ଭିତ୍ତିଭୂମିର ବିକାଶରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ପଛୁଆ ଅଂଚଳ ଓ ସମାଜର ପଛୁଆ ବର୍ଗଙ୍କୁ ନଜର ଅନ୍ଦାଜ କରିଛନ୍ତି । ମାତ୍ର ଏହା ଭୁଲ । ଯେତବେଳେ ସେ ରାଜ୍ୟବ୍ୟାପୀ ଜ୍ୟୋତିଗ୍ରାମ ଯୋଜନା କାର୍ଯ୍ୟକାରୀ କରାଇଥିଲେ, ସେତବେଳେ ସେ କୌଣସି ନିର୍ଦ୍ଧିଷ୍ଟ ଅଂଚଳ ବା ନିର୍ଦ୍ଧିଷ୍ଟ ବର୍ଗଙ୍କୁ ବାଛିନଥିଲେ । ଏହା ସାମଗ୍ରୀକ ଭାବେ ରାଜ୍ୟର ବିକାଶ ପାଇଁ ପ୍ରଜୁଯ୍ୟ ଥିଲା । ରାଜ୍ୟବ୍ୟାପୀ ଗ୍ୟାସ ଗ୍ରୀଡ଼ ସ୍ଥାପନ କଲାବେଳେ ସେ ସମାଜର କୌଣସି ନିର୍ଦ୍ଧିଷ୍ଟ ଅଂଚଳ ପାଇଁ ଏହା କରୁନଥିଲେ ବରଂ ସାରା ରାଜ୍ୟ ପାଇଁ ସାମଗ୍ରୀକ ଭାବେ ଏହା କରୁଥିଲେ । ବନବନ୍ଧୁ ଯୋଜନା, ସାଗରଖେଦୁ ଯୋଜନା, ଗରିବ ସମୃଦ୍ଧ ଯୋଜନା ଓ ଉମିଦ୍ ଆଦି ସବୁର ଘୋଷଣା ଅବହେଳିତ ଜନସାଧାରଣଙ୍କ ଲାଭ ଉଦ୍ଦେଶ୍ୟରେ କରାଯାଇଥିଲା । ଏପରିକି ଏହି ଯୋଜନାଗୁଡ଼ିକରୁ ସମାଜର ଅନ୍ୟାନ୍ୟ ବର୍ଗଙ୍କୁ ମଧ୍ୟ ବାଦ ଦିଆଯାଇନଥିଲା । ସେ 5କୋଟି 50 ଲକ୍ଷ ଗୁଜୁରାଟୀଙ୍କ ପାଇଁ କାମ କରନ୍ତି ।

ପ୍ରଶାସନ ଓ ବିକାଶରେ ଜନସାଧାରଣଙ୍କ ଭାଗିଦାରୀ:
ସାଧାରଣ ଲୋକଙ୍କ ଭିତରେ ବଡ ହୋଇଥିବାରୁ ଓ କାମ କରିଥିବାରୁ ସେ ଦୃଢ଼ଭାବେ ବିଶ୍ୱାସ କରନ୍ତି ଯେ ଜନସାଧାରଣ ହିଁ ପ୍ରକୃତ ପରିବର୍ତ୍ତନର ବାହକ । ସେ କୁହନ୍ତି ଯେ ଯେକୌଣସି ବିକାଶ କାର୍ଯ୍ୟକ୍ରମର ପ୍ରକୃତ ଫଳାଫଳକୁ ସେତିକି ବେଳେ ଯାଇଁ ସଫଳ କୁହାଯାଇ ପାରିବ ଯେତବେଳେ ଏହା କେବଳ ଏକ ସରକାରୀ ଯୋଜନା ପରିବର୍ତ୍ତେ ଜନ ଆନ୍ଦୋଳନରେ ପରିବର୍ତ୍ତିତ ହେବ । ମଜାରେ ମଜାରେ ସେ କୁହନ୍ତି, “ଲୋକେ ଜନ୍ମାଷ୍ଟମୀରେ ରାତିଅଧରେ ମନ୍ଦିରରେ ଭିଡ଼ ଲଗାଇବାନେଇ ସରକାର କ’ଣ କୌଣସି ଆଇନ କରିଛନ୍ତି?”

ତେଣୁ ଯୋଜନାବଦ୍ଧ ଭାବେ ସେ ବିକାଶ ଯୋଜନାଗୁଡ଼ିକରେ ଜନସାଧାରଣଙ୍କ ସାମିଲ କରାଉଥିଲେ । ରାଜ୍ୟବ୍ୟାପୀ ଲକ୍ଷଲକ୍ଷ ଜଳଅମଳ ବ୍ୟବସ୍ଥା ସୃଷ୍ଟି ସହ କୃଷି ମହୋତ୍ସବ ଏବଂ କନ୍ୟାସନ୍ତାନଙ୍କ ଶିକ୍ଷା ପାଇଁ କନ୍ୟାକେଲବାନି ଆଦି ସରକାରୀ ଯୋଜନାକୁ ଗଣଆନ୍ଦୋଳନରେ ପରିଣତ କରାଇ ଜନସାଧାରଣଙ୍କ ଭାଗିଦାରୀକୁ ଏଥିରେ ବଢ଼ାଇବା ତାଙ୍କ ଦକ୍ଷତାର ପ୍ରକୃଷ୍ଟ ଉଦାହରଣ ।

why-namo-in4

ଶାସନକୁ ସହଜ, ଫଳପ୍ରଦ ଓ ସ୍ୱଚ୍ଛ କରିବା:

ସେ କହିଥାନ୍ତି, “ସବୁଠୁ କମ ଶାସନ ହେଉଛି ଶ୍ରେଷ୍ଠ ଶାସନ ।” ଏହି ଉଦ୍ଦେଶ୍ୟକୁ ଆଖିଆଗରେ ରଖି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦ୍ୱାରା ସେ ପ୍ରଶାସନିକ ପ୍ରକ୍ରିୟାକୁ ସରଳ ଓ ଫଳପ୍ରଦ କରିଥିଲେ । 2001ରେ ରାଜ୍ୟ ଆଇଟିଇଏସ ଓ ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ବହୁ ପଛରେ ପଡିଥିଲା, ମାତ୍ର ଏବେ ରାଜ୍ୟ ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ପାଇଛି । ଏହା ସୂଚନା ଓ ପ୍ରଯୁକ୍ତି ଶିଳ୍ପର ଲାଭ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ସରକାରୀ କାମକୁ ସହଜ କରିବା ପାଇଁ ଆବଶ୍ୟକ ଥିଲା । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କାର୍ଯାଳୟଗୁଡ଼ିକରେ ଦିନିକିଆ ଗଭର୍ଣ୍ଣାନ୍ସ କେନ୍ଦ୍ର ଖୋଲାଯାଇ ଅକଳ୍ପନୀୟ ଭାବେ ଖୁବଶୀଘ୍ର ସାର୍ଟିଫିକେଟ ଓ ଦସ୍ତାବିଜ ପ୍ରଦାନ କରାଗଲା । ବ୍ରଡବେଣ୍ଡ ସଂଯୋଗ ଦ୍ୱାରା ସମସ୍ତ ଗ୍ରାମପଂଚାୟତଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ ସେ ଏବେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଇ-ଗଭର୍ଣ୍ଣାନ୍ସ ସ୍ୱଚ୍ଛତା ମଧ୍ୟ ଆଣିଥାଏ ।

ନୀତି ଦ୍ୱାରା ପରିଚାଳିତ ଶାସନ:

ନରେନ୍ଦ୍ର କୁହନ୍ତି, “ମୋ ସରକାର କୌଣସି ବ୍ୟକ୍ତବିଶେଷର ମରଜି କିମ୍ବା ଇଚ୍ଛା ଦ୍ୱାରା ପରିଚାଳିତ ନୁହେଁ । ଆମର ଅଗ୍ରଗତୀ ସଂସ୍କାର ଧର୍ମୀ, ଆମର ସଂସ୍କାର ନୀତିନିଷ୍ଠ ଏବଂ ଆମର ନୀତି ଲୋକମାନଙ୍କ ଆବଶ୍ୟକତା ଅନୁସାରେ ସ୍ଥୀରିକୃତ ।” ଏହିପରି ପଦ୍ଧତି ପଦାଧିକାରୀମାନଙ୍କୁ ପରିଷ୍କାର ଭାବେ ଦିଗ ନିର୍ଦ୍ଦେଶ କରେ, ଦୃତ ଓ ସଠିକ ନିଷ୍ପତ୍ତି ନେବା ପାଇଁ ଆତ୍ମବିଶ୍ୱାସ ପ୍ରଦାନ କରେ ଓ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଐକ୍ୟତା ଆଣିଥାଏ ।

ଅଭିଯୋଗର ପ୍ରତିକାର:

ସାଧାରଣ ଜନତାଙ୍କ ଅଭିଯୋଗକୁ ଅତ୍ୟନ୍ତ କର୍ତ୍ତବ୍ୟ ପରାୟଣତାର ସହ ପ୍ରତିକାର କରାଯିବା ନେଇ ବ୍ୟବସ୍ଥା କରାଯାଏ । ଗୁଜରାଟର ‘ସ୍ୱାଗତ’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ବ୍ୟକ୍ତିଗତ ଭାବେ ଜନସାଧାରଣଙ୍କ ଅଭିଯୋଗ ଉପରେ ଧ୍ୟାନଦିଅନ୍ତି । ଏହାଫଳରେ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହ ଏହାର ଦାୟିତ୍ୱରେ ଥିବା ପଦାଧିକାରୀମାନଙ୍କୁ ସଠିକ ବାର୍ତ୍ତା ମିଳିଥାଏ । ପ୍ରଶାସନ ଯେପରି କେବଳ କର୍ତ୍ତବ୍ୟପରାୟଣତାର ସହ ନୁହେଁ ବରଂ ଅତ୍ୟାଧୁନକ ଜ୍ଞାନକୌଶଳ ମାଧ୍ୟମରେ ଜନସାଧାରଣଙ୍କ ଅଭିଯୋଗର ପ୍ରତିକାର କରେ ସେ ନେଇ ମୋଦୀ ନିଶ୍ଚିତ୍ତ କରିଥିଲେ । ଏସବୁର ମୂଳରେ ରହିଥିବା ଦର୍ଶନ ହେଲା କେବଳ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ସମ୍ପୂର୍ଣ୍ଣ ବ୍ୟବସ୍ଥା ଯେପରି ଜନସାଧାରଣଙ୍କ ଅଭିଯୋଗର ପ୍ରତିକାର ପାଇଁ ତତ୍ପର ଓ ଉତ୍ତରଦାୟୀ ହେବ ।

why-namo-in5

ଅଭିନବ ପଦକ୍ଷେପ:

ଜନସାଧାରଣ ଓ ପ୍ରଶାସନ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ପାଇଁ ନରେନ୍ଦ୍ର ମୋଦୀ ଅଭିନବ ଉପାୟ ସବୁ ବାହାର କରିଛନ୍ତି ଯାହାକୁ କି ପ୍ରଶାସନିକ ଓ ପରିଚାଳନା ବିଶେଷଜ୍ଞମାନେ ଏତେବର୍ଷ ଧରି ବାହାର କରିପାରୁନଥିଲେ । ଭୂମିକମ୍ପ ପରେ ସେ ଜନସାଧାରଣଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା ପୁନନିର୍ମାଣ କାର୍ଯ୍ୟ କରାଇଥିଲେ । ବିଭିନ୍ନ ପଦାଧିକାରୀମାନଙ୍କୁ ମଧ୍ୟ ଆଇନଗତ ବାଧ୍ୟବାଧକତାରେ ନୁହେଁ ବରଂ ଜଣେଜଣେ ସମ୍ବେଦନଶୀଳ ବ୍ୟକ୍ତି ଭାବେ ଏହି କାର୍ଯ୍ୟରେ ସମ୍ମିଳିତ କରାଇଥିଲେ । ରାଜ୍ୟ ଅନୁଭବ କରିଥିବା ତାଙ୍କ ଅଭିନବ ପଦକ୍ଷେପମାନଙ୍କ ମଧ୍ୟରୁ ଏହା ପ୍ରଥମ ଥିଲା । ଏହାର ଅନ୍ୟ ଉଦାହରଣଗୁଡ଼ିକ ହେଲା-କୋର୍ଟ ଓ ଅଭିଯୁକ୍ତଙ୍କ ମଧ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯଥା ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସଂଯୋଗ ସ୍ଥାପନ କରି ବିଚାର ପ୍ରକ୍ରିୟାକୁ ଦୃତ କରାଇବା, ସାନ୍ଧ୍ୟ କୋର୍ଟ ଓ ମହିଳା ଅଦାଲତର ସ୍ଥାପନ, ପାନୀୟ ଓ ଜଳସେଚନ ପରିଚାଳନା ପାଇଁ ଜନସାଧାରଣଙ୍କ ଦ୍ୱାରା କମିଟି ଗଠନ, ଚିରଞ୍ଜିବୀ ଯୋଜନା(ଘରୋଇ ସ୍ତ୍ରୀ ପ୍ରସୂତି ଚିକିତ୍ସାବିତଙ୍କ ସହ ବିପିଏଲ ମହିଳାଙ୍କ ପ୍ରସବ ପାଇଁ ଚୁକ୍ତି), ରୋମିଂ ରାସନ କାର୍ଡ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ଆହୁରି ଅନେକ ।

ନିଜପାଇଁ କିଛି ନାହିଁ:

ଯେଉଁମାନେ କ୍ଷମତାରେ ଥା’ନ୍ତି, ସେମାନେ ସାଧାରଣତଃ ପକ୍ଷପାତିତା କରିବା ସହ ପ୍ରିୟାପ୍ରୀତି ତୋଷଣ ନୀତିରେ ସେମାନଙ୍କ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିବାନେଇ ଅଭିଯୋଗ ହୁଏ । ମାତ୍ର ସେ ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ୱାର୍ଥକୁ ନଜରଅନ୍ଦାଜ କରି ଏକ ସାଧୁ ଓ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଛନ୍ତି । ଜଣେ ସାଧାରଣ ବ୍ୟକ୍ତି ପାଇଁ ଏହା ତା’ର ବ୍ୟକ୍ତିତ୍ୱର ଏକ ନକରାତ୍ମକ ଦିଗ ହୋଇପାରେ, ମାତ୍ର ଜଣେ ରାଜନୀତିଜ୍ଞ ପାଇଁ ଏହି ଗୁଣ ସମାଜର ହିତ ସାଧିତ କରିଥାଏ । ଏପରିକି ତାଙ୍କର ସବୁଠୁ ବଡ ସମାଲୋଚକ ମଧ୍ୟ ସ୍ୱୀକାର କରିବେ ଯେ ତାଙ୍କ କାର୍ଯ୍ୟକାଳରେ ରାଜ୍ୟ ଶାସନ ବ୍ୟବସ୍ଥାର ସବୁ ସ୍ତରରେ ଦୁର୍ନୀତି କମିଛି ।

ସାଧାରଣତଃ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଯେଉଁ ଉପହାର ପାଆନ୍ତି, ସେସବୁ ତାଷଖାନାରେ ଜମାରଖାଯିବା କଥା । ପରେ ଏହାର ନିଲାମୀ କରାଯାଇ ଏଥିରୁ ମିଳୁଥିବା ଅର୍ଥକୁ ରାଜ୍ୟ କୋଷାଗାରରେ ଜମା କରାଯିବା କଥା । କେବଳ ଏତିକି ନୁହେଁ ବରଂ ଏହି ଅର୍ଥର ଉପଯୋଗ ପାଇଁ ସେ ଆହୁରି ଏକ ଅଭିନବ ପଦକ୍ଷେପ ଚିନ୍ତାକଲେ । ଏହି ଅଥର୍କୁ କନ୍ୟା ସନ୍ତାନମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଥିବା ଯୋଜନା କନ୍ୟା କେଲଭାନି ନିଧିରେ ଉପଯୋଗ କରାଗଲା । ଫଳ ଏଇଆ ହେଲା ଯେ ସେମାନଙ୍କର ପ୍ରିୟ ନେତାଙ୍କ ଏହିପରି ଉତ୍ସର୍ଗୀକୃତ ମନୋଭାବ ଦ୍ୱାରା ପ୍ରଭାବିତ ହୋଇ ଲୋକେ ତାଙ୍କୁ ଅନୁଦାନ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଚେକ୍ ମାଧ୍ୟମରେ ସମ୍ବର୍ଦ୍ଧିତ କଲେ ।

ଭିନ୍ନ ଢ଼ଙ୍ଗରେ କାର୍ଯ୍ୟ:

ଗୁଜରାଟରେ ନରେନ୍ଦ୍ର ମୋଦୀ ଯେଉଁ ମଡେଲରେ ଶାସନ ପରିଚାଳନା କରୁଥିଲେ ତାହା ତୁଷ୍ଟିକରଣ ନୁହେଁ ବରଂ ପ୍ରଦର୍ଶନ ଉପରେ ଆଧାରିତ ଥିଲା । ଯେତବେଳେ ବିଦ୍ୟୁତ ଦେୟ ପ୍ରଦାନ ସ୍ଥିର କରିବାକୁ ପଡିଲା, ସେତବେଳେ ସେ ବିଦ୍ୟୁତ ନିୟନ୍ତ୍ରକ କମିଶନଙ୍କ ବିଶେଷଜ୍ଞ ମତକୁ ଗ୍ରହଣ କଲେ । ଶ୍ରମିକ ଉତ୍ତେଜନା ସତ୍ତ୍ୱେ ସେ ଦବିଗଲେ ନାହିଁ । ବରଂ ସେମାନଙ୍କୁ ଆଶ୍ୱାସନା ଦେଲେ ଯେ ସେ ସେମାନଙ୍କ ଆବଶ୍ୟକତାକୁ ବୁଝନ୍ତି । ସେମାନଙ୍କର କେବଳ ବିଦ୍ୟୁତ ନୁହେଁ ବରଂ ପାଣି ମଧ୍ୟ ଦରକାର । ପରବର୍ତ୍ତୀ ବର୍ଷମାନଙ୍କରେ ସେ ସୁଜଲାମ ସୁଫଳାମ ଭଳି ଜଳ ଯୋଜନାର ଆରମ୍ଭ କଲେ । ଏବେ ସେଚନ କାର୍ଯ୍ୟ ପାଇଁ କୃଷକମାନେ ଖୁବ କମ ଖର୍ଚ୍ଚରେ ପାଣି ପାଇପାରୁଛନ୍ତି କାରଣ ଜଳସ୍ତର ବୃଦ୍ଧି ପାଇଛି । ତାଙ୍କ କାର୍ଯ୍ୟକାଳ ସମୟରେ ବହୁ ପରିମାଣର ଜବର ଦଖଲକୁ ଉଚ୍ଛେଦ କରାଯାଇଥିଲା । ବହୁ ପରିମାଣର ବିଦ୍ୟୁତ ଚୋରିକୁ ରୋକାଯିବା ସହ ଅପରାଧିମାନଙ୍କୁ ଗିରଫ କରାଯାଇଥିଲା । ଉତ୍ତେଜନା ଓ ହିଂସା ବନ୍ଦ ହୋଇଯାଇଥିଲା । ଜନସାଧାରଣ ଜାଣିଥିଲେ ଯେ ଦୀର୍ଘମିଆଦରେ ସେମାନଙ୍କୁ ହିଁ ଏହାର ଲାଭ ମିଳିବ । ଏହାର ଅନେକ ଉଦାହରଣ ରହିଛି । ତାଙ୍କର ଦୃଢ଼ ଲକ୍ଷ୍ୟ, ବୃତ୍ତିଗତ ମନୋଭାବ, ଜନସାଧାରଣଙ୍କ ପ୍ରତି ସମବେଦନା ଆଦି ତାଙ୍କୁ ଦେଶ ଓ ବିଶ୍ୱର ଅନ୍ୟ ରାଜନେତାମାନଙ୍କଠାରୁ ସ୍ୱତନ୍ତ୍ର କରିଥାଏ । ଲକ୍ଷ୍ୟ ହାସଲ ନେଇ ତାଙ୍କର ଦୃଢ଼ ବିଶ୍ୱାସ ଓ କର୍ତ୍ତବ୍ୟପରାୟଣତା ତାଙ୍କୁ କେବଳ ଗୁଜରାଟରେ ନୁହେଁ ବରଂ ସାରା ଦେଶରେ ଏକ ଲୋକପ୍ରିୟ ନେତାରେ ପରିଣତ କରିଥିଲା । କ୍ରମାଗତ ଭାବେ 4 ବର୍ଷ ଧରି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇ ଏବଂ ସର୍ବାଧିକ କାର୍ଯ୍ୟକାଳ ଗୁଜରାଟର ମୁଖ୍ୟମନ୍ତ୍ରୀ ରହି ସେ ପ୍ରମାଣିତ କରିଥିଲେ ଯେ, “ଭଲ ଶାସନ ଭଲ ରାଜନୀତି ମଧ୍ୟ ।” କେବଳ ଏତିକି ନୁହେଁ ବରଂ ତୁଷ୍ଟିକରଣ ରାଜନୀତିକୁ ବିକାଶଭିତ୍ତିକ ରାଜନୀତିରେ ରୂପାନ୍ତରିତ କରିବା ନେଇ ସେ ଏକ ବଡ ଭୂମିକା ଗ୍ରହଣ କରିଥିଲେ ।

ଏହିସବୁ ଗୁଣ ନରେନ୍ଦ୍ର ମୋଦୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ ଯାହାକୁ କି ଭାରତ ଆଗ୍ରହର ସହ ଅପେକ୍ଷା କରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways' financial health improves in last 10 yrs, surplus revenue after meeting cost: Ashwini Vaishnaw

Media Coverage

Railways' financial health improves in last 10 yrs, surplus revenue after meeting cost: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ଏକ ସରଳ ପଦଯାତ୍ରା ଯାହା କାର୍ଯ୍ୟକର୍ତ୍ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଭୀର ସମ୍ମାନକୁ ପ୍ରକାଶ କରିଥିଲା :ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଜୀ ମନେ ପକାଇଲେ
January 21, 2026

During the National Executive meeting of the Bharatiya Janata Party in Patna, an incident left a lasting impression on the now BJP President Shri Nitin Nabin Ji and offered a quiet yet powerful lesson in leadership.

Senior leaders from across the country were arriving in Patna for a major rally. Nitin Nabin Ji was part of the team responsible for receiving leaders at the airport and escorting them according to protocol. As leaders arrived, they followed the standard process and proceeded directly to their vehicles.

When PM Modi arrived, he was welcomed and requested to move towards the car. Before doing so, he paused and asked whether the karyakartas were waiting outside. On being informed that many karyakartas were standing there, he immediately said that he would like to meet them first.

Instead of sitting in the vehicle, the PM chose to walk on foot. As the car followed behind, he personally greeted the workers, accepted garlands with his own hands, folded his hands in respect and acknowledged each karyakarta present. Only after meeting everyone did he proceed to his vehicle and depart.

Though the conference itself was brief, the gesture left a deep and lasting impact. PM Modi could have easily remained in the car and waved, but he chose to walk alongside the workers and personally honour them. This moment reflected his sensitivity and his belief that every worker, regardless of position, deserves respect.

Nitin Nabin Ji explains that this incident taught him the true meaning of leadership. For Narendra Modi Ji, leadership is rooted in humility, emotional connection and constant engagement with the grassroots. Respect for workers and open communication are not symbolic acts, but core values of all the karyakartas, leaders and the entire Party.

This ethos, where karyakartas are treated with dignity and warmth, defines the BJP’s organisational culture. It is this tradition that strengthens the Party’s roots and prepares ordinary people to shoulder national responsibilities.