ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରଳ ଆଚରଣରେ ବହୁତ ପ୍ରଭାବିତ । ସକାଳ ଜଳଖିଆରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସମସ୍ତ ଆଥଲେଟ ଏବଂ ସହାୟକ କର୍ମଚାରୀଙ୍କୁ ଆତିଥ୍ୟ ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଭାବ ବିନିମୟକୁ ସ୍ମରଣ କରି ସେ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ଭଳି କେବେ ଅନୁଭବ କରିନଥିଲୁ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କଥା ହୋଇଥିଲେ ।

ନୀରଜ କହିଛନ୍ତି ଯେ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ପ୍ରତ୍ୟେକ ଖେଳାଳିଙ୍କ ବିଷୟରେ ବ୍ୟକ୍ତିଗତ ସୂଚନା ଥିଲା  ଏବଂ ଅଲିମ୍ପିକ୍ସକୁ ଯିବା ପୂର୍ବରୁ କିଏ କ'ଣ କହିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ନମ୍ର ଏବଂ ସରଳ ଆଚରଣ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ପ୍ରାକୃତିକ ଅନୁଭବ ହେଉଥିଲା । ଏପରିକି ଭାରତୀୟ କ୍ରୀଡ଼ା ଜଗତରେ ହେଉଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ।

ସେ ଆହୁରି କହିଛନ୍ତି, "ନରେନ୍ଦ୍ର ମୋଦୀ ସାର ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ କ୍ରୀଡ଼ାରେ ଅନେକ ପରିବର୍ତ୍ତନ ଆସିଛି । ଯେମିତି ଖେଲୋ ଇଣ୍ଡିଆ। କୌଣସି କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଆମକୁ ତାଙ୍କ ଠାରୁ ଅନେକ ସମର୍ଥନ ମିଳିଥାଏ। ସେ ନାଗରିକମାନଙ୍କୁ ଆମକୁ ଉତ୍ସାହିତ କରିବା ପାଇଁ କୁହନ୍ତି । ଏଥର ଅଲିମ୍ପିକ୍ସ ସମୟରେ ଘଟଣାଟି ବେଶ୍ ଭିନ୍ନ ଥିଲା।  ସେମାନେ ପଦକ ଜିତିଥିଲେ କି ନାହିଁ ତାହା ନିର୍ବିଶେଷରେ ,କ୍ରୀଡ଼ାରୁ ଫେରିବା ପରେ ସମସ୍ତ କ୍ରୀଡ଼ାବିତ୍ ସମାନ ସମ୍ମାନ ପାଇଥିଲେ। ପଦକର ସ୍ଥିତି ଯାହା ହେଉନା କାହିଁକି, ସେ ପ୍ରତ୍ୟେକ ଆଥଲେଟଙ୍କୁ ଭେଟିଥିଲେ, ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । "

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond