ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ, ୨୦୨୨ ରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ସରକାରୀ ଭାବେ ଲୁମ୍ବିନି ଗସ୍ତ କରିବେ । ୨୦୧୪ ପରଠାରୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କର ପଞ୍ଚମ ନେପାଳ ଗସ୍ତ ।

ଲୁମ୍ବିନିରେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା ପାଇଁ ପବିତ୍ର ମାୟାଦେବୀ ମନ୍ଦିରକୁ ଯିବେ । ନେପାଳ ସରକାରଙ୍କ ତତ୍ତ୍ୱାବଧାନରେ ଲୁମ୍ବିନି ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବୋଧିତ କରିବେ । ଲୁମ୍ବିନି ମଠ ପରିସରରେ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ ପାଇଁ ଏକ କେନ୍ଦ୍ର ର୍ନିମାଣ ସକାଶେ ନୂଆଦିଲ୍ଲୀର ଆନ୍ତର୍ଜାତୀୟ ବୌଦ୍ଧ ମହାସଂଘ (ଆଇବିସି) ଦ୍ୱାରା ଆୟୋଜିତ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୃଥକ ଭାବରେ ଅଂଶଗ୍ରହଣ କରିବେ । ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଭାରତ ଏବଂ ନେପାଳ ମଧ୍ୟରେ ‘ଆମର ପଡ଼ୋଶୀ ପ୍ରଥମ’ ନୀତିକୁ ଆଗକୁ ବଢାଇବା ସହିତ ନିୟମିତ ଉଚ୍ଚ ସ୍ତରୀୟ ମତ ବିନିମୟର ପରମ୍ପରା ଜାରି ରଖିଛି । ଏହା ଦୁଇ ଦେଶର ଲୋକଙ୍କ ସଭ୍ୟତା ଏବଂ ଐତିହ୍ୟକୁ ସୂଚିତ କରେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts