1.      ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନଙ୍କ ମଧ୍ୟରେ ସେପ୍ଟେମ୍ବର 28, 2020ରେ ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭାରତ ଏହି ସମ୍ମିଳନୀ ଆୟୋଜନ କରିଥିଲା ।

2.      ଭାରତ ଓ ଡେନମାର୍କ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହୋଇଛି । ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ଓ ସମାନ ଗଣତାନ୍ତ୍ରିକ ପରମ୍ପରା ରହିଛି । ଆଂଚଳିକ ଓ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ତଥା ସ୍ଥିତାବସ୍ଥା ବଜାୟ ରଖିବା କ୍ଷେତ୍ରରେ ଉଭୟ ଦେଶର ଦୃଷ୍ଟିଭଙ୍ଗୀ ସମାନ ରହିଛି ।

3.      ଭାରତ ଓ ଡେନମାର୍କ ମଧ୍ୟରେ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ 30.49 ପ୍ରତିଶତ ବୃଦ୍ଧି ପାଇଛି । 2016ରେ ଏହି ପରିମାଣ 282 କୋଟି ଆମେରିକୀୟ ଡଲାର ଥିବା ବେଳେ 2019ରେ ତାହା ବୃଦ୍ଧି ପାଇ 368 କୋଟି ଆମେରିକୀୟ ଡଲାର ହୋଇଛି । ଜାହାଜ ଚଳାଚଳ, ଅକ୍ଷୟ ଶକ୍ତି, ପରିବେଶ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ମାର୍ଟ ଅର୍ବାନ ଡେଭେଲପମେଂଟ ସହ ବିଭିନ୍ନ କ୍ଷେତ୍ରରେ ଡେନମାର୍କର ପ୍ରାୟ 200ଟି ସଂସ୍ଥା ଭାରତରେ ନିବେଶ କରିଛନ୍ତି । ମେକ ଇନ ଇଣ୍ଡିଆ ଯୋଜନାରେ ଏହି ଡେନମାର୍କ କମ୍ପାନୀଗୁଡିକ ଭାରତରେ ଉତ୍ପାଦନ ୟୁନିଟ ସ୍ଥାପନ କରିଛନ୍ତି । ଡେନମାର୍କରେ ପ୍ରାୟ 25ଟି ଭାରତୀୟ କମ୍ପାନୀ ସୂଚନା ପ୍ରଯୁକ୍ତି, ଅକ୍ଷୟ ଶକ୍ତି ଓ ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରୁଛନ୍ତି ।

4.      ବୌଦ୍ଧିକ ସମ୍ପତ୍ତି ସହଯୋଗ କ୍ଷେତ୍ରର ଭାରତ ଓ ଡେନମାର୍କ ମଧ୍ୟରେ ରାଜିନାମା ଏହି ସମ୍ମିଳନୀ ଅବସରରେ ସ୍ୱାକ୍ଷର ହୋଇଛି । ଅନ୍ତର୍ଜାତୀୟ ସୌର ସଂଗଠନ (ଆଇଏସଏ)ରେ ଡେନମାର୍କର ଅଂଶଗ୍ରହଣ ଏହି ଆଲୋଚନାର ଆଉ ଏକ ଉଲ୍ଲେଖଯୋଗ୍ୟ ବିଷୟ ଥିଲା ।

5.      ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ନେତା ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅବସରରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପାରସ୍ପରିକ ସ୍ୱାର୍ଥ ନିହିତ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଗିଦାରୀ ଆହୁରି ମଜବୁତ ଓ ଦୃଢ କରିବା ପାଇଁ ସମ୍ମିଳନୀରେ ବିସ୍ତୃତ ରାଜନୈତିକ ଦିଶାନିର୍ଦ୍ଦେଶ ମିଳିପାରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Coconut industry gets a policy boost

Media Coverage

Coconut industry gets a policy boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 17, 2026
February 17, 2026

India’s Tech-focused Revolution under PM Modi’s Leadership Takes Centre Stage at the IndiaAI Impact Summit