୧. ଉଜବେକିସ୍ତାନର ସମରକନ୍ଦ ଠାରେ ସେପ୍ଟେମ୍ବର ୧୬, ୨୦୨୨ରେ ଆୟୋଜିତ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୨ତମ ବୈଠକରେ ୨୦୨୨-୨୦୨୩ ବର୍ଷ ପାଇଁ ବାରଣାସୀ ସହର ପ୍ରଥମ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ।        

୨. ବାରଣାସୀ ପ୍ରଥମ ଥର ପାଇଁ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ନିର୍ବାଚିତ ହେବା ଦ୍ୱାରା ଭାରତ ଓ ଏସସିଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ, ସାଂସ୍କୃତିକ ଓ ମାନବିକ ଆଦାନ ପ୍ରଦାନକୁ ପ୍ରୋତ୍ସାହନ ମିଳିବ । ଏହା ଏସସିଓ ସଦସ୍ୟ ଦେଶଗୁଡିକ ବିଶେଷ କରି ମଧ୍ୟ ଏସୀୟ ଦେଶଗୁଡିକ ସହ ଭାରତର ପ୍ରାଚୀନ ସଭ୍ୟତାଗତ ସମ୍ପର୍କକୁ ରେଖାଙ୍କିତ କରୁଛି ।


୩. ଏହି ପ୍ରମୁଖ ସାଂସ୍କୃତିକ ଆଉଚରିଚ କାର୍ଯ୍ୟକ୍ରମର ରୂପରେଖ ଅନ୍ତର୍ଗତ ୨୦୨୨-୨୩ ବର୍ଷରେ ବାରାଣାସୀରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଭାଗ ନେବା ପାଇଁ ଏସସିଓ ସଦସ୍ୟ ଦେଶଗୁଡିକରୁ ଅତିଥିମାନେ ଆମନ୍ତ୍ରିତ ହେବେ । ଏହି କାର୍ଯ୍ୟକ୍ରମଗୁଡିକରେ ଭାରତବିଦ୍, ବୁଦ୍ଧିଜୀବି, ଲେଖକ, ସଂଗୀତକାର ଓ କଳାକାର, ଫଟୋ ସାମ୍ବାଦିକ, ଟ୍ରାଭେଲ ବ୍ଲଗର ଓ ଅନ୍ୟ ଆମନ୍ତ୍ରିତ ଅତିଥିମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି ।


୪. ଏସସିଓ ସଦସ୍ୟ ଦେଶଗୁଡିକ ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ନିର୍ବାଚନ ନୀତି ୨୦୨୧ ଦୁସାଂବେ ଏସସିଓ ଶିଖର ସମ୍ମିଳନୀରେ ଅଙ୍ଗୀକୃତ ହୋଇଥିଲା ।   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership