ଆଜି ନୂଆଦିଲ୍ଲୀସ୍ଥିତ 7 ଲୋକ କଲ୍ୟାଣ ମାର୍ଗଠାରେ ଭାରତ ଆମେରିକା ରଣନୈତିକ ମଞ୍ଚ (ୟୁଏସଆଇଏସପିଏଫ)ର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ୟୁଏସଆଇଏସପିଏଫର ଅଧ୍ୟକ୍ଷ ଶ୍ରୀ ଜନ ଚାମ୍ବର୍ସ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ।

ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ ଧନ୍ୟବାଦ ଜଣାଇଥିଲେ । ସେ ଦେଶରେ ଉଦୀୟମାନ ଷ୍ଟାର୍ଟଅପ ପରିସଂସ୍ଥାନ ବିଷୟରେ ଉଲ୍ଲେଖ କରିଥିଲେ । ଏଥିସହିତ ଉଦ୍ୟମିତା କ୍ଷେତ୍ରରେ ଭାରତୀୟ ଯୁବବର୍ଗଙ୍କ ସାହସ ଓ ସାମର୍ଥ୍ୟ ସମ୍ପର୍କରେ କହିଥିଲେ । ନବୋନ୍ମେଷ ସମ୍ଭାବନାକୁ ପ୍ରୋତ୍ସାହନ ଦେବା ଏବଂ ପ୍ରଯୁକ୍ତି ଉପଯୋଗ କରି ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ ଅଟଳ ଟିଙ୍କରିଂ ଲ୍ୟାବ ଓ ହ୍ୟାକାଥନ ଆୟୋଜନ ଆଦି ସରକାରଙ୍କ ପଦକ୍ଷେପ ଉପରେ ସେ ରେଖାପାତ କରିଥିଲେ ।

ବ୍ୟବସାୟିକ ସୁଗମତାକୁ ସୁନିଶ୍ଚିତ କରିବା ଲାଗି କର୍ପୋରେଟ ଟିକସ ହ୍ରାସ ଓ ଶ୍ରମ ସଂସ୍କାର ଭଳି ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସହଜ ଜୀବନ ଧାରଣ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ । ଭାରତ ପାଖରେ ଥ୍ରୀ ଡି’- ଡେମୋକ୍ରାସି (ଗଣତନ୍ତ୍ର), ଡେମୋଗ୍ରାଫି (ଜନସାଂଖିକୀ ବିବିଧତା) ଓ ‘ଦିମାଗ’ (ବୁଦ୍ଧିମତା)ର ଅଭିନବ ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପ୍ରତି ଏହି ପ୍ରତିନିଧି ଦଳ ଆସ୍ଥା ପ୍ରକଟ କରି କହିଥିଲେ ଯେ ଭାରତର ଆଗାମୀ ପାଞ୍ଚ ବର୍ଷ, ବିଶ୍ୱର ଆସନ୍ତା 25 ବର୍ଷର ଭବିଷ୍ୟତ ନିର୍ଦ୍ଧାରଣ କରିବ ।

ୟୁଏସଆଇଏସପିଏଫ ସମ୍ପର୍କରେ

ଭାରତ ଆମେରିକା ରଣନୈତିକ ମଞ୍ଚ (ୟୁଏସଆଇଏସପିଏଫ) ହେଉଛି ଏକ ଅଣଲାଭକାରୀ ସଂଗଠନ । ଏହାର ପ୍ରମୁଖ ଲକ୍ଷ୍ୟ ହେଉଛି ଅର୍ଥନୈତିକ ଅଭିବୃଦ୍ଧି, ଉଦ୍ୟମିତା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ନବୋନ୍ମେଷ କ୍ଷେତ୍ରରେ ନୀତିଗତ ପରାମର୍ଶ ଜରିଆରେ ଭାରତ-ଆମେରିକା ଦ୍ୱିପାକ୍ଷିକ ଏବଂ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small tickets but big shift in MF investing: How Gen Z is rewriting India’s investment playbook

Media Coverage

Small tickets but big shift in MF investing: How Gen Z is rewriting India’s investment playbook
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 6, 2026
January 06, 2026

Aatmanirbhar Accelerates: PM Modi’s Vision Delivering Infrastructure, Innovation and Inclusion