ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଅଂଚଳର ପ୍ରତିନିଧି ମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ ।

ଉତ୍ତର ପ୍ରଦେଶର ଗୋରଖପୁରର ଶ୍ରୀ ଲକ୍ଷ୍ମୀ ପ୍ରଜାପତି, ଯାହାଙ୍କର ପରିବାର ଟେରାକୋଟା ରେଶମ ବ୍ୟବସାୟରେ ନିୟୋଜିତ ଅଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ବିଷୟରେ ଅବଗତ କରାଇଥିଲେ,  ଯେଉଁଥିରେ ୧୨ ଜଣ ସଦସ୍ୟ ଏବଂ ପ୍ରାୟ ୭୫ ଜଣ ସହଯୋଗୀ ଅଛନ୍ତି ଏବଂ ସେମାନଙ୍କର ବାର୍ଷିକ ଆୟ ପ୍ରାୟ ୧ କୋଟି ଟଙ୍କା । ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମର ଲାଭ ଉଠାଇବା ସମ୍ପର୍କରେ  ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ଉପରେ ଶ୍ରୀ ପ୍ରଜାପତି ଏହି ଯୋଜନା ପ୍ରତି ଦୃଷ୍ଟିକୋଣ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରତ୍ୟେକ କାରିଗରଙ୍କୁ ବିନା ମୂଲ୍ୟରେ ସାମଗ୍ରୀ ପ୍ରସ୍ତୁତି ପାଇଁ ଆବଶ୍ୟକ ମାଟି ପ୍ରସ୍ତୁତି ନିମନ୍ତେ ଏକ ଟୁଲକିଟ୍‌, ବିଦ୍ୟୁତ୍ ଏବଂ ମେସିନ୍ ମିଳିବା ବିଷୟରେ ସୂଚନା ଦେଇଥିଲେ । ଏହା ସହ ଜାତୀୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେବାର ସୁଯୋଗ ମଧ୍ୟ ମିଳୁଛି ବୋଲି କହିଥିଲେ ।

ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ପୂର୍ବ ସରକାରମାନଙ୍କ ସହିତ ତୁଳନା କରି ଶ୍ରୀ ପ୍ରଜାପତି ଶୌଚାଳୟ, ପିଏମ୍ କିଷାନ ସମ୍ମାନ ନିଧି, ଓଡିଓପିର ଉପକାରିତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଖବରକାଗଜରେ ବିଜ୍ଞାପନ ଏବଂ ସରକାରୀ ଅଧିକାରୀ ମାନଙ୍କ ମାଧ୍ୟମରେ ଏଭଳି ଯୋଜନା ବିଷୟରେ ସୃଷ୍ଟି ହୋଇଥିବା ସଚେତନତା ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଜାପତି ସୂଚନା ଦେଇଛନ୍ତି ଯେ କେବଳ ମୋଦି କି ଗ୍ୟାରେଣ୍ଟି ଗାଡି ଗାଁକୁ ଯିବା ସମୟରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ ନାହିଁ, ବରଂ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଧ୍ୟ ପ୍ରବଳ ଜନସମାଗମ କରିଥାଏ ।

ବେଙ୍ଗାଲୁରୁ, ହାଇଦ୍ରାବାଦ, ଲକ୍ଷ୍ନୌ, ଦିଲ୍ଲୀ ସମେତ ସମସ୍ତ ମହାନଗରରେ ତଥା ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଆଦି ରାଜ୍ୟରେ ତାଙ୍କର ଟେରାକୋଟା ରେଶମ ଉତ୍ପାଦ ବିକ୍ରି ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି ।

ପିଏମ୍ ବିଶ୍ୱକର୍ମା ଯୋଜନା ପଛର ଧାରଣା ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହା ଏକ ଜୀବନ ପରିବର୍ତ୍ତନକାରୀ ଯୋଜନା ଯାହା ହାତରେ କାମ କରୁଥିବା ସମସ୍ତ କଳାକାର ଏବଂ କାରିଗର ମାନଙ୍କୁ ଆଧୁନିକ ଉପକରଣ ଏବଂ ଜ୍ଞାନକୌଶଳ ପ୍ରଦାନ କରେ । ସେ ଶ୍ରୀ ପ୍ରଜାପତିଙ୍କୁ ତାଙ୍କ ଅଞ୍ଚଳରେ ପିଏମ୍ ବିଶ୍ୱକର୍ମା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଭୋକାଲ୍ ଫର୍ ଲୋକାଲ (ସ୍ଥାନୀୟ ଜିନିଷ ପାଇଁ ସ୍ୱର) ଏବଂ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ (ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ) କାର୍ଯ୍ୟକ୍ରମ ବିଷୟରେ ସରକାରଙ୍କ ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ଯୋଜନା ଗୁଡ଼ିକୁ ସଫଳ କରିବାରେ ଲୋକଙ୍କ ଅଂଶଗ୍ରହଣ ଏବଂ ଭାଗୀଦାରୀ ଉପରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
iPhone exports hit record ₹2 trillion in final year of smartphone PLI

Media Coverage

iPhone exports hit record ₹2 trillion in final year of smartphone PLI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.