ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଯାହା ଜୁନ୍ ୨୦୨୩ ରେ ସେମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତ୍ତିରେ ପରିଲକ୍ଷିତ ହୋଇଥିଲା, ତାହାକୁ ପୂରଣ କରିବା ନିମନ୍ତେ ଜୁଲାଇ ୨୦୨୪ ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଆମେରିକା ପକ୍ଷରୁ ଭାରତରୁ ଚୋରି ହୋଇଥିବା କିମ୍ବା ଚୋରା ଚାଲାଣ ହୋଇଥିବା ୨୯୭ ପୁରାତନ କଳାକୃତିକୁ ଫେରାଇ ଆଣିବା ସହଜ ହୋଇଥିଲା । ଏଗୁଡିକ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ । ଏକ ସାଙ୍କେତିକ ହସ୍ତାନ୍ତର ସମୟରେ, ଡେଲାୱେରର ୱିଲମିଙ୍ଗଟନରେ ସେମାନଙ୍କର ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଚୟନ କରାଯାଇଥିବା ସାମଗ୍ରୀ ଦେଖାଯାଇଥିଲା । ଏହି କଳାକୃତି ପ୍ରତ୍ୟାବର୍ତ୍ତନରେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଏହି କଳାକୃତିଗୁଡ଼ିକ କେବଳ ଭାରତର ଐତିହାସିକ ଓ ଭୌତିକ ସଂସ୍କୃତିର ଅଂଶ ନୁହେଁ, ବରଂ ଏହା ସଭ୍ୟତା ଏବଂ ଚେତନାର ମୂଳ ପ୍ରତୀକ ।

ପୁରାତନ କଳାକୃତିଗୁଡିକ ଖ୍ରୀଷ୍ଟପୂର୍ବ ୨୦୦୦ ରୁ ଖ୍ରୀଷ୍ଟାବ୍ଦ ୧୯୦୦ ମଧ୍ୟରେ ପ୍ରାୟ ୪୦୦୦ ବର୍ଷ ସମୟ ଅବଧିର ଅଟେ ଏବଂ ଏହାର ଉତ୍ପତ୍ତି ଭାରତର ବିଭିନ୍ନ ସ୍ଥାନରେ ହୋଇଛି । ପୁରାତନ ସାମଗ୍ରୀଗୁଡିକ ମଧ୍ୟରେ ଅଧିକାଂଶ ପୂର୍ବ ଭାରତର ଟେରାକୋଟା କଳାକୃତି ହୋଇଥିବାବେଳେ ଅନ୍ୟଗୁଡିକ ପଥର, ଧାତୁ, କାଠ ଏବଂ ହାତୀ ଦାନ୍ତରେ ତିଆରି ଏବଂ ଏହା ଦେଶର ବିଭିନ୍ନ ଅଞ୍ଚଳ ସହିତ ସମ୍ବନ୍ଧିତ । ହସ୍ତାନ୍ତର କରାଯାଇଥିବା କେତେକ ଉଲ୍ଲେଖନୀୟ ପୁରାତନ କଳାକୃତିଗୁଡ଼ିକ ହେଉଛି :

  • ୧୦ -୧୧ ଶତାବ୍ଦୀର ମଧ୍ୟ ଭାରତର ବାଲୁକା ପଥରରେ ନିର୍ମିତ ଅପସରା ;
  • ୧୫ - ୧୬ ଶତାବ୍ଦୀର ମଧ୍ୟ ଭାରତର ବ୍ରୋଞ୍ଜରେ ନିର୍ମିତ ଜୈନ ତୀର୍ଥଙ୍କର ;
  • ୩ -୪ ଶତାବ୍ଦୀର ପୂର୍ବ ଭାରତର ଟେରାକୋଟା ଫୁଲଦାନୀ ;
  • ପ୍ରଥମ ଶତାବ୍ଦୀର ଦକ୍ଷିଣ ଭାରତ ସହିତ ସମ୍ବନ୍ଧିତ ପଥର ମୂର୍ତ୍ତି ;
  • ୧୭ - ୧୮ ଶତାବ୍ଦୀର ଦକ୍ଷିଣ ଭାରତର ବ୍ରୋଞ୍ଜରେ ନିର୍ମିତ ପ୍ରଭୁ ଗଣେଶ ;
  • ୧୫ - ୧୬ ଶତାବ୍ଦୀର ଉତ୍ତର ଭାରତର ବାଲୁକା ପଥରରେ ନିର୍ମିତ ଦଣ୍ଡାୟମାନ ହୋଇଥିବା ଭଗବାନ ବୁଦ୍ଧ ;
  • ୧୭ - ୧୮ ଶତାବ୍ଦୀର ପୂର୍ବ ଭାରତରୁ ବ୍ରୋଞ୍ଜରେ ନିର୍ମିତ ପ୍ରଭୁ ବିଷ୍ଣୁ ;
  • ଖ୍ରୀଷ୍ଟପୂର୍ବ ୨୦୦୦ - ୧୮୦୦ର ଉତ୍ତର ଭାରତର ତମ୍ବାରେ ନିର୍ମିତ ମାନବରୂପୀ ଆକୃତି ;
  • ୧୭ - ୧୮ ଶତାବ୍ଦୀର ଦକ୍ଷିଣ ଭାରତର ବ୍ରୋଞ୍ଜରେ ନିର୍ମିତ ଭଗବାନ କୃଷ୍ଣ,
  • ୧୩ - ୧୪ ଶତାବ୍ଦୀର ଦକ୍ଷିଣ ଭାରତର ଗ୍ରାନାଇଟରେ ନିର୍ମିତ ପ୍ରଭୁ କାର୍ତ୍ତିକେୟ

ସାମ୍ପ୍ରତିକ ସମୟରେ, ସାଂସ୍କୃତିକ ସମ୍ପତ୍ତିର ପୁନରୁଦ୍ଧାର ଭାରତ - ଆମେରିକାର ସାଂସ୍କୃତିକ ବୁଝାମଣା ଏବଂ ଆଦାନପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପରିଣତ ହୋଇଛି । ୨୦୧୬ ପରଠାରୁ, ଆମେରିକା ସରକାର ଚୋରାଚାଲାଣ କିମ୍ବା ଚୋରି ହୋଇଥିବା ବହୁ ସଂଖ୍ୟକ ପୁରାତନ ସାମଗ୍ରୀକୁ ଫେରାଇ ଆଣିବା ପ୍ରକ୍ରିୟାକୁ ସହଜ କରିଛନ୍ତି ।

ଜୁନ୍ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ୧୦ ଟି ପ୍ରାଚୀନ କଳାକୃତି ଫେରସ୍ତ କରାଯାଇଥିଲା; ସେପ୍ଟେମ୍ବର ୨୦୨୧ ରେ ତାଙ୍କ ଗସ୍ତ ସମୟରେ ୧୫୭ ପ୍ରାଚୀନ କଳାକୃତି ଏବଂ ଗତ ବର୍ଷ ଜୁନରେ ତାଙ୍କ ଗସ୍ତ ସମୟରେ ଆହୁରି ୧୦୫ ପ୍ରାଚୀନ କଳାକୃତି ଫେରି ଆସିଥିଲା । ୨୦୧୬ ମସିହାରୁ ବର୍ତ୍ତମାନ ସୁଦ୍ଧା ଆମେରିକାରୁ ଭାରତକୁ ଫେରିଥିବା ମୋଟ ସାଂସ୍କୃତିକ କଳାକୃତି ସଂଖ୍ୟା ୫୭୮ ରେ ପହଞ୍ଚିଛି । ଏହା ହେଉଛି କୌଣସି ଦେଶ ଭାରତକୁ ଫେରାଇଥିବା ସର୍ବାଧିକ ସଂଖ୍ୟକ ସାଂସ୍କୃତିକ କଳାକୃତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indias wind turbine exports jumped 50% in FY26, further growth expected: IWTMA CEO

Media Coverage

Indias wind turbine exports jumped 50% in FY26, further growth expected: IWTMA CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 9, 2026
September 09, 2026

Viksit Bharat Express: How PM Modi’s Reforms Are Supercharging India’s Economy and Infrastructure