ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 6,322 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ
ଏହି ଯୋଜନା ଫଳରେ 40,000 କୋଟି ଟଙ୍କାର ଅତିରିକ୍ତ ନିବେଶ ହେବ
ଯୋଜନା ଫଳରେ ପାଖାପାଖି 68000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସହିତ 5.25 ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଇସ୍ପାତ (ସ୍ପେସିଆଲିଟି ଷ୍ଟିଲ୍) ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଅବଧି ବର୍ଷ 2023-24 ଠାରୁ 2027-28 ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଲାଗି ହେବ। 6322 କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏହି ଯୋଜନା ଫଳରେ ପାଖାପାଖି 40,000କୋଟି ଟଙ୍କାର ନିବେଶ ହେବ ଏବଂ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି 25 ମିଲିୟନ ଟନ୍ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଯୋଜନା ଫଳରେ ପାଖାପାଖି 5,25,000 ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଏଥିମଧ୍ୟରୁ 68,000 ପ୍ରତ୍ୟକ୍ଷ ନିଯୁକ୍ତି ହେବ।

ସ୍ୱତନ୍ତ୍ର ଇସ୍ପାତକୁ ଲକ୍ଷ୍ୟ ବର୍ଗ ଆକାରରେ ଚୟନ କରାଯାଇଛି କାରଣ 2020-21ରେ ଉତ୍ପାଦନ ହୋଇଥିବା 102 ମିଲିୟନ ଟନ୍ ଇସ୍ପାତ ମଧ୍ୟରୁ ଦେଶରେ ମୂଲ୍ୟ-ବର୍ଦ୍ଧିତ ଇସ୍ପାତ/ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ପରିମାଣ ମାତ୍ର 18 ମିଲିୟନ ଟନ୍ ଥିଲା। ଏହା ବ୍ୟତୀତ, ସେହି ବର୍ଷ 6.7 ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ ସେଥିମଧ୍ୟରୁ 4 ମିଲିୟନ ଟନ୍ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ହୋଇଥିଲା, ଯାହାଫଳରେ ପାଖାପାଖି 30,000 କୋଟି ଟଙ୍କାର ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥିଲା। ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ, ଭାରତ ଇସ୍ପାତର ମୂଲ୍ୟ ଶୃଙ୍ଖଳାରେ ଉନ୍ନତି କରିବ ଏବଂ କୋରିଆ ଓ ଜାପାନ ଭଳି ଉନ୍ନତ ଇସ୍ପାତ ନିର୍ମାଣକାରୀ ଦେଶର ସମକକ୍ଷ ହୋଇପାରିବ।

ଆଶା କରାଯାଉଛି ଯେ 2026-27 ଶେଷ ସୁଦ୍ଧା ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ 42 ମିଲିୟନ ଟନ୍‌ରେ ପହଞ୍ଚିବ। ଏହାଫଳରେ ପାଖାପାଖି 2.5 ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଏବଂ ଉପଯୋଗ ଭାରତରେ ହୋଇପାରିବ। ଅନ୍ୟଥା ଏହାକୁ ବିଦେଶରୁ ଆମଦାନୀ କରାଯାଇଥାନ୍ତା। ଅନୁରୂପ ଭାବେ, ସ୍ୱତନ୍ତ୍ର ଇସ୍ପାତ ରପ୍ତାନି ପରିମାଣ ବର୍ତ୍ତମାନର 1.7 ମିଲିୟନ ଟନ୍‌ରୁ ବୃଦ୍ଧି ପାଇ ପାଖାପାଖି 5.5 ମିଲିୟନ ଟନ୍ ହୋଇଯିବ, ଯାହାଫଳରେ 30,000 କୋଟି ଟଙ୍କାର ବିଦେଶୀ ମୂଦ୍ରା ପ୍ରାପ୍ତ ହୋଇପାରିବ।

 

ଏହି ଯୋଜନାର ଲାଭ ବଡ଼ ଭାଗୀଦାର ଅର୍ଥାତ୍ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ଏବଂ କ୍ଷୁଦ୍ର ଭାଗିଦାର (ଦ୍ୱିତୀୟ ଇସ୍ପାତ ଭାଗୀଦାର), ଉଭୟଙ୍କୁ ମିଳିପାରିବ।

ସ୍ୱତନ୍ତ୍ର ଇସ୍ପାତ ଏକ ମୂଲ୍ୟବର୍ଦ୍ଧିତ ଇସ୍ପାତ ଅଟେ ଯେଉଁଥିରେ ସାଧାରଣ ଭାବେ ପ୍ରସ୍ତୁତ ହୋଇଥିବା ଇସ୍ପାତକୁ ଉଚ୍ଚ ମୂଲ୍ୟବର୍ଦ୍ଧିତ ଇସ୍ପାତରେ ପରିବର୍ତ୍ତିତ କରିବା ଲାଗି ସେଥିରେ କୋଟିଂ, ପ୍ଲେଟିଂ, ହିଟ୍‌ ଟ୍ରିଟମେଣ୍ଟ ଜରିଆରେ ପ୍ରଭାବ ପକାଯାଏ। ଏହାର ଉପଯୋଗ ଅଟୋ ମୋବାଇଲ କ୍ଷେତ୍ର, ସ୍ୱତନ୍ତ୍ର କ୍ୟାପିଟାଲ ଉତ୍ପାଦ ଆଦି ବ୍ୟତୀତ ବିଭିନ୍ନ ରଣନୈତିକ ପ୍ରୟୋଗ ଯେପରିକି ପ୍ରତିରକ୍ଷା, ମହାକାଶ, ଇନ୍ଧନ, ଆଦି କ୍ଷେତ୍ରରେ କରାଯାଏ।

ପିଏଲଆଇ ଯୋଜନାରେ ସ୍ୱତନ୍ତ୍ର ଇସ୍ପାତର ପାଞ୍ଚଟି ଶ୍ରେଣୀକୁ ଚୟନ କରାଯାଇଛି, ଯାହା ନିମ୍ନରେ ଦିଆଗଲା:

କ. କୋଟେଡ୍/ପ୍ଲେଟେଡ୍ ଇସ୍ପାତ ଉତ୍ପାଦ

ଖ. ହାଇ ଷ୍ଟ୍ରେନ୍ଥ/ୱିୟର ରେଜିଷ୍ଟାଣ୍ଟ ଷ୍ଟିଲ

ଗ. ସ୍ପେଶିଆଲିଟି ରେଲ୍

ଘ. ଆଲୟ ଷ୍ଟିଲ ଉତ୍ପାଦ ଏବଂ ଷ୍ଟିଲ ୱୟର

ଙ. ଇଲେକ୍ଟ୍ରିକଲ ଷ୍ଟିଲ୍

 

ଏହି ଉତ୍ପାଦ ଶ୍ରେଣୀରୁ ଆଶା କରାଯାଉଛି ଯେ ଏହି ଯୋଜନା ପୂରଣ ହେବା ପରେ ଭାରତ ଏପିଆଇ ଗ୍ରେଡ ପାଇପ, ହେଡ୍ ହାର୍ଡେନ୍‌ଡ୍‌ ରେଳ, ଇଲେକ୍ଟ୍ରିକାଲ ଷ୍ଟିଲ (ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ ଉପକରଣରେ ଆବଶ୍ୟକ) ଭଳି ଉତ୍ପାଦର ଉତ୍ପାଦନ କରିବା ଆରମ୍ଭ କରିଦେବ। ବର୍ତ୍ତମାନ ଏଗୁଡ଼ିକର ଅତ୍ୟନ୍ତ ସୀମିତ ପରିମାଣରେ କିମ୍ବା ଆଦୌ ଉତ୍ପାଦନ ହେଉନାହିଁ।

ପିଏଲଆଇ ପ୍ରୋତ୍ସାହନର ତିନୋଟି ସ୍ଲାବ୍ ରହିଛି, ନିମ୍ନ ସ୍ଲାବ 4% ଏବଂ ସର୍ବୋଚ୍ଚ ସ୍ଲାବ 12% ଅଟେ, ଏହାର ଇଲେକ୍ଟ୍ରିକାଲ ଷ୍ଟିଲ (ସିଆରଜିଓ) ଲାଗି ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଇସ୍ପାତ ପାଇଁ ପିଏଲଆଇ ଯୋଜନାରୁ ଅନେକ ଗୁଡ଼ିଏ ଲାଭ ମିଳିପାରିବ, ଯେପରିକି ଏଥିପାଇଁ ଆବଶ୍ୟକ ମୂଳ ଇସ୍ପାତକୁ ଦେଶ ଭିତରେ ତରଳା ଯିବ ଏବଂ ଢଳାଯିବ, ଯାହାର ଅର୍ଥ ହେଉଛି ସ୍ୱତନ୍ତ୍ର ଇସ୍ପାତ ନିର୍ମାଣ ଲାଗି ଉଦ୍ଦିଷ୍ଟ କଞ୍ଚା ମାଲ (ପ୍ରସ୍ତୁତ ଇସ୍ପାତ) ଭାରତରେ ହିଁ ପ୍ରସ୍ତୁତ କରାଯିବ। ଯାହାଫଳରେ ଦେଶ ଭିତରେ ହିଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଇସ୍ପାତର ସମସ୍ତ ଉତ୍ପାଦନ ପ୍ରକ୍ରିୟା ସମ୍ପାଦନକୁ ପ୍ରୋତ୍ସାହନ ମିଳିବ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi